Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀରେ କେଜିରିୱାଲଙ୍କ ଧୋକାକୁ ନେଇ ରାଜନୀତି ଗରମ

Smruti parija
Browse all articles by Smruti parija
·1 year ago·2 min read
ଦିଲ୍ଲୀରେ କେଜିରିୱାଲଙ୍କ ଧୋକାକୁ ନେଇ ରାଜନୀତି ଗରମ

Key Points

-ଦିଲ୍ଲୀରେ କେଜିରିୱାଲଙ୍କ ଧୋକାକୁ ନେଇ ରାଜନୀତି ଗରମ
-କେଜ୍ରିୱାଲଙ୍କ ଦୁଇ ଘୋଷଣାକୁ ଆପ ସରକାରର ଦୁଇ ବିଭାଗ କହିଲା ମିଛ

ଅର୍ଗସ ବ୍ୟୁରୋ: ବିଜ୍ଞାପନରେ ଫ୍ରଡ ଆଲର୍ଟ । ଆପ ସରକାରର ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ଦେଲା ବିଜ୍ଞାପନ । ମୁଖ୍ୟମନ୍ତ୍ରୀ ମହିଳା ଯୋଜନା ନାଁରେ ଆପ ସରକାରଙ୍କ କୌଣସି ଯୋଜନା ନାହିଁ । ଏଥିରେ ନାଁ ପଞ୍ଜିକରଣ ନ କରିବାକୁ ମହିଳାଙ୍କୁ ସଚେତନ କରିଛି ବିଭାଗ । ଏ ବିଭାଗର ଦାୟିତ୍ବରେ ଅଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଅତିଶି ମାରଲେନା ସିଂ । ସେହିପରି ସ୍ବାସ୍ଥ୍ୟ ବିଭାଗ ମଧ୍ୟ ନୋଟିସ ଜାରି କରି କହିଛି, ସଂଜବନୀ ଯୋଜନାରେ କୌଣସି ବୟସ୍କ ଲୋକ ନାଁ ପଞ୍ଜିକରଣ ନ କରନ୍ତୁ । କାରଣ ଏମିତି କୌଣସି ଯୋଜନା ସରକାରଙ୍କର ନାହିଁ । ତେବେ କେଜ୍ରିୱାଲା ଘୋଷଣା କରିଛନ୍ତି ସଂଜୀବନୀ ଯୋଜନାରେ 60 ବର୍ଷରରୁ ଅଧିକ ବୟସର ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ । ଏ ଦୁଇ ନୋଟିସକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ


ଦିଲ୍ଲୀରେ ଆପ ଶାସନ କରୁଥିବା ବେଳେ ଦୁଇ ବିଭାଗ ସରକାରଙ୍କ ମିଛର ପୋଲ ଖୋଲିଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ ମଧ୍ୟ କେଜ୍ରିୱାଲଙ୍କ ମିଛକୁ ନେଇ ବର୍ଷିଛି.. ତେବେ ନିଜେ କେଜ୍ରିୱାଲ କହିଛନ୍ତି ନିର୍ବାଚନ ଜିତିବା ପରେ ଆପ ଏ ଦୁଇ ଘୋଷଣାକୁ ବାସ୍ତବ ରୂପ ଦେବ । 

ବିଜେପି ଅଭିଯୋଗ କରିଛି, ପଞ୍ଜାବରେ 2022 ନିର୍ବାଚନ ପୂର୍ବରୁ ଆପ ପ୍ରତିଶ୍ରୁତି ଦେଇଥିଲା ନିର୍ବାଚନ ଜିତିଲେ ମହିଳାଙ୍କୁ 1000 ଟଙ୍କା ଓ ବେକାରୀଙ୍କୁ 3000 ହଜାର ଟଙ୍କା ଦେବେ । ହେଲେ ପଞ୍ଜାବରେ ଆପ ଜିତିବା ପରେ ବି କୌଣସି ମହିଳାଙ୍କୁ ଟଙ୍କାଟିଏ ବି ଦିଆଯାଇନି । ସେହିପରି ଦିଲ୍ଲୀକୁ ପ୍ରଦୁଷଣ ମୁକ୍ତ ସହ ଯମୁନାକୁ ପ୍ରଦୁଷଣ ମୁକ୍ତ କରିବାକୁ କେଜ୍ରିୱାୱ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା ବୋଲି ମନେପକାଇ ଦେଇଛି ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AAP government's Women and Child Welfare Department and Health Department gave fraud advertisement | Argus News