Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିବାହ ନ ହେବାରୁ ଇ-ରିକ୍ସାରେ ହୋର୍ଡିଂ ମାରି ଯୁବକଙ୍କ ନିଆରା ପ୍ରୟାସ

National

ବିବାହ ନ ହେବାରୁ ଇ-ରିକ୍ସାରେ ହୋର୍ଡିଂ ମାରି ଯୁବକଙ୍କ ନିଆରା ପ୍ରୟାସ

Ritu Das
Browse all articles by Ritu Das
·2 years ago·2 min read
ବିବାହ ନ ହେବାରୁ ଇ-ରିକ୍ସାରେ ହୋର୍ଡିଂ ମାରି ଯୁବକଙ୍କ ନିଆରା ପ୍ରୟାସ

ଅର୍ଗସ ବ୍ୟୁରୋ: ଏବେ ଚାଲିଛି ବିବାହ ଋତୁ। ଯେଉଁମାନେ ବାହା ହେଉଛନ୍ତି ତାଙ୍କୁ ଯଦି ଅବିବାହିତ ଦେଖନ୍ତି ତାହାଲେ ସତରେ ସେମାନଙ୍କ ମନରେ ନିଶ୍ଚିତ ଆସେ କାଶ ଏମିତି ମୁଁ ବି କାହାର ବର/କନ୍ୟା ସାଜନ୍ତି। କାରଣ ଆମ ଦେଶରେ ବିବାହର ଏକ ମହତ୍ତ୍ବ ରହିଛି। ପ୍ରତ୍ୟେକ ଝିଅ ଏବଂ ପୁଅ ବିବାହ କରିବାକୁ ବହୁତ ସ୍ବପ୍ନ ଦେଖିଥାନ୍ତି। କି କେବେ ତାଙ୍କ ସ୍ବପ୍ନର ରାଜକୁମାର ବା ରାଜକୁମାରୀ ମିଳିବ।  ଉଭୟଙ୍କ ବିବାହ ପାଇଁ ଏକ ବୟସ ମଧ୍ୟ ସ୍ଥିର କରାଯାଇଛି। ଯଦି ଜଣେ ଠିକ ସମୟରେ ବିବାହ ନ କରନ୍ତି, ପଡ଼ୋଶୀ ତଥା ସମ୍ପର୍କୀୟମାନେ କେତେ କଥା କହିଥାନ୍ତି। ଆଉ ଶାନ୍ତିରେ ବଞ୍ଚିବାକୁ ବି ଦିଅନ୍ତିନି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଦାମୋହରେ ରହୁଥିବା ଜଣେ ତିରିଶ ବର୍ଷ ବୟସ୍କ ଯୁବକଙ୍କ ଠାରେ। ଏଥିରେ ବ୍ୟସ୍ତ ହୋଇ ଯୁବକ ଜଣକ ଭାଙ୍ଗିପଡ଼ିଛନ୍ତି ଆଉ କହିଛନ୍ତି ମୋତେ କିଏ ବାହାହୁଅ। 

ଏହି ବ୍ୟକ୍ତିଙ୍କ ନାମ ହେଉଛି ଦୀପେନ୍ଦ୍ର ରାଠୋର। ଦୀପେନ୍ଦ୍ର ରାଠୋର ଏକ ଇ-ରିକ୍ସା ଚଲାଇ ଜୀବନ ନିର୍ବାହ କରନ୍ତି।  ଦୀପେନ୍ଦ୍ର ତାଙ୍କ ବିବାହକୁ ନେଇ ବହୁ ଚିନ୍ତିତ ହୋଇପଡ଼ିଥିଲେ ସେଥିପାଇଁ ସେ ଏକ ନିଆରା ଉପାୟ ଅବଲମ୍ବନ କଲେ। ଉପାୟଟା ଶୁଣିଲେ ଆପଣ ନିଶ୍ଚିତ ହଡବଡ଼େଇ ଯିବେ।  ଦୀପେନ୍ଦ୍ର ତାଙ୍କ ଇ-ରିକ୍ସା ରେ ଏକ ବଡ ହୋର୍ଡିଂ ଲଗାଇଛନ୍ତି ଯେଉଁଥିରେ ସେ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି। ଏହି ହୋର୍ଡିଂରେ ସେ ଶିକ୍ଷାଗତ ଯୋଗ୍ୟତା, ଉଚ୍ଚତା, ବ୍ଲଡ ଗ୍ରୁପ ଇତ୍ୟାଦି ଲେଖିଛନ୍ତି। ସେ ଏହି ଇ-ରିକ୍ସା ଦ୍ୱାରା ସହର ପରିକ୍ରମା କରୁଛନ୍ତି।

ସେ ଇ-ରିକ୍ସାକୁ ଯୁଆଡେ ଯୁଆଡେ ନିଅନ୍ତି। ଲୋକମାନେ ତାଙ୍କ ହୋର୍ଡିଂ ଦେଖି କଣ ଲେଖାହୋଇଛି ବୋଲି ପଢ଼ି ପକାନ୍ତି। ଏଭଳି ଲେଖା ଦେଖି ଦୀପେନ୍ଦ୍ରଙ୍କ ଚର୍ଚ୍ଚା ସୁବଠି। ଦୀପେନ୍ଦ୍ର କହିଛନ୍ତି ଯେ, ମୋତେ ୩୦ବର୍ଷ ହେଲାଣି କିନ୍ତୁ ବିବାହ କରିବାକୁ କେହି କନ୍ୟା ମୋତେ ମିଳୁନାହନ୍ତି। ମୁଁ କଣ କରିବି। ଏଇ ବୟସରେ ବିବାହ ନ କଲେ ଆଉ କେବେ କରିବି। କେବେ ମୋତେ ମୋ ମନଲାଖି ଝିଅ ମିଳିବ। ମୁଁ ବୁଝି ପାରୁନି। ନା ଗର୍ଲଫ୍ରେଣ୍ଡ ମିଳୁଛି ନା କାହାକୁ ଭଲ ପାଇ ପାରୁଛି। ଆଉ ହଁ ସେ ହୋର୍ଡିଂରେ ଆଉ ଏକ କଥା ବି ଲେଖିଛନ୍ତି ମୋତେ ବିବାହ କରିବାକୁ ଝିଅ ଯେଉଁ ଜାତିର କି ଯେଉଁ ଧର୍ମର ହୋଇଥାନ୍ତୁ ସବୁ ଚଳିବ। ମୋ ପାଖକୁ ବିବାହ ପ୍ରସ୍ତାବ ନେଇ ଆସିପାରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀପେନ୍ଦ୍ରଙ୍କ ପରିବାର ଲୋକ ତାଙ୍କ ପାଇଁ ବହୁବାର ପ୍ରସ୍ତାବ ଆଣିଛନ୍ତି କି ସବୁଥର ତାଙ୍କର ବିବାହ ଭାଙ୍ଗିଯାଇଛି। ଲୋକଙ୍କ ଏଣୁତେଣୁ କଥା ଶୁଣି ସେ ପୁରା ଡିପ୍ରେସ ହୋଇଯାଇଥିଲେ। ଆଉ ଏଥିରୁ ବଞ୍ଚିବାକୁ ସେ ଏଭଳି ନିଆରା ପ୍ରୟାସ କରିଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Education Next Season 5
Sponsored
A unique effort of young | Argus News