ଗାଈ କ୍ଷୀରରୁ ହେବ ଇନ୍ସୁଲିନ୍ !

ନୂଆଦିଲ୍ଲୀ: ଗାଈ କ୍ଷୀରରୁ ଇନ୍ସୁଲିନ୍ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ପଶୁ ବୈଜ୍ଞାନିକ ମୈଟ ହ୍ୱଲର ଏମିତି ଏକ ଚମତ୍କାର କରି ଦେଖାଇଛନ୍ତି । ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ବରଦାନ ସଦୃଶ ପାଲଟିବ । ଜିନ୍ରେ ପରିବର୍ତ୍ତନ କରି ବୈଜ୍ଞାନିକମାନେ ଏମିତି ଗାଈକୁ ଜନ୍ମ ଦେଇଛନ୍ତି, ଯେଉଁ ଗାଈର କ୍ଷୀରରେ ଇନ୍ସୁଲିନ୍ ପରିପୂର୍ଣ୍ଣ ରହିବ। ବ୍ରାଜିଲରେ ପ୍ରଥମ ଟ୍ରାନ୍ସଜେନିକ ଗାଈ ଇନ୍ସୁଲିନ ବାଲା କ୍ଷୀର ଦେବାର ସକ୍ଷମ ହୋଇସାରିଛି।
ବିଶ୍ୱରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ୫୦ କୋଟି । ଏଥରୁ ଖାଲି ୧୦ କୋଟି ଡାଇବେଟିସ ରୋଗି ଭାରତରେ । ଟାଇପ୍ ଓ୍ୱାନ ଡାଇବେଟିସ୍ ରୋଗୀଙ୍କ ପାଇଁ ପ୍ରତ୍ୟେକ ଦିନ ଇନ୍ସୁଲିନ୍ର ଆବାଶ୍ୟକତା ପଡିଥାଏ। ଡାବେଟିସ୍ ରେ ଇନ୍ସୁଲିନର ଅଭାବ ରହିଥାଏ। ଯେଉଥିପାଇଁ କିଡନି, ଲିଭର, ଆଖୀ ହାର୍ଟ ପରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କ୍ଷତିଗ୍ରସ୍ତ ହୋଇଥାଏ। ଗୋମାତା କ୍ଷୀରରୁ ଇନ୍ସୁଲିନ ହଜାର ହଜାର ଲୋକଙ୍କ ପାଇଁ ରାମବାଣ ସଦୃଶ ହୋଇପାରେ।
ଅଧିକ ପଢନ୍ତୁ ଭାରତ ଖବର

