Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଅନ୍ତିମ ସଂସ୍କାର ପରେ ମଲା ପୁଅ ଜୀବିତ ହୋଇ ଫେରିଲା 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଅନ୍ତିମ ସଂସ୍କାର ପରେ ମଲା ପୁଅ ଜୀବିତ ହୋଇ ଫେରିଲା 

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର  ଶେୟପୁରର ଏକ ଗାଁରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି।  ଯେଉଁ ଯୁବକର  ମୃତ୍ୟୁ ହୋଇଯାଇଥିଲା ଏବଂ ପରିବାର ଲୋକ  ତାହାର ଅନ୍ତିମ ସଂସ୍କାର କରିଦେଇଥିଲେ କିନ୍ତୁ  ଯୁବକ ଜଣଙ୍କ ଜୀବିତ ହୋଇ ଘରକୁ ଫେରିବା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ପୁଅ  ଜୀବିତ ଥିବା ଦେଖି ପରିବାର ଲୋକେ  ବିଶ୍ୱାସ କରିପାରୁନାହାଁନ୍ତି।  କିନ୍ତୁ ଅନ୍ୟପଟେ ପୁଅ ଜୀବିତ ଥିବା ଦେଖି  ପରିବାରରେ ଖୁସି କହିଲେ ନ ସରେ।   ସୂଚନାମୁତାବକ,  କିଛି ଦିନ ତଳେ  ସୋସିଆଲ ମିଡିଆରେ  ଏକ ଦୁର୍ଘଟଣାର ଫଟୋ ଜାରି କରାଯାଇଥିଲା।  ଯେଉଁଥିରେ କୁହାଯାଇଥିଲା ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକ ଏ ଫଟୋ ଦେଖି  ପୁଅକୁ ଚିହ୍ନି ଥିଲେ।  ତୁରନ୍ତ  ପରିବାର ଲୋକେ ମାଧୋପୁରରୁ ଜୟପୁର ପହଞ୍ଚିଗଲେ। ଯେଉଁଠି  ତାଙ୍କ ପୁଅର ଚିକିତ୍ସା ଚାଲିଥିଲା। ପରିବାରକୁ ଡାକ୍ତର କହିଲେ  ଚିକିତ୍ସା ସମୟରେ  ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଛି।  ପୋଷ୍ଟମର୍ଟମ  ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ୍‌। 
 ଗତ ୨୮ ମଇ ରେ  ଶବର ଅନ୍ତିମ ସଂସ୍କାର ମଧ୍ୟ କରାଗଲା।  ଏହାପରେ ତାହାର ୧୩ ପାଇଁ  ପ୍ରସ୍ତୁତ ଚାଲିଥିଲା ସେତେବେଳେ  ଆସି ହଠାତ୍‌ ପହଞ୍ଚିଗଲେ ମୃତ ସୁରେନ୍ଦ୍ର। ସୁରେନ୍ଦ୍ରଙ୍କୁ ଜୀବିତ ଦେଖି ପରିବାର ଲୋକଙ୍କ ଆଖିରୁ ଖୁସିର ଲୁହ ଧାର ଧାର ବୋହିବାରେ ଲାଗିଥିଲା।  ସୁରେନ୍ଦ୍ରଙ୍କ ମା କୃଷ୍ଣା ଦେବୀ କହିଛନ୍ତି, ଅଜଣା ଲୋକର ଶବକୁ ପୁଅର ଶବ ବୋଲି ଭାବି ସଂସ୍କାର କରିଦେଇଥିଲୁ। ଏବେ ପୁଅ ବଞ୍ଚିଛି ବହୁତ ଖୁସି ଲାଗୁଛି।   

ଅଧିକ ପଢନ୍ତୁ  ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A labourer from Madhya Pradesh's Sheopur cremated after being presumed dead in an accident in Rajasthan walked home on his terhavi | Argus News