Videos
|
National

ଗିରଫ ହେଲେ ଆପ୍‌ ବିଧାୟକ, ମାମଲା ଥିଲା...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ଗିରଫ ହେଲେ ଆପ୍‌ ବିଧାୟକ, ମାମଲା ଥିଲା...

ଅର୍ଗସ ବ୍ୟୁରୋ: ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଘରୁ ଉଠାଇନେଲା ଇଡି । ଦୀର୍ଘ ୫ ଘଣ୍ଟା ଜେରା ପରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ବରିଷ୍ଠ ଆପ୍ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଇଡି ରେଡ୍ କରିଥିଲା । ଦିଲ୍ଲୀ ବକ୍ଫ ବୋର୍ଡ ମାମଲାରେ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ ଚାଲିଥିଲା । ୱାକଫ ଫଣ୍ଡର ଅପବ୍ୟବହାର କରି ଅମାନତୁଲ୍ଲା ଖାନଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ୩୨ ଜଣଙ୍କ ମଧ୍ୟରୁ ୫ ଜଣ ତାଙ୍କ ନିଜ ସମ୍ପର୍କୀୟ ଏବଂ ୨୨ ଜଣ ଓଖଲା ଅଞ୍ଚଳର ଲୋକ ରହିଥିବା ଆଣ୍ଟି କରୋପସନ ବ୍ୟୁରୋ ରିପୋର୍ଟ ଦାଖଲ କରିଥିଲା ।

ବୋର୍ଡ ପାଣ୍ଠିର ଅପବ୍ୟବହାର ମଧ୍ୟ ଏଫଆଇଆରରେ ଦର୍ଶାଯାଇଛି । ମାମଲାରେ ମନି ଲଣ୍ଡରିଂ ଯାଞ୍ଚ କରୁଛି ଇଡି । ଏନେଇ ସିବିଆଇ ଏଫଆଇଆର୍ ରୁଜୁ କରିଥିବାବେଳେ ଦିଲ୍ଲୀ ପୋଲିସ୍ ୩ଟି ମାମଲା ରୁଜୁ କରିଛି । ସିବିଆଇ ଚାର୍ଜସିଟ୍ ଦାଖଲ ହେବାର ପ୍ରାୟ ଏକ ମାସ ପରେ, ସେପ୍ଟେମ୍ବର ୨୦୨୨ରେ ଏସିବି ଅମାନତୁଲ୍ଲା ଖାନଙ୍କୁ ପଚରାଉଚରା କରିଥିଲା। ଏହା ପରେ ଚଢ଼ାଉରେ ୨୪ ଲକ୍ଷ ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଥିଲା। ତେବେ ୨୦୨୨ ଡିସେମ୍ବର ୨୮ତାରିଖରେ ତାଙ୍କୁ ଜାମିନ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
AAP MLA | Argus News