ନିଦରେ ସପିଙ୍ଗ କରୁଛନ୍ତି ଏହି ମହିଳା

ନୂଆଦିଲ୍ଲୀ: ଝିଅ ହୁଅନ୍ତୁ କି ମହିଳା ସପିଙ୍ଗ କରିବାକୁ ଭାରି ପସନ୍ଦ କରନ୍ତି। ଦିନର ଯେକୌଣସି ସମୟ ହେଉ ଯେମିତି ବି ପାଗ ହେଇଥାଉ ନା କାହିଁକି ମହିଳାମାନେ ସପିଙ୍ଗ କରୁଥିବାର ଆପଣ ମାନେ ଦେଖିବାକୁ ପାଇଥିବେ। ଯଦି ଏହାର ପ୍ରମାଣ ପାଇବାକୁ ଚାହାଁନ୍ତି ତେବେ ଦିଲ୍ଲୀର ଜନପଥ ଏବଂ ସରୋଜିନୀ ନଗର ମାର୍କେଟକୁ ଆସି ଦେଖିପାରିବେ। କିନ୍ତୁ ଆପଣ କେବେ ଦେଖିଛନ୍ତି କି ମହିଳା ନିଦରେ ସପିଙ୍ଗ କରିବାର? ଆପଣ ଭାବୁଥିବେ ଏହା କିପରି ସମ୍ଭବ। କିନ୍ତୁ ହଁ ଲଣ୍ଡନ ଜଣେ ମହିଳା ନିଦରେ ସପିଙ୍ଗ କରିଥାନ୍ତି। ଏହିପରି ଭାବରେ ନିଦରେ ସପିଙ୍ଗ କରିବା ଚକ୍କରରେ ମହିଳା ଜଣଙ୍କ ୩ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିଦେଇଛନ୍ତି। ତେବେ ଏପରି କରିବା ମହିଳା ଜଣଙ୍କର ଅଭ୍ୟାସ ନୁହେଁ ବରଂ ଏହାର ପଛରେ ଏକ ବଡ କାରଣ ଲୁଚି ଅଛି।
ନ୍ୟୁୟର୍କ ପୋଷ୍ଟ ର ରିପୋର୍ଟ ଅନୁସାରେ ଇଂଲଣ୍ଡରେ ରହୁଥିବା ୪୨ ବର୍ଷୀୟ କେଲି ନାଇପ୍ସଙ୍କୁ ଏକ ଅଜିବ ରୋଗରେ ପୀଡିତ। ରେୟାର ସ୍ଲିପ ଡିସଅର୍ଡର ପରି ରୋଗରେ ପୀଡିତ କେଲି। ଏହି ରୋଗ ଯୋଗୁଁ ନିଦରେ ସପିଙ୍ଗ କରୁଛନ୍ତି କେଲି ନାଇପ୍ସ। ଶୋଇବା ବେଳେ ରାତିରେ ଅନଲାଇନ୍ ସପିଙ୍ଗ ସାଇଟ୍ରେ ନିଜ କାର୍ଟ ଜିନିଷ ରଖିଦେଇଥାନ୍ତି । ଆଉ ଏହା ପରେ ନିଦରେ ଏହି ସବୁ ଜିନିଷକୁ ଅର୍ଡର କରିଦେଇଥାନ୍ତି । ଏହି ପରି କରିବା ଦ୍ୱାରା ଏପର୍ଯ୍ୟନ୍ତ ୩ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିସାରିଛନ୍ତି।
ସାଉଥ୍ ବୋଷ୍ଟ ନ୍ୟୁଜ୍ ସର୍ବିସ୍କୁ ଏକ ସାକ୍ଷାତକାର ଦେଇ କେଲି କହିଛନ୍ତି, ମୋତେ ଚିନ୍ତା ଲାଗିଥାଏ ଯେ ରାତିରେ ମୁଁ କଣ କରିବି ? ମୋ ଦ୍ୱାରା କେତେ ଟଙ୍କା ଖର୍ଚ୍ଚ ହୋଇଯିବ। କାରଣ ଏ ରୋଗ ଉପରେ ତାଙ୍କର ଆୟତ ନଥିଲା। କେଲି ଏନେଇ ୨୦୧୮ରେ ପରୀକ୍ଷା କରିଥିଲେ । ପରେ ଜଣାପଡିଥିଲା ତାଙ୍କୁ ପାରାସୋମନିଆ ହୋଇଛି। ଏହି ରୋଗ ହେଲେ ବ୍ୟକ୍ତି ନିଦରେ ଚାଲିବା ସହ କଥାବର୍ତ୍ତା କରିଥାନ୍ତି ଏବଂ ଖାଇଥାନ୍ତି ମଧ୍ୟ। ଏହା ଛଡା ଅନ୍ୟ ବିଚିତ୍ର କାର୍ଯ୍ୟ ମଧ୍ୟ କରିଥାନ୍ତି ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି। ଏସବୁ କରୁଛନ୍ତି ବୋଲି ସେମାନେ ଜାଣିପାରିନଥାନ୍ତି କାରଣ ସେହି ସମୟରେ ତାଙ୍କ ମସ୍ତିଷ୍କ ଅଧା ଜାଗ୍ରତ ଥାଏ।
ଅଧିକ ପଢନ୍ତୁ ଭାରତ ଖବର