କାଲି ରାତିର ଅପରେସନ ନେଇ ଭାରତୀୟ ସେନାର ପ୍ରଥମ ବୟାନ

eକାଲି ରାତିର ଅପରେସନ ନେଇ ଭାରତୀୟ ସେନାର ପ୍ରଥମ ବୟାନ । LOCର ବିଭିନ୍ନ ସ୍ଥାନରେ ଗତରାତିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ପାକିସ୍ତାନର ସବୁ ଆକ୍ରମଣ ବିଫଳ କରାଯାଇଛି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନର ସବୁ ଡ୍ରୋନ୍ ଆକ୍ରମଣ ଉଦ୍ୟମ ବିଫଳ କରାଯାଇଛି । ପାକିସ୍ତାନର ସବୁ ଷଡ଼ଯନ୍ତ୍ରକୁ ଶକ୍ତିର ସହ ଜବାବ ଦିଆଯିବ ।
ଭାରତୀୟ ସେନା ବୟାନରେ କହିଛି ଯେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯାଇଛି। ଜମ୍ମୁ, ପଠାଣକୋଟ ଓ ଉଧମପୁରରେ ସାମରିକ ସଂସ୍ଥାନକୁ ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ ଟାର୍ଗେଟ୍ କଲା । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସାରେ କାଇନେଟିକ୍ ଓ ନନ୍ କାଇନେଟିକ୍ କ୍ଷମତାର ଉପଯୋଗ କରି ବିପଦକୁ ତୁରନ୍ତ ବିଫଳ କରାଗଲା। ଏହି ଆକ୍ରମଣରେ ଧନଜୀବନର କୌଣସି କ୍ଷୟକ୍ଷତି ହୋଇନାହିଁ । ଭାରତ ନିଜର ସଂପ୍ରଭୁତାର ସୁରକ୍ଷା କରିବା ଏବଂ ନିଜ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।
📱 Get Argus News App
✨Update ଖବର...
1
ଭାରତର ବହୁ ସାମରିକ ଠିକଣା ଓ ସହରରେ ପାକିସ୍ତାନର ଆକ୍ରମଣ ଉଦ୍ୟମ ବିଫଳ
2
ପାକିସ୍ତାନର 2ଟି JF-17 ଓ ଗୋଟିଏ F-16 ଫାଇଟର ଜେଟ୍ ଖସାଇଲା ଭାରତ
3
ପାକିସ୍ତାନର ପଞ୍ଜାବରେ AWACSକୁ ଧ୍ବସ୍ତ କଲା ଭାରତ
4
ଭାରତର ଏୟାର ଡିଫେନ୍ସ ସିଷ୍ଟମ S-400 ପାକିସ୍ତାନର ଆକ୍ରମଣକୁ କଲା ବିଫଳ
5
ଜମ୍ମୁ, ପଠାଣକୋଟ, ଉଧମପୁର ସାମରିକ ଠିକଣାରେ ଡ୍ରୋନ୍, କ୍ଷେପଣାସ୍ତ୍ର ଆକ୍ରମଣ ଫେଲ୍
6
ଶ୍ରୀଗଙ୍ଗାନଗର ଓ ସୁରଟଗଡ଼ ଏୟାରବେସ୍ ଉପରେ ଡ୍ରୋନ୍ ଆକ୍ରମଣ ଉଦ୍ୟମ ବିଫଳ
7
ଜୈସଲମେର ଆର୍ମି ହେଡକ୍ବାର୍ଟର ଉପରେ ପାକିସ୍ତାନର ଡ୍ରୋନ୍ ଆକ୍ରମଣ ଫେଲ୍
8
ସତବାରୀ, ଶାମ୍ବା, ଆର୍ ଏସ୍ ପୁରା, ଅରନିଆକୁ ଟାର୍ଗେଟ୍ ପାଇଁ ପାକିସ୍ତାନୀ ଉଦ୍ୟମ ବିଫଳ
9
ରାଜୌରୀ, କୁପୱାଡ଼ା, ପୁଞ୍ଛ, ଉରୀ, ତଙ୍ଗଧାରରେ ସୀମାରେ ପ୍ରବଳ ଗୁଳିଗୋଳା ବର୍ଷଣ
10
ଧର୍ମଶାଳାରେ ମଝିରେ ରୋକିବାକୁ ପଡ଼ିଲା, ପଞ୍ଜାବ-ଦିଲ୍ଲୀ ମଧ୍ୟରେ IPL ମ୍ୟାଚ୍