ଆଜି ଆକାଶରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ

ଆକାଶର ସବୁଠାରୁ ସୁନ୍ଦର ପୂର୍ଣ୍ଣିମା ଦେଖିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ୨୦୨୫ ଏପ୍ରିଲ ୧୨ ତାରିଖରେ 'ମାଇକ୍ରୋମୁନ୍' ନାମରେ ପରିଚିତ ଆକର୍ଷଣୀୟ ପିଙ୍କ୍ ମୁନ୍ ଦ୍ୱାରା ରାତି ଆକାଶ ଆଲୋକିତ ହେବ। ପ୍ରତିବର୍ଷ ଏପ୍ରିଲ ମାସର ପ୍ରଥମ ପୂର୍ଣ୍ଣିମା ରେ ବସନ୍ତ ଋତୁର ଆରମ୍ଭରେ ଏହି ଘଟଣା ଘଟିଥାଏ । ଏହାକୁ ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀଙ୍କ ଶବ୍ଦରେ ମାଇକ୍ରୋ ମୁନ୍ କୁହାଯାଇଥାଏ। ଏହି ଦିନ ଜହ୍ନ ପୃଥିବଠାରୁ ନିଜର ସବୁଠୁ ଦୂର ବିନ୍ଦୁରେ ହୋଇଥାଏ। ମାଇକ୍ରୋମୁନ ସାମାନ୍ୟ ପୂର୍ଣ୍ଣିମା ତୁଳନାରେ ବ୍ୟାସରେ ଦେଖାଯିବ। ପିଙ୍କ ମୁନ ପ୍ରତି ବର୍ଷ ଚୈତ୍ର ପୂର୍ଣ୍ଣିମା ରାତିରେ ଦୃଶ୍ୟମାନ ହୋଇଥାଏ। ଯେତେବେଳେ ଜହ୍ନ ସଂପୂର୍ଣ୍ଣ ଭାବେ ଗୋଲ ହୋଇଥାଏ ଏବଂ ଅଧିକ ଉଜ୍ୱଳ ଦେଖାଯାଇଥାଏ।
ଜହ୍ନ ଗୋଲାପି ନୁହେଁ ବରଂ ସୁନେଲୀ ଏବଂ ଚାନ୍ଦୀ ଭଳି ଦେଖାଯାଇଥାଏ। ବଶୋଂଦ୍ଭବ ଆମେରିକୀୟ ବସନ୍ତରେ ଫୁଟୁଥିବା ପିଙ୍କ୍ ଫୁଲ ରଙ୍ଗକୁ ଦର୍ଶାଇବା ଲାଗି ଏହାକୁ ପିଙ୍କ ମୁନ ର ନାମ ଦେଇଥିଲେ। ରିପୋର୍ଟ ମୁତାବକ, ମାଇକ୍ରୋମୁନ ୧୨ ଅପ୍ରେଲ ରାତି ୮.୨୨ମିନିଟରେ ଦେଖାଯିବ। ସୂର୍ଯ୍ୟାସ୍ତର ଠିକ୍ ପରେ ଚନ୍ଦ୍ର ଦେଖାଯିବ। ଏଗାକୁ ରାତିରେ ଦେଖିବା ଲାଗି ସଂଧ୍ୟା ସମୟ ଉତ୍ତମ ରହିବ।