Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶିରିଡ଼ି ମନ୍ଦିରକୁ ୫୯ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ , ବ୍ୟକ୍ତିଙ୍କ ପରିଚୟ ଗୁପ୍ତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଶିରିଡ଼ି ମନ୍ଦିରକୁ ୫୯ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ , ବ୍ୟକ୍ତିଙ୍କ ପରିଚୟ ଗୁପ୍ତ

Key Points

ଗୁରୁ ପୂର୍ଣ୍ଣିମା ଅବସରରେ ଶିରିଡିର ସାଇ ବାବା ମନ୍ଦିରକୁ ୬୫ ଲକ୍ଷ ଟଙ୍କାର ଅଳଙ୍କାର ଦାନ କରାଯାଇଛି । ଯେଉଥିରେ ୫୬୬ ଗ୍ରାମ ଓଜନର କ ସୁନା ମୁକୁଟ ରହିଛି । ଯାହାର ମୂଲ୍ୟ ୫୯ ଲକ୍ଷ ଟଙ୍କା ।

ଶିରିଡ଼ି ମନ୍ଦିରକୁ ୫୯ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ । ଗତକାଲି ଗୁରୁ ପୂର୍ଣ୍ଣିମା ଅବସରରେ ଶିରିଡିର ସାଇ ବାବା ମନ୍ଦିରକୁ ୬୫ ଲକ୍ଷ ଟଙ୍କାର ଅଳଙ୍କାର ଦାନ କରାଯାଇଛି । ଯେଉଥିରେ ୫୬୬ ଗ୍ରାମ ଓଜନର କ ସୁନା ମୁକୁଟ ରହିଛି । ଯାହାର ମୂଲ୍ୟ ୫୯ ଲକ୍ଷ ଟଙ୍କା । ଅଳଙ୍କାର ଦାନ କରିଥିବା ବ୍ୟକ୍ତି ତାଙ୍କର ପରିଚୟ ଗୁପ୍ତ ରଖିଛନ୍ତି । ଏହା ସହ ୫୪ ଗ୍ରାମ ଓଜନର ସୁନାର ଏକ ଫୁଲ ଏବଂ ୨ କିଲୋଗ୍ରାମ ଓଜନର ଏକ ରୂପା ହାର ମଧ୍ୟ ରହିଛି ।


ଗୁରୁ ପୂର୍ଣ୍ଣିମାରେ ହଜାର ହଜାର ଭକ୍ତ ଶିରିଡି ସାଇ ମନ୍ଦିର ପରିଦର୍ଶନ ପାଇ ଆସିଥିଲେ । ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ଲମ୍ବା ଧାଡି ଲାଗି ରହିଥିଲା । ୧୯୦୮ ମସିହାରୁ ଶିରିଡିର ସାଇ ବାବା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳନ ହୋଇ ଆସୁଛି। ପ୍ରତିବର୍ଷ ମନ୍ଦିରକୁ ଦେଶ ସାରା ଭକ୍ତମାନଙ୍କର ବିପୁଳ ଦାନ ମିଳିଥାଏ ବୋଲି ସାଇ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A man Donate gold crown worth Rs 59 lakh to Shirdi temple | Argus News