କୁକୁର କାମୁଡାରେ ଚାଲିଗଲା ଖେଳାଳୀଙ୍କ ଜୀବନ

Key Points
ଉତ୍ତରପ୍ରଦେଶର ବୁଲନ୍ଦଶହରରେ ଏକ ଭୟାନକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟସ୍ତରୀୟ କବାଡ୍ଡୀ ଖେଳାଳୀ ବୃଜେଶଙ୍କର ରାବିସ୍ରେ ମୃତ୍ୟୁ ହୋଇଯାଇଛି । ୩ ମାସ ତଳେ ବୃଜେଶ ଗୋଟେ ଛୋଟ କୁକୁରକୁ ଏକ ନାଳରୁ ବଞ୍ଚେଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଛୋଟ ପପି ତାଙ୍କ ଡାହାଣ ହାତରେ କାମୁଡି ଦେଇଥିଲା । ଆଉ ବୃଜେଶ ତାଙ୍କୁ ଛୋଟ ଘଟଣା ଭାବି ଇଞ୍ଜେକସନ ନେଇ ନଥିଲେ ।
ପପି କାମୁଡାରେ ଚାଲିଗଲା ଷ୍ଟେଟ ଲେବଲ କବାଡି ପ୍ଲେୟାର ବୃଜେସ ସୋଲାନ୍କିଙ୍କ ଜୀବନ । ଶେଷ ମୁହୂର୍ତ୍ତରେ ଛାଟିପିଟି ହୋଇ ବିଚଳିତ ହୋଇ ଚାଲିଗଲେ ବୃଜେସ । ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ଚାଲିଗଲା ବୃଜେସ୍ଙ୍କ ଜୀବନ । ୩ ମାସ ପୂର୍ବରୁ କାମୁଡିଥିଲା କୁକୁର ।
ଉତ୍ତରପ୍ରଦେଶର ବୁଲନ୍ଦଶହରରେ ଏକ ଭୟାନକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟସ୍ତରୀୟ କବାଡ୍ଡୀ ଖେଳାଳୀ ବୃଜେଶଙ୍କର ରାବିସ୍ରେ ମୃତ୍ୟୁ ହୋଇଯାଇଛି । ୩ ମାସ ତଳେ ବୃଜେଶ ଗୋଟେ ଛୋଟ କୁକୁରକୁ ଏକ ନାଳରୁ ବଞ୍ଚେଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଛୋଟ ପପି ତାଙ୍କ ଡାହାଣ ହାତରେ କାମୁଡି ଦେଇଥିଲା । ଆଉ ବୃଜେଶ ତାଙ୍କୁ ଛୋଟ ଘଟଣା ଭାବି ଇଞ୍ଜେକସନ ନେଇ ନଥିଲେ ।
ହେଲେ ଘଟଣାର ୩ ମାସ ପରେ ଅଚାନକ ସକାଳୁ ଶୋଇକି ଉଠିବା ପରେ ତାଙ୍କର ଡାହାଣ ହାତ କାମ କରିବା ବନ୍ଦ ହୋଇ ଯାଇଥିଲା । ସଙ୍ଗେସଙ୍ଗେ ତାଙ୍କର ପୁରା ଶରୀର କାମ କରିବା ବନ୍ଦ ହୋଇଗଲା । ଏପରି ପରିସ୍ଥିତିରେ ପରିବାର ଲୋକେ ତାଙ୍କୁ ତୁରନ୍ତ ପାଖ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ସେ ଖୁବ କଷ୍ଟ ପାଇ ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା । ସେଠାରେ ଡାକ୍ତର ତାଙ୍କୁ ଅଲ୍ଲିଗଡର ମେଡିକାଲ କଲେଜକୁ ନେଇ ଯିବାକୁ କହିଥିଲେ । ସେହି ମେଡିକାଲ କଲେଜରେ ବୃଜେଶଙ୍କୁ ସଠିକ ଭାବେ ଚିକିତ୍ସା କରାଯାଇନଥିବା ତାଙ୍କ ଘର ଲୋକ ଜଣାଇଥିଲେ । ଧିରେ ଧିରେ ବୃଜେଶଙ୍କୁ ନିଶ୍ଵାସ ନେବାରେ କଷ୍ଟ ହେଉଥିଲା । ଆଉ ସେ ଚିତ୍କାର କରିବାରେ ଲାଗିଥିଲେ ।
ବୃଜେଶ ମେଡିକାଲରେ ଥିବା ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ବୃଜେଶ ଜଣେ ଜାତୀୟ ସ୍ତରୀୟ କବାଡ୍ଡୀ ଖେଳାଳୀ । ଗାଁ ରେହି ସେ ଛୋଟ ଛୋଟ ପିଲାମାନଙ୍କୁ କବାଡ୍ଡି ଶିଖେଇବାରେ ସାହାଯ୍ୟ କରିଛନ୍ତି । ଯେକୌଣସି ବି ଜୀବ ଆପଣଙ୍କୁ କାମୁଡୁଛି, ଏହାକୁ ଖାମଖିଆଲି ଭାବେ ନନେଇ ଏଥିପାଇଁ ଡାକ୍ତରଙ୍କୁ ନିଶ୍ଚିତ ଦେଖାନ୍ତୁ, ଏବଂ ଉପଯୁକ୍ତ ଇଞ୍ଜେକସନ ମଧ୍ୟ ନିଅନ୍ତୁ ।