Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବହୁତ ସୁନ୍ଦର ଗାଁ, ହେଲେ କିଏ ଦେଲା ଏମିତି ଅଭିଶାପ..? ଏଯାଏଁ ଜଣାପଡୁନି କାରଣ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବହୁତ ସୁନ୍ଦର ଗାଁ, ହେଲେ କିଏ ଦେଲା ଏମିତି ଅଭିଶାପ..? ଏଯାଏଁ ଜଣାପଡୁନି କାରଣ

Key Points

ଆସାମର ବରେଲ ପର୍ବତରେ ଏହି ଗାଁ ଉପସ୍ଥିତ ।

ଗାନ୍ଧୀଙ୍କ ଭାଷାରେ ଭାରତର ପ୍ରାଣ କେନ୍ଦ୍ର ହେଉଛି ଗାଁ । ଲକ୍ଷ ଲକ୍ଷ ଗାଁରେ ଭାରତର ଆତ୍ମା ବସିଛି । ସହରରେ ଯେତେ ସୁଖ ସୁବିଧା ଥିଲେ ମଧ୍ୟ ଗାଁରେ ମିଳୁଥିବା ଶାନ୍ତି କେଉଁଠାରେ ନାହିଁ । ଗାଁ ମୁଣ୍ଡରେ ଥିବା ବରଗଛ ଛାଇରେ ଯାହା ଅଛି ଏସିରେ ତାହା ନାହିଁ । ଆସାମରେ ମଧ୍ୟ ଏପରି ଏକ ସୁନ୍ଦର ଛୋଟିଆ ଗାଁ ଅଛି, ଯେଉଁଠି ମଣିଷ ଶାନ୍ତିରେ ନିଶ୍ୱାସ ମାରେ । ଗାଁର ସୁନ୍ଦର ପରିବେଶରେ ଭାରାକ୍ରାନ୍ତ ମନ ବି ହାଲୁକା ହୋଇଯାଏ । ହେଲେ ରାତି ହେବା ମାତ୍ରେ ସେଠାରେ ପକ୍ଷୀମାନେ କରନ୍ତି ଆତ୍ମହତ୍ୟା । ପକ୍ଷୀମାନେ କାହିଁକି ସେ ଗାଁରେ ଆତ୍ମହତ୍ୟା କରନ୍ତି, ସେ ରହସ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ ?


ଆସାମର ବରେଲ ପର୍ବତରେ ଏହି ଗାଁ ଉପସ୍ଥିତ । ଏହି ଗାଁ ଭାରତର ଅନ୍ୟ ଗ୍ରାମ ପରି, ତେବେ ଶତାବ୍ଦୀ ଧରି ଏହି ଗାଁରେ ଏକ ରହସ୍ୟ ଲୁଚି ରହିଛି । ପକ୍ଷୀପଲଙ୍କ ମୃତ୍ୟୁର ରହସ୍ୟ । ବୈଜ୍ଞାନିକ ଏବଂ ଅନୁସନ୍ଧାନକାରୀମାନେ ଏପର୍ଯ୍ୟନ୍ତ ଏହି ରହସ୍ୟର ସମାଧାନ କରିବାରେ ସକ୍ଷମ ହୋଇ ପାରୁନାହାଁନ୍ତି । ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ପ୍ରବାସୀ ପକ୍ଷୀମାନଙ୍କର ପଲ ପ୍ରତ୍ୟେକ ସନ୍ଧ୍ୟା ୬ ଟାରୁ ରାତି ୧୦ ଟା ମଧ୍ୟରେ ଏଠାରେ ପହଞ୍ଚନ୍ତି ।


ଆସାମର ଡିମା ହାସୋ ଜିଲ୍ଲାର ପାହାଡ ମଧ୍ୟରେ ଅବସ୍ଥିତ ଜାଟିଙ୍ଗା ଗ୍ରାମରେ ପକ୍ଷୀମାନେ ଆସି ଆତ୍ମହତ୍ୟା କରନ୍ତି । ଏହି ଗାଁରେ କେବଳ ସ୍ଥାନୀୟ ପକ୍ଷୀ ନୁହଁନ୍ତି ପ୍ରବାସୀ ପକ୍ଷୀମାନେ ମଧ୍ୟ ପହଞ୍ଚନ୍ତି ଏବଂ ସାମୂହିକ ଆତ୍ମହତ୍ୟା କରନ୍ତି । ଏହି କାରଣରୁ ଜାଟିଙ୍ଗା ଗ୍ରାମଟି ଅତ୍ୟନ୍ତ ରହସ୍ୟମୟ ବୋଲି ବିବେଚନା କରାଯାଏ । ଏହି ରହସ୍ୟ ଉନ୍ମୋଚନ କରିବା ପାଇଁ ବୈଜ୍ଞାନିକମାନେ ବହୁ ଅନୁସନ୍ଧାନ କରିଥିଲେ ମଧ୍ୟ ଆତ୍ମହତ୍ୟାର କାରଣ ଖୋଜି ପାଇପାରିନଥିଲେ ।


ଜାଟିଙ୍ଗା ଗ୍ରାମରେ ୧.୫ କିଲୋମିଟର ଲମ୍ବା ସଡ଼କ ଅଛି, ଯାହା ଉପରେ ଉଡ଼ୁଥିବା ପକ୍ଷୀମାନେ ଡେଇଁପଡି ନିଜ ଜୀବନ ଉତ୍ସର୍ଗ କରନ୍ତି । ସୂର୍ଯ୍ୟ ଉଦୟ ପରେ ଶହ ଶହ ପକ୍ଷୀ ଆକାଶରୁ ଭୂମି ଆଡ଼କୁ ତୀବ୍ର ବେଗରେ ଆସି ନିଜ ଜୀବନ ହାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜାଟିଙ୍ଗା ଗାଁରେ ପୂର୍ବରୁ ଜେଇମ ନାଗା ସମ୍ପ୍ରଦାୟର ଲୋକ ରହୁଥିଲେ । ଦିନେ ନାଗା ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଧାନ କ୍ଷେତରେ ଜଗି ଥିବାବେଳେ ପକ୍ଷୀମାନଙ୍କ ଆତ୍ମହତ୍ୟା ଘଟଣା ଦେଖିଥିଲେ । ସେ ପୂର୍ବରୁ ପ୍ରକୃତିର ଏହି ରୂପ ଦେଖିନଥିଲେ । ଏହି ଘଟଣାରେ ଜେଇମ ନାଗା ସମ୍ପ୍ରଦାୟର ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ । ତା’ପରେ ୧୯୦୫ ମସିହାରେ ନାଗା ସମ୍ପ୍ରଦାୟ ଲୋକମାନେ ନିଜର ଜାଗା ସବୁ ଜୈନ୍ତିଆ ସମ୍ପ୍ରଦାୟକୁ ବିକ୍ରି କରି ଦେଇଥିଲେ ।


୧୯୫୭ ମସିହାରେ ଦୀର୍ଘ ଦିନ ଧରି ଘଟୁଥିବା ଏହି ଘଟଣା ବିଷୟରେ ବିଶ୍ୱ ଜାଣିବାକୁ ପାଇଲା । ସେହି ସମୟରେ ଜଣେ ବୈଜ୍ଞାନିକ ପାଇଁ ଜାଟିଙ୍ଗାକୁ ଆସିଥିଲେ । ଏହି ସମୟ ମଧ୍ୟରେ ସେ ନିଜେ ଏହି ରହସ୍ୟମୟ ଘଟଣାର ସାକ୍ଷୀ ହୋଇଥିଲେ । ଏହି ଘଟଣାକୁ ସେ ତାଙ୍କ ପୁସ୍ତକ "ୱାଇଲ୍ଡ ଲାଇଫ୍ ଅଫ୍ ଇଣ୍ଡିଆ"ରେ ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି, ଅନେକ ଚେଷ୍ଟା ପରେ ମଧ୍ୟ ମୁଁ ଏହାର କାରଣ ଖୋଜିପାରିଲି ନାହିଁ ।


ତେବେ ଏଠାକାର ଲୋକେ ବିଶ୍ୱାସ କରନ୍ତି, ଏହି ସ୍ଥାନରେ ଦୁଷ୍ଟ ଆତ୍ମାଙ୍କର ପ୍ରକୋପ ଅଛି । ଏହି କାରଣରୁ ଏଠାକାର ବାସିନ୍ଦା ରାତି ହେଲେ ବାହାରକୁ ବାହାରନ୍ତି ନାହିଁ ।

Sponsored
A very beautiful village, but who gave it such a curse... The reason is still unknown. | Argus News