14 ଜୁନ ପରେ ବନ୍ଦ ହୋଇଯିବ କି ଆଧାର କାର୍ଡ!

ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆରେ ବହୁତ ଖବର ଭାଇରାଲ ହେଉଛି। ଯଦି ଆପଣଙ୍କ ଆଧାର କାର୍ଡ ୧୦ ବର୍ଷ ହେଲା ଅପଡେଟ ହୋଇନାହିଁ ତ ଆପଣଙ୍କ ଆଧାର କାର୍ଡ ଜୁନ ୧୪ ତାରିଖରେ ବନ୍ଦ ହୋଇଯିବ। ଆପଣଙ୍କୁ ଶୁଣିକି ଝଟକା ଲାଗିଲା ନା। ତେବେ ଏହାକୁ ନେଇ UIDAI ସଂସ୍ଥା ଏକ ପ୍ରତିକ୍ରିୟା ଦେଇଛି। UIDAI ପକ୍ଷରୁ କୁହାଯାଇଛି ଏଭଳି କିଛି ନିୟମ ଆଧାରକାର୍ଡକୁ ନେଇ ପ୍ରଣୟନ ହୋଇନାହିଁ। ଯଦି ଆଧାର କାର୍ଡ ୧୦ବର୍ଷ ହେଲା ଅପଡେଟ ହୋଇନି ତାହେଲେ ବି କୌଣସି ଅସୁବିଧା ହେବନି। ଏହା ପୂର୍ବ ଭଳି କାମ କରିବ।
ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ୧୪ ଜୁନ କଥା ଆସିଲା କେଉଁଠୁ। UIDAI ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ୧୪ ଜୁନ ପର୍ଯ୍ୟନ୍ତ ଆଧାର କାର୍ଡ ବିନା ଶୁଳ୍କରେ ଅପଡେଟ ହୋଇପାରିବ। ଏହାପରେ ଯଦି କେହି ଆଧାର କାର୍ଡ ଅପଡେଟ କରାନ୍ତି ତାହାଲେ ତାଙ୍କୁ ଦେୟ ଦେବାକୁ ପଡ଼ିବ। ଏଭଳି କୁହାଯାଇଥିଲା କିନ୍ତୁ ଏହାକୁ କେହି ଭୁଲ ଭାବେ ଉପସ୍ଥାପନ କରିଛନ୍ତି ଯେ, ଜୁନ ୧୪ ପରେ ୧୦ବର୍ଷର ଆଧାର କାର୍ଡ ଯଦି ଅପଡେଟ ନ ହୋଇଛି ତେବେ ବନ୍ଦ ହୋଇଯିବ। ଏହା ସମ୍ପୂର୍ଣ୍ଣ ଭୁଲ କଥା।
ଯଦି ଆପଣ ଆପଣଙ୍କର ଆଧାର କାର୍ଡକୁ ଅନଲାଇନ ମାଧ୍ୟମରେ ଅପଡେଟ କରୁଛନ୍ତି ତ ଆପଣଙ୍କୁ ଫ୍ରି ଅପଡେଶନର ସୁବିଧା ମିଳିବ। କିନ୍ତୁ ଯଦି ଆପଣ ଆଧାର କେନ୍ଦ୍ରକୁ ଯାଇ ଆଧାର କାର୍ଡ ଅପଡେଟ କରୁଛନ୍ତି ତାହେଲେ ଆପଣଙ୍କୁ ଦେୟ ଦେବାକୁ ପଡ଼ିବ। ଯଦି ଆପଣଙ୍କ ଆଧାର କାର୍ଡ ସହ ଫୋନ ନଂ ଲିଙ୍କ ନାହିଁ ତେବେ ଆପଣ ଆଧାର କେନ୍ଦ୍ର ଯିବାକୁ ବାଧ୍ୟ। ଆଉ ଏହାପାଇଁ ଆପଣଙ୍କୁ ଶୁଳ୍କ ଦେବାକୁ ପଡ଼ିବ।
ଅନଲାଇନରେ ଆଧାର ଅପଡେଟର ଫ୍ରି ପ୍ରକ୍ରିୟା ପାଇଁ ଉକ୍ତ ପୋର୍ଟାଲକୁ ଯାଆନ୍ତୁ
📱 Get Argus News App
✨https://ssup.uidai.gov.in/ssup
-ଲଗଇନରେ କ୍ଲିକ କରନ୍ତୁ ଏବଂ ୧୨ ଅଙ୍କ ବିଶିଷ୍ଟ ଆଧାର ନଂ ଦିଅନ୍ତୁ। ଏହାପରେ କାପଚା କୋଡକୁ ଦିଅନ୍ତୁ
-ଏହପରେ ଆପଣଙ୍କ ଲିଙ୍କ ମୋବାଇଲରେ ଆସିଥିବା OTPକୁ ଦର୍ଜ କରନ୍ତୁ
-ଏହାପରେ ସର୍ବିସେଜର ଟ୍ୟାବକୁ ଯାଇ ଅପଡେଟ ଆଧାର ଅପ୍ସନକୁ ସିଲେକ୍ଟ କରନ୍ତୁ
-ପରେ `ପ୍ରୋସିଡ ଟୁ ଅପଡେଟ ଆଧାର' ଉପରେ କ୍ଲିକ କରନ୍ତୁ ଆଉ ଯାହାକୁ ବଦଳାଇବାକୁ ଚାହୁଁଛନ୍ତି ତାକୁ କ୍ଲିକ କରନ୍ତୁ
-ଏହାପରେ ଆଧାରକାର୍ଡରେ ଆପଣଙ୍କ ନାଁ ଆପଣଙ୍କ ସ୍କ୍ରିନରେ ନଜର ଆସିବ
-ଏହାପରେ ଯେଉଁ ସବୁ ତଥ୍ୟ ଦରକାର ତାକୁ ଅପଲୋଡ କରନ୍ତୁ
-ଏହାପରେ ଆପଣଙ୍କ ଆଧାର କାର୍ଡ ଅପଡେଟ ହୋଇଯିବ
ଅଧିକ ପଢ଼ନ୍ତୁ ଭାରତ ଖବର