ଆସନ୍ତାକାଲି ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ , ଗୋଟିଏ ରେଖାରେ ୭ଟି ଗ୍ରହ

ଆସନ୍ତାକାଲି ସରଳରେଖାରେ ଏକାସାଙ୍ଗରେ ଦୃଶ୍ୟମାନ ହେବେ ୭ ଗ୍ରହ । ସୌରମଣ୍ଡଳର ବିରଳ ଏବଂ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିପାରିବେ ବିଶ୍ବବାସୀ । ପ୍ଲାନେଟୋରୀ ପରେଡ୍ର ପ୍ରଥମ ଭାଗରେ ୬ଟି ଗ୍ରହ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ ଏବଂ ନେପଚୁନ୍ ଗୋଟିଏ ସରଳରେଖାରେ ରହିଥିଲେ । ଏବେ ସେମାନଙ୍କ ସହ ଯୋଗଦେବାକୁ ଯାଉଛି ବୁଧ । ଗୋଟିଏ ସରଳରେଖାରେ ଏକାଧିକ ଗ୍ରହ ଦିଶୁଥିବାରୁ ଏହାକୁ ‘ପ୍ଲାନେଟୋରୀ ପରେଡ୍’ ବୋଲି କୁହାଯାଉଛି । ବୁଧ ଗ୍ରହ ପୂର୍ବରୁ ଦୃଶ୍ୟମାନ ହେଉଥିବା ୬ଟି ଗ୍ରହ ସହିତ ଯୋଡ଼ି ହେବ ।
ଏହି ବିରଳ ଦୃଶ୍ୟ ୨୦୪୦ ମସିହା ପର୍ଯ୍ୟନ୍ତ ଆଉ ଦୃଶ୍ୟମାନ ହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ସାଧାରଣତଃ ଗ୍ରହ ସୂର୍ଯ୍ୟର ଗୋଟିଏ ପାଖରେ ଏକା ସମୟରେ ଥାଆନ୍ତି, କିନ୍ତୁ ସମସ୍ତ ଗ୍ରହ ଏକ ରେଖାରେ ରହିବା ବିରଳ ଘଟଣା । ସୂର୍ଯ୍ୟାସ୍ତର ପ୍ରାୟ ୪୫ ମିନିଟ୍ ପରେ ଆକାଶରେ ୭ଟି ଗ୍ରହଗୁଡ଼ିକ ଗୋଟିଏ ସରଳରେଖାରେ ଦୃଶ୍ୟମାନ ହେବେ । ଏହି ମହାଜାଗତିକ ଘଟଣା ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।