Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ କମ୍ପନ

Manini Pattanayak
Browse all articles by Manini Pattanayak
·1 year ago·3 min read
ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ କମ୍ପନ

ନୂଆଦିଲ୍ଲୀ: କୋଲକାତାରେ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଏବେ ସାରା ଦେଶରେ ଆଲୋଡ଼ନ। ଓଡ଼ିଶା ସମେତ ସାରା ଦେଶରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଅନ୍ୟପଟେ ମଧ୍ୟରାତ୍ରୀରେ ହସପିଟାଲରେ ଭଙ୍ଗାରୁଜାକୁ ନେଇ ସନ୍ଦେହ ଘେରକୁ ଆସିଛି ମମତା ସରକାରର ଭୂମିକା। ଏ ନେଇ ହାଇକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି । ଡାକ୍ତରୀ ସମୁଦାୟର ସୁରକ୍ଷା ନେଇ ମୋଦି ସରକାର ଆକ୍ସନ୍ ମୋଡକୁ ଆସିଥିବାବେଳେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶସାରା ବ୍ୟାପୀଛି ପ୍ରତିବାଦର ନିଆଁ। ରାସ୍ତାକୁ ଓହ୍ଲାଇଛନ୍ତି ଦେଶର ସବୁ ପ୍ରମୁଖ ମେଡିକାଲ କଲେଜ ଛାତ୍ରଛାତ୍ରୀ। ଦୋଷୀଙ୍କୁ ଦଣ୍ଡ ଓ ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦାବିରେ କରିଛନ୍ତି ଜୋରଦାର ପ୍ରତିବାଦ। ଏଥିସହ ଅପରାଧୀଙ୍କୁ ଧରିବାରେ ପଶ୍ଚିମବଙ୍ଗ ସରକାରଙ୍କ କୋହଳ ଆଭିମୁଖ୍ୟକୁ ନେଇ ବର୍ଷିଛନ୍ତି ଆନ୍ଦୋଳନକାରୀ। 

ଓଡ଼ିଶାରେ ମଧ୍ୟ ବ୍ୟାପୀଛି ମୃତ ଡାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ। କଟକ ଏସସିବି ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି। କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ଆନ୍ଦୋଳନ ରତ ଜୁନିୟର ଡାକ୍ତର, ହାଉସ ସର୍ଜନ ଓ ୟୁଜି ଛାତ୍ର ଛାତ୍ରୀ। ଏସସିବି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି ଭିମସାର ଓ ଏମକେସିଜି ମେଡିକାଲ କଲେଜର ଛାତ୍ରଛାତ୍ରୀ। ଭୁବନେଶ୍ବର ଏମ୍ସରେ ବି ଡାକ୍ତରୀ ଛାତ୍ରଛାତ୍ରୀ କରିଛନ୍ତି ପ୍ରତିବାଦ। ଏଥିଯୋଗୁଁ ବାଧାପ୍ରାପ୍ତ ହୋଇଛି ଓପିଡି ସେବା। ସେହିପରି ବୁର୍ଲା ଭିମସାର ଓ ବ୍ରହ୍ମପୁର ଏମକେସିଜିରେ ମଧ୍ୟ ଡାକ୍ରରୀ ଛାତ୍ରଛାତ୍ରୀମାନେ କରିଛନ୍ତି ଜୋରଦାର ପ୍ରତିବାଦ। ସେପଟେ ଏ ପୂରା ଘଟଣାରେ ଉଭୟ ଡାହାଣୀ ଓ ଗୁଣିଆ ଭୂମିକାରେ ମମତା ସରକାର। ଗୋଟେପଟେ ତାଙ୍କ ରାଜ୍ୟର ଅନ୍ୟତମ ସର୍ବପୁରାତନ ମେଡିକାଲ କଲେଜ ପରିସରରେ ଏତେବଡ଼ କାଣ୍ଡ ହେଲା ଅଥଚ ଅଭିଯୁକ୍ତଙ୍କୁ ଧରିବାରେ ଫେଲ ମାରିଲା ବଙ୍ଗ ପୋଲିସ। ଅନ୍ୟପକ୍ଷରେ ସିବିଆଇ ହାତକୁ ତଦନ୍ତ ଗଲା ପରେ ହସପିଟାଲ ପରିସରରୁ ପ୍ରମାଣ ନଷ୍ଟ ପାଇଁ କରାଗଲା ପ୍ରୟାସ। ତଦନ୍ତ ଚାଲିଥିବା ବେଳେ ଘଟଣା ଘଟିଥିବା ମେଡିକାଲ କଲେଜର କନ୍ଫରେନ୍ସ ହଲକୁ ରିନୋଭେସନ କରାଗଲା। ୧୪ ତାରିଖ ମଧ୍ୟ ରାତିରେ ହଜାର ହଜାର ଉପଦ୍ରବୀ ମୋଡିକାଲ କଲେଜରେ ପଶି ଭଙ୍ଗାରୁଜା କଲେ। ମମତାଙ୍କ ଇଣ୍ଟେଲିଜେନ୍ସ ଜାଣିପାରିଲା ନାହିଁ। ଆଉ ଶୁକ୍ରବାର ମମତା ନିଜ ଦଳୀୟ କର୍ମୀଙ୍କ ସହ ରସ୍ତାକୁ ଓହ୍ଲାଇ ଦୋଷୀଙ୍କୁ ଫାଶିଦଣ୍ଡ ଦାବିରେ କରିଛନ୍ତି ଶୋଭାଯାତ୍ରା। ମମତା ବାନାର୍ଜୀଙ୍କ ଏହି ଦୋମୁହାଁ ଚରିତ୍ରକୁ ନେଇ ବର୍ଷିଛି ବିଜେପି। ବିଜେପି ପକ୍ଷରୁ ମଧ୍ୟ ରାଜ୍ୟବ୍ୟାପୀ କରାଯାଇଛି ଜୋରଦାର ପ୍ରତିବାଦ ଓ ପ୍ରଦର୍ଶନ। ଏପରିକି ଟିଏମସିର ସହଯୋଗୀ କଂଗ୍ରେସ ବି ମମତାଙ୍କୁ କରିଛି ନିଶାନା।

ସେପଟେ ଅଗଷ୍ଟ ୧୪ ମଧ୍ୟ ରାତିରେ ଆରଜି କର ହସପିଟାଲ ପରିସରରେ ହଜାର ହଜାର ଉପଦ୍ରବକାରୀ କରିଥିବା ଭଙ୍ଗାରୁଜା ଘଟଣାରେ ମମତା ସାରକାରଙ୍କ ଉପରେ ବର୍ଷିଛନ୍ତି କଲିକତା ହାଇକୋର୍ଟ। ଏହି ଘଟଣା ରାଜ୍ୟ ମେସିନାରୀର ସଂପୂର୍ଣ୍ଣ ବିଫଳତା ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ। ହଜାର ହଜାର ସଖ୍ୟାରେ ଲୋକ ପାଦରେ ଚାଲିଚାଲି ଆସିଲେ ଆଉ ପୋଲିସ କିପରି ଖବର ପାଇଲାନି ବୋଲି ପ୍ରଶ୍ନ କରିଛନ୍ତି ଅଦାଲତ। ଏଭଳି ସ୍ଥିତିରେ ଡାକ୍ତରମାନେ ଭୟଶୂନ୍ୟ ଭାବେ କିପରି କାର୍ଯ୍ୟ କରିବେ ବୋଲି ପଚାରିବା ହସପିଟାଲ ବନ୍ଦ କରିଦିଆଯିବା ଭଲ ହେବ ବୋଲି ଟିପ୍ପଣୀ କରିଛନ୍ତି କୋର୍ଟ। ସେପଟେ କେନ୍ଦ୍ର ଶିଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମମତା ସରକାରଙ୍କୁ  ଘେରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକ୍ସରେ ପୋଷ୍ଟ କରି ଧର୍ମେନ୍ଦ୍ର କହିଛନ୍ତି ପୁଣିରେ ପଶ୍ଚିମବଙ୍ଗରେ ବ୍ୟବସ୍ଥା ଫେଲ ମାରିଛି। କିନ୍ତୁ ବାମ ଓ ରାମଙ୍କୁ କରାଯାଉଛି ଦାୟୀ। ମମତା ଦିଦିଙ୍କର ଏପରି ମନ୍ୟବ୍ୟ ଦାୟିତ୍ବହୀନ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଏ ଘଟଣାରେ ଆକ୍ସନମୋଡକୁ ଆସିଛନ୍ତି କେନ୍ଦ୍ର ସରକାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଡାକ୍ତରଙ୍କ ସୁରକ୍ଷା ନେଇ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସମସ୍ତ ଡାକ୍ତରୀ ସଂସ୍ଥାକୁ ନିର୍ଦ୍ଦେଶ ଜାରି କରି କେନ୍ଦ୍ର ସରକାର କହିଛନ୍ତି ଏଣିକି ଡକ୍ତରଙ୍କ ଉପରେ ଆକ୍ରମଣ ଘଟଣାରେ ସଂପୃକ୍ତ ସଂସ୍ଥା ପକ୍ଷରୁ ୬ ଘଣ୍ଟା ମଧ୍ୟରେ କରାଯିବ ଏଇଆଇଆର। ସେପଟେ ସିବିଆଇ ପକ୍ଷରୁ ମଧ୍ୟ ତଦନ୍ତ ଜାରି ରହିଛି। ଅପରାଧର ସବୁ ଦିଗକୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ ଏଥିସହ ଜଡ଼ିତ ଏକାଧିକ ଲୋକଙ୍କୁ ପଚରା ଉଚରା କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । 
 ଅଧିକ ପଢନ୍ତୁ ଭାରତ ଖବର 

Sponsored
A woman was allegedly raped and murdered in the seminal hall of the RG Kar Medical College and Hospital in Kolkata on August 9. | Argus News