ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା, ପଣ୍ଡ ହେଲା ଦୁର୍ବୃତ୍ତଙ୍କ ଷଡ଼ଯନ୍ତ୍ର

Key Points
ପଣ୍ଡ ହେଲା ଦୁର୍ବୃତ୍ତଙ୍କ ଷଡ଼ଯନ୍ତ୍ର
୨ଟି ଟ୍ରେନ୍କୁ ଲାଇନଚ୍ୟୁତ କରିବା ନେଇ ଷଡ଼ଯନ୍ତ୍ର ରଚିଥିଲେ ଦୁର୍ବୃତ୍ତ
ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା । ପଣ୍ଡ ହେଲା ଦୁର୍ବୃତ୍ତଙ୍କ ଷଡ଼ଯନ୍ତ୍ର । ଟ୍ରେନ୍ ଦୁର୍ଘଟଣା ନେଇ ରଚିଥିବା ଷଡ଼ଯନ୍ତ୍ର ମାରିଲା ଫେଲ୍ । ଲୋକୋ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଟଳିଛି ବଡ଼ ଟ୍ରେନ୍ ଦୁର୍ଘଟଣା । ଉତ୍ତର ପ୍ରଦେଶର ହାରଦୋଇ ଜିଲ୍ଲାରେ ୨ଟି ଟ୍ରେନ୍କୁ ଲାଇନଚ୍ୟୁତ କରିବା ନେଇ ଷଡ଼ଯନ୍ତ୍ର ରଚିଥିଲେ ଦୁର୍ବୃତ୍ତ । ସେ ଭିତରେ ରାଜଧାନୀ ଏକ୍ସପ୍ରେସ ବି ଥିଲା । ସୋମବାର ସଂଧ୍ୟାରେ ହାରଦୋଇ ଜିଲ୍ଲାର ଦାଲେଲନଗର ଓ ଉମରତାଲି ମଧ୍ୟରେ ଥିବା ଟ୍ରେନ୍ ଟ୍ରାକରେ ଦୁର୍ବୃତ୍ତ ମାନେ ଆର୍ଥିଂ ତାର ବ୍ୟବହାର କରି କାଠ ଖଣ୍ଡ ବାନ୍ଧିଥିଲେ ।
ହେଲେ ନୂଆଦିଲ୍ଲୀରୁ ଆସାମ ଦିବ୍ରୁଗଡ଼କୁ ଯାଉଥିବା ରାଜଧାନୀ ଏକ୍ସପ୍ରେସର ଲୋକୋ ପାଇଲଟ ଏହାକୁ ଦେଖି ପାଇଁ ଏମେରଜେନ୍ସୀ ବ୍ରେକ୍ ମାରିଥିଲେ । ଫଳରେ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ସେହିପରି କାଥଗୋଡ଼ାମ ଏକ୍ସପ୍ରେସକୁ ବି ଦୁର୍ଘଟଣା ଘଟାଇବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ସେଠି ବି ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ।