Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହ୍ୟୁମାନ କାଲକୁଲେଟର ଆର୍ଯ୍ୟନ ;ଗୋଟିଏ ଦିନରେ ୬ଟି ବିଶ୍ବରେକର୍ଡ

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
ହ୍ୟୁମାନ କାଲକୁଲେଟର ଆର୍ଯ୍ୟନ ;ଗୋଟିଏ ଦିନରେ ୬ଟି ବିଶ୍ବରେକର୍ଡ

ଯେତେବଡ଼ ଅଙ୍କ ଦେଲେ ବି ଗୋଟେ ସେକେଣ୍ଡରେ ଭାଗଫଳ
କୁନି ପୁଅର ହିସାବ ଆଗରେ ଫେଲ ହୋଇଯିବ କାଲକୁଲେଟର ମେସିନ
୩୦ ସେକେଣ୍ଡରେ ଜଟିଳ ଗଣିତର ସମାଧାନ ଦେଇଛି ଗିନିଜ ବୁକ୍ ଅଫ ରେକର୍ଡ


ଏମିତି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଲେ ଆର୍ଯ୍ୟନ । ଯାହାକୁ ଦେଖିବା ପରେ ତାଜୁବ ହୋଇଯାଇଥିଲେ ସେଠାକାର ମେଣ୍ଟର । ୧୦୦ଟି ୪ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ମାତ୍ର ୩୦ ସେକେଣ୍ଡରେ ମିଶାଇ ଗିନିଜ ବୁକ୍ ରେକର୍ଡ କରିଛନ୍ତି ଆର୍ଯ୍ୟନ ।

ଗଣିତ ଏମିତି ଏକ ବିଷୟ ଯାହାକୁ ବୁଝିବା ଏବଂ ସମାଧାନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନଥାଏ । ଅନେକ ଜଣ ଗଣିତର ଜଟିଳ ସୁତ୍ର ଏବଂ ଅଙ୍କକୁ ସହଜରେ ବୁଝି ପାରନ୍ତିନି । ନହେଲେ ଆଉ କିଛିଜଣ କାଲକୁଲେଟର ସାହାଯ୍ୟରେ ଏହାର ସମାଧାନ କରିଥାନ୍ତି। କିନ୍ତୁ ମୁହଁରେ ମୁହଁରେ ଗଣିତର ସମାଧାନ କରିବା ଖୁବ କଷ୍ଟକର । ଆଉ ମାତ୍ର କିଛି ସେକେଣ୍ଡରେ ସବୁ ବଡ ବଡ ଅଙ୍କର ମିଶାଣ, ଗୁଣନ , ବିଭାଜନ କରିବା ଯେତିକି ଜଟିଳ ସେତିକି ଆଶ୍ଚର୍ଯ୍ୟ ମଧ୍ୟ । କିନ୍ତୁ ଆମେ ଯଦି କହିବୁ ମାତ୍ର ୧୪ ବର୍ଷର ବାଳକ ଏପରି ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିପାରିଛି, ତେବେ ଆପଣ ଏହାକୁ ବିଶ୍ବାସ କରିବାକୁ କୁଣ୍ଠାବୋଧ କିରାପରନ୍ତି, କିନ୍ତୁ ଦେଖିଲେ ନିଶ୍ଚୟ ବିଶ୍ବାସ କରିବେ ।

ବୟସ ମାତ୍ର ୧୪ ବର୍ଷ । ହେଲେ ଗଣିତ ଏମିତି ମୁହଁରେ ମୁହଁରେ ସମାଧାନ କରୁଛନ୍ତି, ତାକୁ ନଦେଖିଲେ ହୁଏତ ଆପଣ ବିଶ୍ବାସ କରିବେନି । ମହାରାଷ୍ଟ୍ରର ଆର୍ଯ୍ୟନ ଶୁକ୍ଲା । ଯିଏ ଗୋଟିଏ ଦିନରେ ୬ଟି ବିଶ୍ବ ରେକର୍ଡ କରିଛନ୍ତି । ହ୍ୟୁମାନ କାଲକୁଲେଟର ନାଁ ରେ ସେ ପରିଚିତ ଅଟନ୍ତି । ଗଣିତରେ ନିଜର ଅନନ୍ୟ ପ୍ରତିଭା ପାଇଁ ସେ ବିଶ୍ବ ରେକର୍ଡ କରିବାରେ ସଫଳ ହୋଇ ପାରିଛନ୍ତି ।

ଦୁବାଇରେ ଚାଲିଥିବା ମେଣ୍ଟାଲ କାଲକୁଲେସନ ପ୍ରୋଗ୍ରାମରେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସମସ୍ତେ ୧୪ ବର୍ଷୀୟ ଏହି ବିସ୍ମୟ ବାଳକଙ୍କ ପ୍ରତିଭା ଦେଖି ତାଙ୍କୁ ଖୁବ ପ୍ରଶଂସା କରିଥିଲେ ।
ଆର୍ଯ୍ୟନ ଶୁକ୍ଲା ୧୦୦ଟି ୪ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ମାତ୍ର ୩୦ ସେକେଣ୍ଡରେ , ୨୦୦ଟି ୪ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ୧ ମିନିଟ୍‌ରେ , ୫୦ଟି ପାଞ୍ଚଅଙ୍କ ବିଶିଷ୍ଟ ସଂଖ୍ୟାକୁ ୧୮ ସେକେଣ୍ଡରେ ଯୋଗ କରି ରେକର୍ଡ କରିଛନ୍ତି ।

ଏହା ସହିତ ୨୦ ଅଙ୍କ ସଂଖ୍ୟାକୁ ୧୦ ଅଙ୍କ ସଂଖ୍ୟା ସହିତ ୫ ମିନିଟ୍ ୪୨ ସେକେଣ୍ଡରେ ବିଭାଜିତ କରି, ଦୁଇଟି ୫ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ୫୧.୬୯ ସେକେଣ୍ଡରେ ଏବଂ ଆଉ ଦୁଇଟି ୮ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ୨ ମିନିଟ୍ ୩୫.୪୧ ସେକେଣ୍ଡରେ ଗୁଣିବା ସହ ଏକ ନୂଆ ରେକର୍ଡ ତିଆରି କରିଥିଲେ । ଗିନିଜ୍ ବୁକ୍ ରେକର୍ଡ ଦ୍ବାରା ତାଙ୍କୁ 'ହ୍ୟୁମାନ କାଲକୁଲେଟର' ବୋଲି କୁହାଯାଉଛି ।
ଗଣିତରେ ନିଜର ଅନନ୍ୟ ପ୍ରତିଭା ପାଇଁ ସେ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି । ଆର୍ଯ୍ୟନ ଶୁକ୍ଲା ପ୍ରତିଦିନ ୫ରୁ ୬ ଘଣ୍ଟା ଗଣିତ ଅଭ୍ୟାସ କରିଥାନ୍ତି । ଯୋଗ ମେଡିଟେସନ କରିବା ଦ୍ବାରା ତାଙ୍କ ମନ ଶାନ୍ତ ରହିବା ସହ ତାଙ୍କର ଗଣିତରେ ଧ୍ୟାନ କେନ୍ଦ୍ରିତ ହୁଏ ।

ତେବେ ଆର୍ଯ୍ୟନଙ୍କୁ ପଚରାଯାଇଥିଲା , ଏତେ ଶୀଘ୍ର ଯେତେବେଳେ ବଡ ବଡ ନମ୍ବର ଗୁଡିକୁ ମନ ଭିତରେ କାଲକୁଲେସନ କରିଥାନ୍ତି, ସେତେବେଳେ କିପରି ମନ ଭିତରେ ତାଙ୍କର କାଲକୁଲେସନ ଚାଲେ । ସେତେବେଳେ ଆର୍ଯ୍ୟନ କହିଥିଲେ, ଯେତେବେଳେ ସେ ଏପରି କାଲକୁଲେସନ କରନ୍ତି, ସେତେବେଳେ ତାଙ୍କ ମନ ଭିତରେ ବହୁତ କିଛି ଚାଲେ , ଯାହାକୁ ସେ ବର୍ଣ୍ଣନା କରିପାରିବେନି । କିଛି ସେକେଣ୍ଡ ଭିତରେ ବହୁତ କିଛି ଫ୍ଲାସବ୍ୟାକ ଚାଲେ । ଆଉ ଏହା ସାମ୍ନାରେ ଥିବା ଲୋକର ଭାବନାଠାରୁ ମଧ୍ୟ ଆହୁରି ଅଧିକ କାଲକୁଲେସନ ହୁଏ ।

୨୦୨୨ରେ ଜର୍ମାନୀରେ " ମେଣ୍ଟାଲ କାଲକୁଲେସନ ୱାର୍ଲ୍ଡ କପ୍" ଆୱାର୍ଡ ପାଇଥିଲେ ଆର୍ଯ୍ୟନ । ମାତ୍ର ୬ ବର୍ଷ ବୟସରୁ ସେ ଏପରି ମେଣ୍ଟାଲ କାଲକୁଲେସନ ପ୍ରାକ୍ଟିସ କରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Aaryaan the human calculator; 6 world records in one day | Argus News