Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୧ବର୍ଷ ଭିତରେ ୨୬୯ ମିଲିୟନ ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉଠିଛନ୍ତି ଉପରକୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୧୧ବର୍ଷ ଭିତରେ ୨୬୯ ମିଲିୟନ ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉଠିଛନ୍ତି ଉପରକୁ

Key Points

ଦେଶରେ କମୁଛନ୍ତି ଗରିବ

ଅତ୍ୟଧିକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା କମୁଛି

୧୧ବର୍ଷ ଭିତରେ ୨୬୯ ମିଲିୟନ ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି

ଦେଶରେ କମୁଛନ୍ତି ଗରିବ। ଅତ୍ୟଧିକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୧-୧୨ରେ ଦାରିଦ୍ର୍ୟ ସୀମାରେଖା ତଳେ ୨୭.୧ ପ୍ରତିଶତ ଲୋକ ଥିବା ବେଳେ ୨୦୨୨-୨୩ରେ ଏହି ସଂଖ୍ୟା ୫.୩ ପ୍ରତିଶତକୁ ହ୍ରାସ ପାଇଛି । ୨୦୧୧-୧୨ରେ ୩୪୪.୪୭ ମିଲିୟନ ଲୋକ ଅତ୍ୟଧିକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ୨୦୨୨-୨୩ରେ ଏହା ୭୫.୨୪ ମିଲିୟନକୁ କମିଛି । ଅର୍ଥାତ୍ ୧୧ବର୍ଷ ଭିତରେ ୨୬୯ ମିଲିୟନ ଲୋକ ଅତ୍ୟଧିକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିଛନ୍ତି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଂଗର ଅନେକ ଲୋକଙ୍କ ଜୀବନ ଧାରଣର ମାନରେ ସୁଧାର ଆସିଥିବା ବିଶ୍ବ ବ୍ୟାଙ୍କ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । 


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ଦେଶରୁ ଗରିବୀ ହ୍ରାସ ପାଇଛି । ପିଏମ୍ ଆବାସ ଯୋଜନା, ପିଏମ୍ ଉଜ୍ଜ୍‌ଳା ଯୋଜନା, ଜନ ଧନ ଯୋଜନା, ଆୟୁଷ୍ମାନ ଯୋଜନା ଦ୍ବାରା ଅନେକ ଲୋକ ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ଗରିବ କଲ୍ୟାଣ ଅନ୍ନ ଯୋଜନା, ମୁଦ୍ରା ଯୋଜନା, ଡିଜିଟାଲ ଇଣ୍ଡିଆ ଭଳି ବିଭିନ୍ନ ଯୋଜନା ଯୋଗୁଁ ଲୋକଙ୍କୁ ମିଳିଛି ଆର୍ଥିକ ସୁରକ୍ଷା। ଏଥିସହ ସାମାଜିକ ନ୍ୟାୟର ଏକ ନୂଆ ପର୍ବ ଆରମ୍ଭ ହୋଇଛି । ଆତ୍ମନିର୍ଭର, ସଶକ୍ତ ଭାରତ ଏବେ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-world-bank-report-indicates-a-significant-decline-in-poverty-with-the-proportion-of-people-living-below-the-world-banks-revised-international-poverty-line-dro | Argus News