Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶୁକ୍ରବାର ସରଣ୍ଡା ତିର୍ଲିପୋଷି ଜଙ୍ଗଲରୁ ବହୁ ବିସ୍ଫୋରକ ହୋଇଥିଲା ଉଦ୍ଧାର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶୁକ୍ରବାର ସରଣ୍ଡା ତିର୍ଲିପୋଷି ଜଙ୍ଗଲରୁ ବହୁ ବିସ୍ଫୋରକ ହୋଇଥିଲା ଉଦ୍ଧାର

Key Points

ଲୁଟ୍ ହୋଇଥିବା ସମସ୍ତ ବିସ୍ଫୋରକର ସନ୍ଧାନ ପାଇଁ ଅପରେସନ ଜୋରଦାର
ଶୁକ୍ରବାର ସରଣ୍ଡା ତିର୍ଲିପୋଷି ଜଙ୍ଗଲରୁ ବହୁ ବିସ୍ଫୋରକ ହୋଇଥିଲା ଉଦ୍ଧାର
ଝାରଖଣ୍ଡ ଛୋଟନଗରା ଅଞ୍ଚଳରେ CRPF ପକ୍ଷରୁ ଜାରି ତୁହାକୁ ତୁହା ଅପରେସନ
ପ୍ରଶ୍ନ ଉଠୁଛି ବାରୁଦ ସ୍ତାନାନ୍ତର ବେଳେ କାହିଁକି କରାଯାଇ ନଥିଲା ଏସ୍‌ଓପି ପାଳନ

ସୁନ୍ଦରଗଡ଼ ବାଙ୍କୋ ପଥର ଖଣି ନିକଟରୁ ସଶସ୍ତ୍ର ମାଓବାଦୀ ଲୁଟ୍ କରିଥିବା ବିସ୍ଫୋରକର ଏଯାଏ ମିଳିପାରିନି ସଂପୂର୍ଣ୍ଣ ସନ୍ଧାନ। ଲୁଟ୍ ହୋଇଥିବା ୨୦୦ ପେଟି ବିସ୍ଫୋରକ ଉଦ୍ଧାର କରିବା ପାଇଁ ଓଡ଼ିଶା- ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାବାହିନୀଙ୍କ ପକ୍ଷରୁ ଶନିବାର ଦିନ ତମାମ ବି ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍। ଅର୍ଗସ ଟିମ୍ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମର ଜରେଇକେଲାରେ ପହଞ୍ଚି ଅପରେସନ ସମ୍ପର୍କରେ ଖବର ସଂଗ୍ରହ କରିଛି।ଶୁକ୍ରବାର ଓଡ଼ିଶା ସୀମାନ୍ତ ସରଣ୍ଡା ଜଙ୍ଗଲର ତିର୍ଲିପୋଷିରୁ କିଛି ବିସ୍ଫୋରକର ସନ୍ଧାନ ମିଳିଥିଲା । ତିର୍ଲିପୋଷି ଜଙ୍ଗଲରେ ସର୍ଚ ଅପରେସନ‌୍ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ମାଓବାଦୀ । ଏକ ଘଣ୍ଟା ଧରି ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓବାଦୀଙ୍କ ଦ୍ବାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣ ହେବାରୁ ସିଆର୍‌ପିଏଫ୍‌ କୋବ୍ରା ୨୦୯ ବାଟାଲିୟନ୍‌ର ଯବାନ ସୁନୀଲ କୁମାର ଗୁରୁତର ହୋଇଥିଲେ।


ତାଙ୍କୁ ପ୍ରଥମେ ଝାଡ଼ଖଣ୍ଡ ମନୋହରପୁର ହସ୍‌ପିଟାଲ ଓ ପରେ ରାଉରକେଲା ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁ ସ୍ଥାନରେ ବିସ୍ଫୋରକ ସବୁ ରଖାଯାଇଥିଲା ସେଠାରେ ବହୁସଂଖ୍ୟକ ମାଓବାଦୀ ‘ଆମ୍ବୁସ୍‌’ କରି ରହିଥିଲେ। ସର୍ଚ ଅପରେସନ୍‌ ସମୟରେ ମାଓ ଆଡ଼ାରୁ ବିପୁଳ ବିସ୍ଫୋରକ ସହ, ୟୁନିଫର୍ମ ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀ ଜବତ ହୋଇଛି। ଏହି ମିଳିତ ଅପରେସନ୍‌ରେ ଝାଡ଼ଖଣ୍ଡ ଚାଇବାସା ପୁଲିସ ସହିତ ଝାଡ଼ଖଣ୍ଡ ଜାଗୁଆର ଓ ସିଆର୍‌ପିଏଫ୍‌ କୋବ୍ରା ବାହିନୀର ଯବାନ ବି ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁରକ୍ଷାବାହିନୀ ତିର୍ଲିପୋଷି ଜଙ୍ଗଲକୁ ଚାରିପାଖରୁ ଘେରି ରହିଛନ୍ତି। ସରଣ୍ଡା ଜଙ୍ଗଲ ମାଓ ଉପଦ୍ରୁତ ଅଞ୍ଚଳ ଭାବେ ଜଣାଶୁଣା। ପୂର୍ବରୁ ମଧ୍ୟ ଏଠାରେ ନକ୍ସଲମାନଙ୍କ ଆଡା ନଷ୍ଟ କରି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସ୍ଥାନୀୟ ପୁଲିସର ସୂଚନା ମୁତାବକ ସିପିଆଇ ମାଓ ସଂଗଠନର ଶୀର୍ଷ କମାଣ୍ଡର ମିସିର ବେସରା, ଅନମୋଲ, ମୋଛୁ, ଅନୀଲ, ଅସୀମ ମଣ୍ଡଳ, ଚମନ, ଅଜୟ ମାହାତୋ, ସାଗେନ ଅଙ୍ଗାରିଆ, ଅଶ୍ୱିନ ପ୍ରମୁଖ ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି ଏବଂ ବିସ୍ଫୋରକ ଲୁଟ୍ କରି ସେମାନେ କିଛି ବଡ଼ ଷଡ଼‌ଯନ୍ତ୍ର ଯୋଜନା କରୁଥିଲେ। ଶୁକ୍ରବାର ଅପରେସନ୍‌ରେ ମାଓବାଦୀମାନେ ଖସିଯିବାରେ ସଫଳ ହୋଇଛନ୍ତି।

ସେପଟେ ବଡ଼ଗାଁ ବାରୁଦ ଗୋଦାମର ମାଲିକ ଶ୍ରବଣ ଅଗ୍ରୱାଲ୍‌ଙ୍କୁ ଉଦିତନଗର ଥାନାକୁ ନିଆଯାଇ ପଚରାଉଚରା କରାଯାଇଛି। ବାରୁଦ ପଠାଇବା ସମୟରେ ଏସ୍‌ଓପି କାହିଁକି ପାଳନ କରାଯାଇ ନଥିଲା, ସେ ନେଇ ତାଙ୍କୁ ଜେରା କରାଯାଇଛି। ଭୁବନେଶ୍ବରର ଶନିବାର ଏନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି ଯେଉଁଥିରେ ନିଜେ ପୋଲିସ ଡିଜି ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-large-quantity-of-explosives-was-recovered-from-saranda-tirliposhi-forest-on-friday | Argus News