Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହିଳାଙ୍କ କେଶରେ ଗୁଡେଇ ହୋଇ ରହିଛି ବିରାଟ ସାପ

National

ମହିଳାଙ୍କ କେଶରେ ଗୁଡେଇ ହୋଇ ରହିଛି ବିରାଟ ସାପ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମହିଳାଙ୍କ କେଶରେ ଗୁଡେଇ ହୋଇ ରହିଛି ବିରାଟ ସାପ

ଅର୍ଗସ ବ୍ୟୁରୋ:  ସାପ ଏକ ସରୀସୃପ ଜାତୀୟ ଜୀବ । ସାପ ବିଷଧର ଓ ବିଷହୀନ ମଧ୍ୟ ହୋଇ ପାରନ୍ତି । ବିଶ୍ୱର ସବୁ ସ୍ଥାନରେ ସାପ ଦେଖିବାକୁ ମିଳନ୍ତି ନାହିଁ । କେବଳ କ୍ରାନ୍ତୀୟ ଜଳବାୟୁରେ ବିଶେଷ ପରିମାଣରେ ସାପ ଦେଖିବାକୁ ମିଳିଥାଆନ୍ତି । କିନ୍ତୁ ଆପଣ କେବେ  ଜଣେ ମହିଳାଙ୍କ ମୁଣ୍ଡରେ ସାପ ଗୁଡେଇ ହୋଇ ରହିଥିବା ଦେଖିଛନ୍ତି କି ? ଏହା ଶୁଣିଲା ବେଳକୁ ଭୟ ଲାଗୁଛି ନା। ସାପ ବିଷୟରେ ଭାବିଲେ ବି ଅନେକଙ୍କୁ ସଦମା ଆସିଥାଏ । ସାପ ଯେତିକି ଭୟଙ୍କର, ସେତିକି ସହଜରେ ଆକ୍ରମଣ କରିବାର କ୍ଷମତା ମଧ୍ୟ ରଖେ । ତେବେ ଭାବନ୍ତୁ କେମିତି ମହିଳାଙ୍କ ମୁଣ୍ଡରେ ସାପଟି ଗୁଡେଇ ହୋଇ ରହିଛି। ଆଉ ମହିଳାଙ୍କ ଅବସ୍ଥା କଣ ହେଉଥିବ।
ଭାଇରାଲ ହୋଇଥିବା ଏକ ଭିଡିଓରେ ସାପଟି ଜଣେ ମହିଳାଙ୍କ କେଶ ଉପରେ ଗୁଡେଇ ହେଉଥିବା ଦେଖିବାକୁ ମିଳୁଛି ।

ମହିଳା ଜଣଙ୍କ ମୁଣ୍ଡ ପାଖରେ ହାତ ରଖି ଶୋଇଛନ୍ତି। ସାପଟି ଧିରେ ଧିରେ କେଉଁ ଆଡୁ ଆସି ମହିଳାଙ୍କ ମୁଣ୍ଡରେ ଯାଇ ଗୁଡେଇ ହେଇଯାଉଛି। ମହିଳାଙ୍କୁ ଏନେଇ କୌଣସି ଖବର ନାହିଁ। ଏହା ଦେଖିଲେ ଲାଗୁଛି ଯେ, ସାପକୁ ମହିଳାଙ୍କ କେଶ ଭଲ ଲାଗୁଛି। ତେଣୁ ସେ ସେହି ସ୍ଥାନରେ ଯାଇ ରହିଯାଇଛି। ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ଭିଡିଓକୁ ଦେଖି । ଜଣେ ୟୁଜର୍ସ ଲେଖିଛନ୍ତି ଯେ ଏହି ସାପ ନକଲି ନୁହେଁ । ସେହିଭଳି ଆଉ ଜଣେ ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି ଯେ ସାପଟି ବିଷଧର ନୁହେଁ ଓ ସେ କାଟିବ ନାହିଁ । ତେବେ ଆପଣ ଭାବନ୍ତୁ ଯେ ଯଦି ମହିଳାଙ୍କୁ ସାପଟି କାମୁଡି ତାନ୍ତି ତେବେ କଣ ହୋଇଥାନ୍ତା। ଯଦି ଏହି ଭିଡିଓ ମନୋରଞ୍ଜନ ପାଇଁ କରାଯାଇଥାଏ, ତେବେ ଏହା ଠିକ ନୁହେଁ।

ଆମେ କେବଳ ଖବର ପ୍ରସାରଣ ନିମେନ୍ତେ ଏହା ପ୍ରସାରଣ କରୁଛୁ । କିନ୍ତୁ ଆପଣ ଥରେ ଭାବନ୍ତୁ ଯେ, ସାପ ହେଉଛି ଖୁବ ଭୟଙ୍କର। ଯଦି ଏହା ବିଷଧର ହୋଇଥିବ ଆଉ ଆପଙ୍କୁ କାମୁଡି ଦିଏ, ତେବେ ପରିସ୍ଥିତି ଭୟାନକ। ସାପ ଏକ ଶୀତଳ ରକ୍ତବିଶିଷ୍ଟ ପ୍ରାଣୀ ବା ଥଣ୍ଡାକୁ ଭୟ କରୁଥିବା ପ୍ରାଣୀ । ବିଶ୍ୱରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୨୫୦୦ ପ୍ରକାରର ସର୍ପ ଦେଖିବାକୁ ମିଳିଥା’ନ୍ତି । ଏଠାରେ ମଧ୍ୟ ଏଭଳି ଏକ ସାପ ମହିଳାଙ୍କ ମୁଣ୍ଡରେ ଥିବା ଦେଖିବାକୁ ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର:
 
 

Sponsored
A huge snake is wrapped in the woman's hair | Argus News