Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନାଗପୁରର ଏକ ବାଣ ତିଆରି କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୫ ମୃତ

National

ନାଗପୁରର ଏକ ବାଣ ତିଆରି କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୫ ମୃତ

Ritu Das
Browse all articles by Ritu Das
·2 years ago·1 min read
ନାଗପୁରର ଏକ ବାଣ ତିଆରି କାରଖାନାରେ ବଡ଼ ଧରଣର ବିସ୍ଫୋରଣ; ୫ ମୃତ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ନାଗପୁରରେ ଥିବା ଏକ ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ନାଗପୁର ପୋଲିସ କମିଶନର ରବୀନ୍ଦ୍ର ସିଂଘଲ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ଅଛନ୍ତି । ଧାମନା ନାମକ ଏକ ଗାଁ ନିକଟରେ ଏହି ଘଟଣା ଘଟିଛି। ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି। ଅପରାହ୍ନ ପ୍ରାୟ ଗୋଟାଏ ବେଳେ କାରଖାନାରେ ବିସ୍ଫୋରଣ ହୋଇଥିଲା। ଏବେ ବି ଆମର ତଦନ୍ତ ଜାରି ରହିଛି।” ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଧମନାସ୍ଥିତ ଚାମୁଣ୍ଡି ଏକ୍ସପ୍ଲୋସିଭ୍ ପ୍ରାଇଭେଟ୍ ଲିମିଟେଡ୍ କାରଖାନାରେ ଏହି ବିସ୍ଫୋରଣ ଘଟିଛି। ଏହି କାରଖାନାରେ ବାଣରେ ବ୍ୟବହୃତ ବାରୁଦ ଯୁକ୍ତ ନାସି ତିଆରି କାମ ହେଉଥିଲା।

ପୋଲିସ ସୂଚନା ଅନୁଯାୟୀ, ଏଠାରେ ଏହାକୁ ଗଚ୍ଛିତ ରଖାଯାଇଥିଲା। ସର୍ଟସର୍କିଟ୍ ଯୋଗୁଁ ଏଥିରେ ନିଆଁ ଲାଗି ଯାଇ ବିସ୍ଫୋରଣ ହୋଇଥିଲା। ନାଗପୁରର ଢ଼ଣ୍ଢେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ପିନାକ ଢ଼ଣ୍ଢେ ଗଣମାଧ୍ୟମକୁ କହିଛନ୍ତି, ସେଠାରୁ ଡାକ୍ତରଖାନାକୁ ଫୋନ୍ ଆସିଥିଲା ଯେ କାରଖାନାରେ ବିସ୍ଫୋରଣ ହୋଇଛି। ସେଠାରେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା।

ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଏଠାକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ମୃତ ଅବସ୍ଥାରେ ଏଠାକୁ ଅଣାଯାଇଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଜଣେ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ସେ ଚିକିତ୍ସିତ ହେଉଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Painting
Sponsored
A major blast | Argus News