Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭଉଣୀକୁ ଗିଫ୍ଟ ଦେବାକୁ କହିବାରୁ ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ

National

ଭଉଣୀକୁ ଗିଫ୍ଟ ଦେବାକୁ କହିବାରୁ ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ଭଉଣୀକୁ ଗିଫ୍ଟ ଦେବାକୁ କହିବାରୁ ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ

ଅର୍ଗସ ବ୍ୟୁରୋ : ସ୍ବାମୀ-ସ୍ତ୍ରୀ ସମ୍ପର୍କ ସବୁଠୁ ନିବିଡ ହୋଇଥାଏ। ଦୁହିଁଙ୍କର ଦୁହିଁଙ୍କ ପ୍ରତି ଥାଏ ଅନାବିଳ ଭଲପାଇବା ଏବଂ ପରସ୍ପର ପ୍ରତି ସମ୍ମାନ। କିନ୍ତୁ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ଭଉଣୀର ବାହାଘରରେ ଗିଫ୍ଟ ଦେଵାକୁ ନେଇ ସ୍ଵାମୀକୁ ହତ୍ୟା କରିଛନ୍ତି ସ୍ତ୍ରୀର ପରିବାର ଲୋକେ। ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। 

ସୂଚନା ଅନୁସାରେ ୩୫ ବର୍ଷିୟ ଚନ୍ଦ୍ର ପ୍ରକାଶ ମିଶ୍ର ଭଉଣୀ ବାହାଘରରେ ସୁନା ମୁଦି ଓ ଟିଭି ଗିଫ୍ଟ ଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଭଉଣୀର ବିବାହ ଆନ୍ତା ୨୬ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। କିନ୍ତୁ ଏହାଜାଣି ଚନ୍ଦ୍ରପ୍ରକାଶଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କ ଉପରେ ରାଗିଯାଇଥିଲେ। ଏବଂ ଏହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ସ୍ବାମୀଙ୍କୁ ଦଣ୍ଡ ଦେବା ପାଇଁ ସ୍ତ୍ରୀ ଛବି ନିଜ ଭାଇ ଦ୍ଵାରା ଚନ୍ଦ୍ର ପ୍ରକାଶଙ୍କୁ ଆକ୍ରମଣ କରାଇଥିଲେ। ହସ୍ପିଟାଲରେ ହିଁ ଚନ୍ଦ୍ରପ୍ରକାଶଙ୍କର ମୃତ୍ୟୁ ହୋଇଥିଲା ଚନ୍ଦ୍ରପ୍ରକାଶଙ୍କ ମାତାପିତା ଥାନାରେ ଅଭିଯୋଗ କରିଛନ୍ତି। 

ଏହି ଘଟଣାକୁ କେନ୍ଦ୍ର କରି ସ୍ତ୍ରୀ ଛବି ତାଙ୍କ ଭାଇ ଅନ୍ୟ ତିନି ଜଣଙ୍କୁ ପୋଲିସ ଗିରଫ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Raja Festival
Sponsored
A woman killed her | Argus News