ପାଠଶାଳାର ଦ୍ବିତୀୟ ଦିନରେ ନବ ନିର୍ବାଚିତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ହରିବଂଶ ନାରାୟଣ ସିଂ
·1 year ago

ନୂଆଦିଲ୍ଲୀ: ନୂଆ ବିଧାୟକଙ୍କ ପାଠଶାଳାର ଦ୍ବିତୀୟ ଦିନ । ଆଜି ନବ ନିର୍ବାଚିତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ । ପ୍ରଥମ ଦିନରେ ଭଲ ବିଧାୟକ ହେବାର ଟିପ୍ସ ଦେଇଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁଜୁ ।
ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଜରିଆରେ ନୂଆ ବିଧାୟକମାନଙ୍କୁ ସଂସଦୀୟ ପରମ୍ପରା ବିଷୟରେ ତାଲିମ ଦିଆଯାଇଥିଲା । ବିଧାୟକମାନଙ୍କୁ ଟିପ୍ସ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ହଙ୍ଗାମା କରି ଦୁଇ ମିନିଟର ହେଡ ଲାଇନ ହୁଅନ୍ତୁ ନାହିଁ । ଲମ୍ବା କ୍ୟାରିଅର ପାଇଁ ରିସର୍ଚ୍ଚ କରନ୍ତୁ, ଶୃଙ୍ଖଳିତ ହୁଅନ୍ତୁ, କଠିନ ପରିଶ୍ରମ କରିବା ସହ ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ । ସେପଟେ କାର୍ଯ୍ୟକ୍ରମକୁ ବିଜେଡି-କଂଗ୍ରେସ ବଏକଟ୍ ପରେ ବଢିଛି ବିବାଦ । ବିଜେପି କହିଛି, ସରକାରୀ କାର୍ଯ୍ୟକ୍ରମକୁ ବୟକଟ ନାଁରେ ରାଜନୀତି କରୁଛନ୍ତି ବିରୋଧୀ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: