Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜସ୍ଥାନର ବ୍ୟକ୍ତି ହେଲେ ମହା ମଣ୍ଡଳେଶ୍ବର, ଦାନ କଲେ ଏକ କୋଟିର ସମ୍ପତ୍ତି

National

ରାଜସ୍ଥାନର ବ୍ୟକ୍ତି ହେଲେ ମହା ମଣ୍ଡଳେଶ୍ବର, ଦାନ କଲେ ଏକ କୋଟିର ସମ୍ପତ୍ତି

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ରାଜସ୍ଥାନର ବ୍ୟକ୍ତି ହେଲେ ମହା ମଣ୍ଡଳେଶ୍ବର, ଦାନ କଲେ ଏକ କୋଟିର ସମ୍ପତ୍ତି

ଅର୍ଗସ ବ୍ୟୁରୋ :ମହାକୁମ୍ଭରେ ହେଲେ ମହାମଣ୍ଡଳେଶ୍ବର । ସାଧାରଣ ମଣିଷ ଭାବେ ଯାଇଥିଲେ, ଆଉ ମହା ମଣ୍ଡଳେଶ୍ବରର ଆଖ୍ୟା ଗ୍ରହଣ କରିଥିଲେ । କେବଳ ସେତିକି ନୁହେଁ ଆଦିବାସୀଙ୍କୁ ପାଖାପାଖି କୋଟିଏ ଟଙ୍କାର ସମ୍ପତ୍ତି ଦାନ କରିଛନ୍ତି ରାଜସ୍ଥାନ ଏହି ବାବା ସ୍ବାମୀ ହିତେଶ୍ବରାନନ୍ଦ ସରସ୍ବତୀ ।
ସନାତନ ଧର୍ମରେ ଯେଉଁ ସନ୍ଥ ବା ବ୍ୟକ୍ତି ଆଧ୍ୟାତ୍ମିକ ଚେତନାରେ ସବୁଠୁ ଉର୍ଦ୍ଧ୍ବରେ ଥାଆନ୍ତି, ଏବଂ ଜୀବନବ୍ୟାପୀ ଆଧ୍ୟାତ୍ମିକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥାଆନ୍ତି, ତାଙ୍କୁ ଏହି ଉପାଧି ଦିଆଯାଏ । ସନାତନ ଧର୍ମରେ ଏହା ଆଧ୍ୟାତ୍ମିକତାର ଦ୍ବିତୀୟ ଶ୍ରେଷ୍ଠ ସ୍ଥାନ ।

ତେବେ ସ୍ବାମୀ ହିତେଶ୍ବରାନନ୍ଦ ସରସ୍ବତୀ ଏହି ଆଖ୍ୟା ମହାକୁମ୍ଭରେ କୃଷ୍ଣ ପକ୍ଷ ଦ୍ବାଦଶୀ ତିଥୀ ମାଘ ମାସରେ ଶ୍ରୀ ପଞ୍ଚାୟତି ଆଖରା ମହାନିର୍ଭାଣୀଙ୍କ ଠାରୁ ଗ୍ରହଣ କରିଛନ୍ତି । ତାଙ୍କର ଏପରି ଉପାଧି ଗ୍ରହଣ କରିବା ପରେ ତାଙ୍କର ସ୍ଥାନୀୟ ଲୋକେ ତାଙ୍କୁ ନେଇ ଖୁବ ଗର୍ବ କରୁଥିବା କହିଛନ୍ତି । ଏବଂ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ଏହାପରେ ସେ ଆଦିବାସୀ ଲୋକଙ୍କୁ ଏକ କୋଟି ଟଙ୍କା ଦାନ କରିଛନ୍ତି। ବର୍ତ୍ତମାନ ସେ ୫୫୦ ବର୍ଷ ପୁରୁଣା ଆଧ୍ୟାତ୍ମିକ ଅନୁଷ୍ଠାନ ପୀଠେଧିଶ୍ବର ମଠରେ କାର୍ଯ୍ୟ କରୁଛନ୍ତି ।
ତେବେ ମହାମଣ୍ଡଳେଶ୍ବର ଆଖ୍ୟା ପାଇବା ପାଇଁ ହେଲେ ବ୍ୟକ୍ତିଙ୍କ ପାଖରେ ଏହି ସବୁ ଗୁଣର ଆବଶ୍ୟକତା ରହିଛି ।

୧-ପରିବାର ଠାରୁ ଯଥାସମ୍ଭବ ଦୂରତା ରଖିବା ଆବଶ୍ୟକ ।
୨-ଚରିତ୍ର ପବିତ୍ର ହୋଇଥିବା ଆବଶ୍ୟକ ।
୩- ସେହି ବ୍ୟକ୍ତିଙ୍କ ଅପାରାଧିକ ପୃଷ୍ଠଭୂମି ସହ ଜଡିତ ଥିବା କୌଣସି ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିବା ଅନୁଚିତ ।
୪- ସାଧାରଣ ଜୀବନ ବଞ୍ଚୁଥିବା ବ୍ୟକ୍ତି ।
୫- ମାଂସ , ମଦଠାରୁ ଦୂରରେ ରହୁଥିବା ବ୍ୟକ୍ତି

ଯଦି କୌଣସି ସାଧାରଣ ବ୍ୟକ୍ତି ବା ଆଧ୍ୟାତ୍ମିକ ଜଗତ ପ୍ରତି ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଖରେ ଏପରି ଗୁଣ ଥାଏ, ଯଦି ସାରା ଜୀବନ ସେମାନେ ଆଧ୍ୟାତ୍ମିକ ଜଗତର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥାଆନ୍ତି, ତେବେ ସେ ମହାମଣ୍ଡଳେଶ୍ବର ଉପାଧି ପ୍ରାପ୍ତ କରିପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A person from Rajasthan become maha mandaleswar in mahakumbha | Argus News