Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ

National

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ

ଅର୍ଗସ ବ୍ୟୁରୋ:  ତିନିଟି ରାଜ୍ୟରେ ବିପୁଳ ବିଜୟ ପରେ ଶୀର୍ଷ ଛୁଇଁଛି ବିଜେପିର ଉତ୍ସାହ। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୟ ପରେ ଶୀତ ଅଧିବେଶନର ପ୍ରଥମ ଦିନ ସଂସଦରେ ପହଞ୍ଚିଲେ ପ୍ରଧାନ ମନ୍ତ୍ରୀ, ତ ତାଙ୍କୁ କରାଗଲା ଏମିତି ସ୍ୱାଗତ। ନିଜ ଆସନରେ ଛିଡ଼ା ହୋଇଥିଲେ ବିଜେପି ସାଂସଦ। ବଡ଼ ବିଜୟର ମହାନାୟକଙ୍କୁ ତାଳି ମାରି ଅଭିନନ୍ଦନ ଜଣାଇଥିଲେ, ତିସରି ବାର ମୋଦି ସରକାର ନାରାରେ କମ୍ପିଲା ସଦନ। ଆଉ ସଦନ ବାହାରେ ଦେଶକୁ ସମ୍ବୋଧନ କରି ଶୀତ ଅଧିବେଶନରେ ରାଜନୈତିକ ଉଷ୍ଣତା ବାବଦରେ କହିଥିଲେ ପ୍ରଧାନମନ୍ତ୍ରୀ।

ମୋଦି କହିଲେ ଦେଶ ନକାରାତ୍ମକତାକୁ ପ୍ରତ୍ୟାଖ୍ୟାନ କରିଛି। ତିନିଟି ରାଜ୍ୟର ନିର୍ବାଚନ ଫଳାଫଳ ଦେଇଛି ଅନେକ ବାର୍ତ୍ତା। ସୁଶାସନ ଆଗରେ ସତ୍ତା ବିରୋଧୀ ଲହର ପଡ଼ିଯାଏ ଫିକା। ଏଥିପାଇଁ ବିରୋଧୀଙ୍କୁ ପରାମର୍ଶ ସେମାନେ ଛାଡ଼ିଦିଅନ୍ତୁ ନକାରାତ୍ମକତା। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବଡ଼ ପରାଜୟ ପରେ ଏବେ INDI ମେଣ୍ଟରେ ସନ୍ନାଟା। ସ୍ବାଭାବିକ ଭାବେ ବିରୋଧୀଙ୍କ ମଧ୍ୟରେ ବଢୁଛି ନିରାଶା। ତେବେ ହତାଶ ନ ହୋଇ ସକାରାତ୍ମକ ରାଜନୀତିର ମାର୍ଗ ଆପଣାଇବାକୁ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବିକଶିତ ଭାରତର ସ୍ବପ୍ନକୁ ଯଥାଶୀଘ୍ର ପୂରଣ କରିବାକୁ ହେବ। ମୋଦି କହିଛନ୍ତି ସମସ୍ତଙ୍କୁ ଏଥିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବାକୁ ପଡ଼ିବ। ବିରୋଧୀଙ୍କୁ ମଧ୍ୟ ସମାନ ଭାବେ ସାମର୍ଥବାନ ହେବାକୁ ପଡ଼ିବ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A warm welcome to Prime Minister Narendra Modi | Argus News