Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାଓବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଲା ରଣନୀତି

National

ମାଓବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଲା ରଣନୀତି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମାଓବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ପ୍ରସ୍ତୁତ ହେଲା ରଣନୀତି

ଅର୍ଗସ ବ୍ୟୁରୋ:  ଦେଶରେ ମାଓବାଦ ନେଉଛି ଶେଷ ନିଶ୍ବାସ । ଛତିଶଗଡ଼ରେ ୩୧ ନକ୍ସଲ ନିପାତ ପରେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ବୈଠକ। ମାଓବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଓଡ଼ିଶା ସମେତ ୮ଟି ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ 5ଟି ବିଭାଗର କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରଣନୀତି । ଅମିତ୍ ଶାହ କହିଛନ୍ତି, ମାଓବାଦ ଉପରେ ଏବେ ଅନ୍ତିମ ପ୍ରହାର ଆବଶ୍ୟକ। ଶାହ ପୁଣି ଦୃଢ଼ୋକ୍ତି କରିଛନ୍ତି 2026 ସୁଦ୍ଧା ଭାରତ ନକ୍ସଲ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ ହେବ।

ମାଓବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଅମିତ୍ ଶାହ, ସରେଣ୍ଡର କର, ନହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ । ମାଓ ମୁକାବିଲା ବୈଠକରେ ଯୋଗ ଦେଇ ଓଡ଼ିଶା ପାଇଁ 12 କମ୍ପାନୀ ସିଏପିଏଫ୍ ଓ ହେଲିକପ୍ଟର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ମାଝୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ସ୍ବତନ୍ତ୍ର ଟାସ୍କ ଦେଇଛନ୍ତି ଗୃହମନ୍ତ୍ରୀ। ମାଓ ପ୍ରଭାବିତ ଜିଲ୍ଲାରେ ମାସରେ ଗୋଟିଏ ଦିନ ରାତ୍ରିଯାପନ କରିବା ସହ ନିୟମିତ ସମୀକ୍ଷା କରିବେ । ଓଡ଼ିଶା ସରକାର ମାଓ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ 40ଟି ଲୋକାଭିମୁଖୀ ଯୋଜନାକୁ ମିଶାଇ `ଗ୍ରାମୋଦୟ’ ନାଁରେ ଯୋଜନା କାର୍ଯ୍ୟକାରୀ କରିବେ ।

ଗୋଟିଏ ସମୟରେ ଦେଶର ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସବୁଠାରୁ ସମସ୍ୟା ଥିଲା ନକ୍ସଲ ବାଦ। ଏ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । କିନ୍ତୁ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଏବଂ ନକ୍ସଲ ବିରୋଧୀ ଲଢ଼େଇ ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନେତୃତ୍ବରେ ଯୋଜନାବଦ୍ଧ ଓ ସୁଚିନ୍ତିତ ରଣନୀତି ଯୋଗୁଁ ଦେଶରେ ବାମପନ୍ଥୀ ଉଗ୍ରବାଦ ଅନ୍ତିମ ଚରଣରେ ପହଞ୍ଚିଛି । ଗତ ଅଗଷ୍ଟ ୨୪ ଓ ୨୫ ତାରିଖରେ ଛତିଶଗଡ଼ ଯାଇ ସେଠାରେ ମାଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିଲେ ଶାହ । ଜାନୁଆରୀରୁ ଏବେଯାଏ ମୋଟ ୧୯୪ ନକ୍ସଲ ନିପାତ କରାଗଲାଣି । ୮୦୧ ନକ୍ସଲ ଗିରଫ ହେଲେଣି ଏବଂ ୭୪୨ ଜଣ ଆତ୍ମସମର୍ପଣ କଲେଣି । ଗତ ଶୁକ୍ରବାର ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ବଡ଼ ଅପରେସନରେ ନିପାତ ହୋଇଛନ୍ତି 31 ଜଣ ମାଓବାଦୀ । ୨୦୧୩ରେ ଦେଶର ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ  ପ୍ରଭାବିତ ଥିବାବେଳେ ୨୦୨୪ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି । ସେଥିମଧ୍ୟରୁ ଛତିଶଗଡ଼ର ସର୍ବାଧିକ ୧୫ଟି ଏବଂ ଓଡ଼ିଶାର ୭ ଜିଲ୍ଲା ମାଓ ପ୍ରଭାବିତ ଜିଲ୍ଲା ତାଲିକାରେ ଅଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
A strategy was prepared for a decisive fight against Maoism | Argus News