Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୩ ବର୍ଷ ହେବ ବନ୍ଦି, ଅଳିଆ ଗଦାରେ କଟୁଛି ଜୀବନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୩ ବର୍ଷ ହେବ ବନ୍ଦି, ଅଳିଆ ଗଦାରେ କଟୁଛି ଜୀବନ

Key Points

୩ ବର୍ଷ ହେବ ନିଜକୁ ବନ୍ଦି କରିଛନ୍ତି ଅନୁପ
ନା ଅଛନ୍ତି ପରିବାର, ନା କୌଣସି ସାଙ୍ଗସାଥୀ
ଅଳିଆ ଗଦା ଭିତରେ କଟୁଛି ଜୀବନ

ଦୀର୍ଘ ୩ ବର୍ଷ ବିତିଗଲାଣି , ହେଲେ ନା ତାଙ୍କର କୌଣସି ବାହ୍ୟ ଜଗତ ସହ ସମ୍ପର୍କ ଅଛି, ନା ତାଙ୍କର ନିଜର କେହି ଅଛନ୍ତି । କେବଳ ଗୋଟିଏ ଜାଗାରେ ନିଜକୁ ବନ୍ଦୀ କରି ରଖିଛନ୍ତି । ମୌଳିକ ଆବଶ୍ୟକତା ଭାବେ କେବଳ ଖାଦ୍ୟ ଡେଲିଭରୀ ଆପ ସହ ଖାଦ୍ୟ ଯୋଗାଯୋଗ ପାଇଁ ସମ୍ପର୍କ ରଖିଛନ୍ତି ।

ମୁମ୍ବାଇ ଜୁନାଗଡର ଘରକୁଲ ସୋସାଇଟି ସେକ୍ଟର ୨୪ରେ ରୁହନ୍ତି ୫୫ ବର୍ଷୀୟ ପୂର୍ବତନ କମ୍ପୁଟର ପ୍ରୋଗାମର ଅନୁପ କୁମାର ନେର୍ । ଯିଏ ମାତ୍ରାଧିକ ଡିପ୍ରେସନ କାରଣରୁ ନିଜକୁ ନିଜେ ଫ୍ଲାଟ୍‌ରେ ବନ୍ଦୀ କରି ରଖିଛନ୍ତି । କେବେ ହେଲେ ସେ ଫ୍ଲାଟ ବାହାରକୁ ଯାଇନଥାନ୍ତି । ତେବେ ସେହି ଫ୍ଲାଟର ଜଣେ ତାଙ୍କର ପଡୋଶୀ ଏନଜିଓ ସଂସ୍ଥା ସୋସିଆଲ ଏଭାନଜେଲିକାଲ ଆସୋସିଏସନ କୁ ଖବର ଦେଇଥିଲେ । ସେମାନେ ଅନୁପଙ୍କୁ ସେହି ଘର ଭିତରୁ ଡିପ୍ରେସନ ଅବସ୍ଥାରୁ ବାହାର କରିଥିଲେ ।

ଅନୁପଙ୍କ ବାପା ମାଆଙ୍କର କିଛିବର୍ଷ ତଳେ ମୃତ୍ୟୁ ହୋଇଯାଇଥିଲା । ଆଉ ଦୁଇ ଦଶନ୍ଧି ତଳେ ତାଙ୍କ ଭାଇ ଆତ୍ମହତ୍ୟା କରି ଦେଇଥିଲେ । ଆଉ ତା ପରେ ସବୁ ସାଙ୍ଗ , ପଡୋଶୀ, ବନ୍ଧୁ ସମସ୍ତଙ୍କଠାରୁ ଦୂରେଇ ଯାଇଥିଲେ ଅନୁପ । ଏଞ୍ଜିଓ ସଂସ୍ଥା ତାଙ୍କୁ ଉଦ୍ଧାର କରିବା ପରେ ମେଡିକାଲ ଟ୍ରିଟମେଣ୍ଟ ପାଇଁ ତାଙ୍କୁ ପଠାଇ ଦେଇଥିଲେ ।

ଅନୁପଙ୍କ ଏପରି ଅବସ୍ଥା ନେଇ ତାଙ୍କର ଜଣେ ପଡୋଶୀ କହିଥିଲେ, ସେ ଖୁବ କମ ନିଜର ଦ୍ଵାର ଖୋଲନ୍ତି, ଏବଂ କେବେହେଳେ ନିଜ ଘରର ଅଳିଆ ସଫା କରନ୍ତି ନାହିଁ ।

ଆଉ ଜଣେ ପଡୋଶୀ କହିଥିଲେ , ଆମେ ତାଙ୍କୁ ମଧ୍ୟ କେବେକେବେ ଆର୍ଥିକ ସହାୟତା ଦେଉଥିଲୁ । ନିଖିଲ ମାରାଠେ ନାମକ ଜଣେ ପଡୋଶୀ କହିଛନ୍ତି, ଆମ ଚତୁର୍ପାଶ୍ଵରେ ଏମିତି ଚୁପଚାପ ରହିଯାଉଥିବା ବ୍ୟକ୍ତିଙ୍କୁ ଦେଖିଲେ ଖୁବ କଷ୍ଟ ହୁଏ । ସେମାନଙ୍କୁ ସଚେତନ କରାଇବାର ଆବଶ୍ୟକ ରହିଛି ।

ବର୍ତ୍ତମାନ ଅନୁପ ମାନସିକ ସ୍ଥରରେ ଅସୁସ୍ଥ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଏହାକୁ ନେଇ ଅନୁପ କହିଛନ୍ତି, ତାଙ୍କର ବାପା ମାଆ ନାହାନ୍ତି, ଭାଇ ବି ନାହାନ୍ତି, ନା କୌଣସି ସାଙ୍ଗମାନେ ଅଛନ୍ତି, ତାଙ୍କର ଶରୀର ମଧ୍ୟ ଭଲ ନାହିଁ । ସେଥିପାଇଁ ତାଙ୍କର ଜୀବନ ନୂଆ ଆରମ୍ଭ କରିବାର କୌଣସି ଉତ୍ସାହ କି ଇଚ୍ଛା ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A man lock himself in a room since three years , life spent in a garbage dump | Argus News