ମହାକୁମ୍ଭରେ ପୁଣି ବଡ ଅଘଟଣ

Key Points
ମହାକୁମ୍ଭରେ ପୁଣି ଏକ ବଡ ଅଘଟଣ । ସେକ୍ଟର 22 ରେ ଲାଗିଲା ଭୟଙ୍କର ନିଆଁ ।
ଉତ୍ତରପ୍ରଦେଶ: ମହାକୁମ୍ଭରେ ପୁଣି ଏକ ବଡ ଅଘଟଣ । ସେକ୍ଟର 22 ରେ ଲାଗିଲା ଭୟଙ୍କର ନିଆଁ । ଝୁସି ଅଞ୍ଚଳର ଛଟନାଙ୍ଗ ଘାଟ ନିକଟରେ ଥିବା ନାଗେଶ୍ୱର ପେଣ୍ଡାଲରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଟେଣ୍ଟ୍ ପୋଡ଼ି ପାଉଁଶ ହୋଇଯାଇଛି। କୌଣସି ଜୀବନ ହାନି ହୋଇନାହିଁ । ପେଣ୍ଡାଲରେ ଥିବା ସମସ୍ତ ଲୋକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ।
ଅପରାହ୍ନ ପ୍ରାୟ ୧:୪୫ ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ରହିଛି ।
📱 Get Argus News App
✨ବୁଧବାର ଭୋର ସମୟରେ ମୌନୀ ଅମାବାସ୍ୟା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ସଙ୍ଗମସ୍ଥଳକୁ ଯାଇଥିବାବେଳେ ଦଳାଚକଟା ହୋଇଥିଲା । ଦଳା ଚକଟାରେ ୩୦ ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖଦ କହିବା ସହ ମୃତ ଶ୍ରଦ୍ଧାଳୁଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ।
ଅପରାହ୍ନରେ ସ୍ନାନ ଆରମ୍ଭ ହୋଇଥିଲା ଯେଉଁଥିରେ ସମସ୍ତେ ଅମୃତ ସ୍ନାନ କରିଥିଲେ । ତେବେ ଆଖରା ମାର୍ଗରେ ହୋଇଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି । ଏହାଛଡ଼ା ପ୍ରବଳ ଭିଡ଼ ଯୋଗୁଁ ଏହି ଦୁର୍ଘଟଣା ଘଟିଛି ।