Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓ୍ବାଶିଂ ମେସିନ୍ ଭିତରୁ ମିଳିଲା କୋଟି କୋଟି ଟଙ୍କା

Manini Pattanayak
Browse all articles by Manini Pattanayak
·2 years ago·1 min read
ଓ୍ବାଶିଂ ମେସିନ୍ ଭିତରୁ ମିଳିଲା କୋଟି କୋଟି ଟଙ୍କା

ନୂଆଦିଲ୍ଲୀ:  ଓ୍ବାଶିଂ ମେସିନ୍ ଭିତରୁ ମିଳିଲା କୋଟି କୋଟି ଟଙ୍କା । ଇଡି ପକ୍ଷରୁ ଚଢଉ ବେଳେ ବିପୁଳ ପରିମାଣର ଟଙ୍କା ଠାବ କରାଯାଇଛି । ଓ୍ବାସିଂ ମେସିନ ଭିତରେ ଥିବା ଅଢେଇ କୋଟି ଟଙ୍କାକୁ ଜବତ କରିଛି ଇଡି । ବେନାମୀ କଂପାନୀ  ନାଁରେ କୋଟି କୋଟି ଟଙ୍କା ଠୁଳ କରୁଥିବା ଅଭିଯୋଗ ହେବା ପରେ ଇଡି ପକ୍ଷରୁ ଚଢଉ କରିଥିଲା । ଇଡିର ଟିମ୍ ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ, କୋଲକତା ଓ ହରିଆଣାର କୁରୁକ୍ଷେତ୍ରରେ ରେଡ୍ କରିଥିଲା ।

ଏହି ବେନାମୀ କମ୍ପାନୀ ଗୁଡିକର ନିର୍ଦ୍ଦେଶକ ଓ ଅଂଶୀଦାର ମାନେ ଇଡି ସ୍କାନରେର ରହିଛନ୍ତି । ସେମାନେ କେଉଁ ସୂତ୍ରରୁ ଏତେ ପରିମାଣର ଟଙ୍କା ଆୟ କରିଥିଲେ ସେ ସମ୍ପର୍କରେ ଇଡି ଖୋଳତାଡ କରୁଛି । କିନ୍ତୁ କେଉଁ ସ୍ଥାନରୁ ଓ୍ବାସିଂ ମେସିନ ଭିତରୁ ଅଢେଇ କୋଟି ଟଙ୍କା ଜବତ ହୋଇଛି ସେ ସମ୍ପର୍କରେ ଇଡି ସ୍ପଷ୍ଟ କରିନାହିଁ । ବର୍ତ୍ତମାନ ସୁଦ୍ଧା ୪୭ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯାଇଥିବା ଇଡି ସୂଚନା ଦେଇଛି ।  
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
money found in washing machine, Tuesday and discovered unaccounted cash amounting to Rs 2.54 crore. | Argus News