Videos
|
National

ମିଛେଇ ବୋହୂର କାହାଣୀ ଶୁଣି କାଠ ପୁଲିସ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·3 min read
ମିଛେଇ ବୋହୂର କାହାଣୀ ଶୁଣି କାଠ ପୁଲିସ

Key Points

ଜଣଙ୍କ ପରେ ଜଣଙ୍କୁ ବାହା ହେଉଥିଲେ

ସିନ୍ଥିରୁ ସିନ୍ଦୂର ଲିଭାଇ ବାଡୁଅ ହେଉଥିଲେ

ପରେ ବାଟ ଫିଟାଉଥିଲେ ଆଉ ଜଣଙ୍କୁ ବାହା ହେବାକୁ

ଜଣେ କି ଦୁଇଜଣ ନୁହେଁ , ୨୫ ଜଣଙ୍କୁ କରିଥିଲେ ବିବାହ। ଜଣଙ୍କ ପରେ ଜଣଙ୍କୁ ବାହା ହେଉଥିଲେ , ଆଉ ଲକ୍ଷଲକ୍ଷ ଟଙ୍କାର ସୁନା ଅଳଙ୍କାର ନଗଦ ଟଙ୍କା ନେଇ ଚମ୍ପଟ ମାରୁଥିଲେ। ପୁଣି କିଛି ଦିନ ପରେ ପାଦରୁ ଅଳତା ପୋଛି, ସିନ୍ଥିରୁ ସିନ୍ଦୂର ଲିଭାଇ ହେଇ ଯାଉଥିଲେ ବାଡୁଅ ଝିଅ। ଆଉ ଲାଗିଯାଉଥିଲେ ନୂଆ ବର ଖୋଜିବାରେ।


ଏମିତି କନିଆଁକୁ ବାନ୍ଧିଛି ପୋଲିସ। ଯାହାଙ୍କ କାହାଣୀ ଶୁଣି କାଠ ପାଲଟି ଯାଇଛି ପୋଲିସ। ଜଣେକି ଦୁଇଜଣ ନୁହେଁ ୨୫ ଜଣଙ୍କୁ ବାହାହେଇ ଲୁଟିଛନ୍ତି ଲକ୍ଷଲକ୍ଷ ଟଙ୍କା। ଯିଏ ଏବେ ସାରା ଦେଶରେ ଚୋରଣି କନ୍ୟା ଭାବେ ପରିଚିତ। ଯୁବତୀଙ୍କ ସତ ନାମ ହେଉଛି ଅନୁରାଧା ପାସ୍ୱାନ। ସେ ମଧ୍ୟପ୍ରଦେଶର ବାସିନ୍ଦା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ୨୫ ଜଣ ଯୁବକଙ୍କୁ ପ୍ରତାରଣା କରି ବିବାହ କରି ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଛନ୍ତି। ଗୋଟିଏ ଜାଗାରେ ପ୍ରଥମେ ଜଣେ ପୁଅକୁ ଫସାଇ ବିବାହ କରନ୍ତି, ବିବାହର କିଛିଦିନ ମଧ୍ୟରେ ସେ ସମସ୍ତ ,ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଆଉ ଗୋଟେ ନୂଆ ସହରକୁ ଫେରାର ହୋଇ ଯାଉଥିଲେ। ଆଉ ସେଠାରେ ପୁଣି ଗୋଟେ ନୂଆ ସହର ଓ ନୂଆ ପରିଚୟ ନେଇ ପୁରୁଷମାନଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରନ୍ତି। ପରେ ନିଜକୁ ଗୋଟେ ଆଦର୍ଶ ବୋହୂ ଭାବେ ସମସ୍ତଙ୍କ ଆଗରେ ଉପସ୍ଥାପିତ କରନ୍ତି, ତାପରେ ସବୁ ସୁନା ଅଳଙ୍କାର ଓ ଟଙ୍କା ହାତେଇବା ପରେ ଫେରାର ହୋଇଯାଆନ୍ତି।


କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନୁହେଁ। ଠିକ୍ ଏବେ ସେମିତି ଘଟିଛି ଅନୁରାଧା ପାସଓ୍ବାନଙ୍କ ସହିତ। ତାଙ୍କୁ ଗିରଫ କରିଛି ପୋଲିସ। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଅନୁରାଧାଙ୍କର ଏକ ଗ୍ୟାଙ୍ଗ ରହିଛି। ଗ୍ୟାଙ୍ଗରେ କିଛି ଜଣ ମିଡିଏଟର ଭାବେ କାର୍ଯ୍ୟ କରନ୍ତି। ସେମାନଙ୍କ ପ୍ରଥମ ଟାର୍ଗେଟ ଥିଲେ ବିବାହ ବୟସରେ ଉପନୀତ ହୋଇଥିବା ଯୁବକ।


ପାସଓ୍ବାନ ଗ୍ୟାଙ୍ଗ ସଦସ୍ୟମାନେ ତାଙ୍କ ଫଟୋ ଓ ପ୍ରୋଫାଇଲ ଦେଖାଇ ପ୍ରସ୍ତାବ ଦିଅନ୍ତି। ତାପରେ ରୀତିନୀତି ଅନୁସାରେ ଦେଖଣ-ଚାହଣ ହେବା ପରେ ବାହାଘର ତାରିଖ ସ୍ଥର ହୋଇ ବାହାଘର ହୁଏ। ମଧ୍ୟସ୍ଥି ଏହି ବାହାଘର ଠିକ୍ କରିଥିବାରୁ ୨ ଲକ୍ଷ ଟଙ୍କା ନିଅନ୍ତି। ଦମ୍ପତି ମନ୍ଦିର କିମ୍ବା ଘରେ ରୀତିନୀତି ଅନୁସାରେ ବିବାହ କରିବା ପରେ ଆରମ୍ଭ ହୁଏ ନାଟକ।


ସେ ନିଜକୁ ଜଣେ ସର୍ବଗୁଣ ସମ୍ପର୍ଣ୍ଣା ବୋହୂଭାବେ ଉପସ୍ଥାପିତ କରି ସମସ୍ତଙ୍କ ବିଶ୍ବାସ ଜିତନ୍ତି। ଆଉ ତାପରେ ଚତୁରତାର ସହ ଖାଦ୍ୟରେ ନିଶା ମିଶାଇ ସବୁ ସୁନାଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇ ଯାଆନ୍ତି।


ତାଙ୍କ ମୟାରେ ପଡ଼ିଥିବା ଯୁବକମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କ ନାମ ହେଉଛି ବିଷ୍ଣୁ ଶର୍ମା। ଏପ୍ରିଲ ୨୦ରେ, ସାୱାଇ ମାଧୋପୁରର ବାସିନ୍ଦା ବିଷ୍ଣୁ ଶର୍ମା ମଧ୍ୟପ୍ରଦେଶର ଅନୁରାଧା ପାସ୍ୱାନଙ୍କୁ ବିବାହ କରିଥିଲେ। ହିନ୍ଦୁ ରୀତିନୀତି ଅନୁସାରେ ବନ୍ଧୁ ଓ ପରିବାର ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା। ଏହି ବିବାହ ଦଲାଲ ପପୁ ମୀନାଙ୍କ ମାଧ୍ୟମରେ ସ୍ଥିର ହୋଇଥିଲା, ଯାହା ପାଇଁ ବିଷ୍ଣୁ ତାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ।


ବିବାହର ଦୁଇ ସପ୍ତାହ ମଧ୍ୟରେ ମିଛେଇ ବୋହୂ ଅନୁରାଧା ଲକ୍ଷେ ୨୫ ହଜାର ଟଙ୍କାର ସୁନା ଅଳଙ୍କାର ଓ ୩୦ ହଜାର ନଗଦ ଟଙ୍କା ଓ ୩୦ ହଜାର ଟଙ୍କାର ଏକ ମୋବାଇଲ ଫୋନ ନେଇ ଫେରାର ହୋଇଯାଇଥିଲେ।


ଠକେଇର ଶୀକାର ହୋଇଥିବା ଯୁବକଙ୍କ କହିବା କଥା ସେ ଋଣ କରି ବିବାହ କରିଥିଲେ। ଯେଉଁ ମୋବାଇଲ୍‌ ଚୋରି ହୋଇଛି ସେ ମୋବାଇଲ୍‌ ମଧ୍ୟ ସେ ଋଣରେ କିଣିଥିଲେ। ରାତିରେ ଶୋଇଥିବା ବେଳେ ନବ ବିବାହିତ ସ୍ତ୍ରୀ ସବୁ ନେଇ ଫେରାର ହୋଇଯାଇଛନ୍ତି। ଏନେଇ ସେ ପୋଲିସରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।


ଏତଲା ପାଇବା ପରେ ପୋଲିସ ଏନେଇ ଅଧିକ ଖୋଳତାଡ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା ଏକାଧିକ ଯୁବକଙ୍କ ସହ ସମାନ ଘଟଣା ଘଟିଥିବା। ପୋଲିସ ଠକେଇର ଖୁଲାସା କରିବାକୁ ମିଛରେ ଜଣେ କନେଷ୍ଟବଳକୁ ବରପାତ୍ର ଭାବେ ଉପସ୍ଥାପିତ କରିଥିଲେ। ଯିଏ ଦଲାଲଙ୍କ ପାଇଁ ଗ୍ରାହକ ଥିଲେ। ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପୋଲିସ ଫସାଇବା ପରେ ଭୋପାଳରୁ ଅନୁରାଧା ପାସଓ୍ବାନଙ୍କୁ ଗିରଫ କରିଛି। ଏବେ ଜଣା ପଡ଼ିଛି ସେ ୨୫ ଜଣରୁ ଅଧିକ ଜଣଙ୍କୁ ବିବାହ କରି ଲୁଟ୍‌ କରିଛନ୍ତି।