ଦେଶରେ ନୌବାଣିଜ୍ୟ କ୍ଷେତ୍ରରେ ଐତିହାସିକ ମୁହୂର୍ତ୍ତ

Key Points
- ଦେଶରେ ନୌବାଣିଜ୍ୟ କ୍ଷେତ୍ରରେ ଐତିହାସିକ ମୁହୂର୍ତ୍ତ
- ପ୍ରଥମ ଟ୍ରାନ୍ସିପମେଣ୍ଟ ପୋର୍ଟକୁ ଆସିଲା ପ୍ରଥମ କଣ୍ଟେନର୍ ସିପ୍
- କେରଳର ଭିଜିଞ୍ଜମ ପୋର୍ଟରେ ମେଗା କଣ୍ଟେନର ସିପ୍ “ସାନ୍ ଫରନାଣ୍ଡୋ”କୁ ଭବ୍ୟ ସ୍ବାଗତ
ଅର୍ଗସ ବ୍ୟୁରୋ: ଆଦାନୀ ପୋର୍ଟ ଆଣ୍ଡ ଏସଇଜେଡ୍ ଏମଡି କରନ୍ ଆଦାନୀ କହିଲେ, ପୂରଣ ହେଲା ୩୩ ବର୍ଷର ସ୍ବପ୍ନ । ଦେଶର ଏହି ଐତିହାସିକ ମୁହୂର୍ତ୍ତର ମୁକସାକ୍ଷୀ କେରଳର ଥିରୁୱନ୍ତପୁରମରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହାର ଉଦଘାଟନ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ । ଏହି କାର୍ଯ୍ୟକ୍ରମ ଏଥିପାଇଁ ଯେ ଦେଶର ପ୍ରଥମ ଟ୍ରାନ୍ସିପମେଣ୍ଟ ପୋର୍ଟ ଭିଜିଞ୍ଜମରେ ପହଞ୍ଚିଛି ପ୍ରଥମ ମେଗା କଣ୍ଟେନରସିପ୍ । ଆଉ ଏଥିସହ ବିଶ୍ବ ଟ୍ରାନ୍ସିପମେଣ୍ଟ କ୍ଷେତ୍ରରେ ପ୍ରବେଶ କରିଛି ଭାରତ । ଦେଶରେ ନୌବାଣିଜ୍ୟ କ୍ଷେତ୍ରରେ ସୃଷ୍ଟି ହୋଇଛି ନୂଆ ଅଧ୍ୟାୟ । ଦେଶ ପାଇଁ ଭିଜିଞ୍ଜମ ପୋର୍ଟ ଗୁରୁତ୍ବପୂର୍ଣ୍ଣ ଏହାର ଅବସ୍ଥିତିକୁ ନେଇ । କାରଣ ଏହା ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ରୁଟର ବହୁତ ପାଖରେ ରହିଛି । ଦେଶର ସବୁଠୁ ଗଭୀରତମ ପୋର୍ଟ ତାର କମର୍ସିଆଲ୍ ଅପରେସନ ଆରମ୍ଭ କରିଥିବା କହିଛନ୍ତି ଆଦାନୀ ପୋର୍ଟ ଆଣ୍ଡ ଏସଇଜେଡ୍ ଏମଡି କରନ୍ ଆଦାନୀ ।
ଭିଜିଞ୍ଜମ ପୋର୍ଟ ଦେଶର ପ୍ରଥମ ଅଟୋମେଟେଡ୍ ପୋର୍ଟ । ଯେଉଁଠି ବିଶ୍ବସ୍ତରୀୟ ଭିତ୍ତିଭୂମି ଏବଂ ମେଗା କଣ୍ଟେନରସିପ୍ ହ୍ୟାଣ୍ଡଲ୍ କରିବାର କ୍ଷମତା ରହିଛି । ଯେଉଁଠି ରହିଛି ଅତ୍ୟାଧୁନିକ କଣ୍ଟେନର ହ୍ୟାଣ୍ଡଲିଂ ଉପକରଣ ଏବଂ ବିଶ୍ବସ୍ତରୀୟ ଅଟୋମେସନ୍ ଏବଂ ଆଇଟି ସିଷ୍ଟମ । ଭିଜିଞ୍ଜମ ଟ୍ରାନ୍ସିପମେଣ୍ଟ ପୋର୍ଟରେ ବର୍ଥ ହୋଇଥିବା ମେଗା କଣ୍ଟେନରସିପ୍ ସାନ୍ ଫରନାଣ୍ଡୋର ଲମ୍ବ ୩୦୦ ମିଟର । ଏହାର ପରିବହନ କ୍ଷମତା ୮୦୦୦-୯୦୦୦ ଟିଇୟୁ । ପ୍ରଥମ ପର୍ଯ୍ୟାୟରେ ଏଠାରେ ବାର୍ଷିକ ୧୦ ଲକ୍ଷ ଟିଇୟୁ ହ୍ୟାଣ୍ଡଲ କରିହେବ। ୨୦୨୮-୨୯ ସୁଦ୍ଧା ଏହା ୧୫ ଲକ୍ଷ ଟିଇୟୁ ହ୍ୟାଣ୍ଡଲ୍ କରିବାରେ ସକ୍ଷମ ହେବ। ଏଥିପାଇଁ ୨୦ ହଜାର କୋଟି ଟଙ୍କାର ନିବେଶ ନେଇ ସୂଚନା ଦେଇଛନ୍ତି କରନ୍ ଆଦାନୀ ।
ଗ୍ଲୋବାଲ କଣ୍ଟେନର ସିପିଂ ପାଇଁ ବିଶ୍ବର ସର୍ବଶ୍ରେଷ୍ଟ ଡେଷ୍ଟିନେସନ୍ ମଧ୍ୟରେ ରହିବ ଭିଜିଞ୍ଜମ ଟ୍ରାନ୍ସିପମେଣ୍ଟ ପୋର୍ଟ। ଏଥିପାଇଁ ଅଟୋମେସନ୍ ଏବଂ ଭେସେଲ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ ଉପରେ ଗୁରୁତ୍ବ ଦିଆଯାଇଛି । ବିଶ୍ବରେ ବିଭିନ୍ନ ଦେଶ ସହ ଭାରତର ବାଣିଜ୍ୟ କାରବାର ବୃଦ୍ଧି ସତ୍ତ୍ବେ ଦେଶର କୌଣସି ଟ୍ରାନ୍ସିପମେଣ୍ଟ ପୋର୍ଟ ନଥିଲା। ଯାହାଫଳରେ ଭାରତର ତିନି ଚତୁର୍ଥାଂଶ କିମ୍ବା ୭୫ ପ୍ରତିଶତ କାର୍ଗୋ ଦେଶ ବାହାରେ ଥିବା ପୋର୍ଟ ଗୁଡିକ ହ୍ୟାଣ୍ଡଲ୍ କରୁଥିଲେ। ବର୍ତ୍ତମାନ ଭିଜିଞ୍ଜମ ପୋର୍ଟ କେବଳ ଯେ ଦେଶର ଟ୍ରାନ୍ସିପମେଣ୍ଟ ଟ୍ରାଫିକ୍ ମୁଭମେଣ୍ଟ ପାଇଁ ପ୍ରୋତ୍ସାହିତ କରିବ ତା ନୁହେଁ ଇଣ୍ଟରନ୍ୟାସନାଲ୍ ସି ରୁଟ୍ ପାଖରେ ଥିବାରୁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ।
📱 Get Argus News App
✨କେରଳର ଭିଜିଞ୍ଜମ ଅନ୍ତର୍ଜାତୀୟ ସାମୁଦ୍ରକି ବନ୍ଦର ଏକ ଜଟିଳ ଆର୍ଥନୈତିକ ଭିତ୍ତିଭୂମି ପ୍ରକଳ୍ପ । ଏହାକୁ କେରଳ ସରକାର ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ ମୋଡରେ କ୍ରିୟାନ୍ବୟନ କରିଥିଲେ। କେରଳ ଏହା ସର୍ବବୃହତ୍ତ ଘରୋଇ ନିବେଶ । ଏନେଇ ବିଡ୍ ଜିତିବା ପରେ ଆଦାନୀ ପୋର୍ଟ ଆଣ୍ଡ ଲଜିଷ୍ଟିକ୍ ଏକ ସ୍ପେସିଆଲ୍ ପର୍ପସ୍ ଭେହିକିଲ୍ ଗଠନ କରିଥିଲେ । ଆଦାନୀ ଭିଜିଞ୍ଜମ ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ଏହି ପ୍ରକଳ୍ପକୁ ବିକଶିତ କରିବାର ଦାୟିତ୍ବ ନେଇଥିଲା । ଏଥିପାଇଁ ଆଦାନୀ ଭିଜିଞ୍ଜମ ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ୨୦୧୫ ଅଗଷ୍ଟ ୧୭ ତାରିଖରେ କେରଳ ସରକାରଙ୍କ ସହ ଏକ କନସେସନ୍ ଏଗ୍ରୀମେଣ୍ଟ କରିଥିଲେ। ଏକାଧିକ ଚ୍ୟାଲେଞ୍ଜ ସତ୍ତ୍ବେ ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ଦେଶର ପ୍ରଥମ ଟ୍ରାନ୍ସିପମେଣ୍ଟ ପୋର୍ଟ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।
ଆହୁରି ପଢନ୍ତୁ ଭାରତ ଖବର...