Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Rescue Child / ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ଶିଶୁ ଉଦ୍ଧାର ଘଟଣା: ମା'ହିଁ ଫୋପାଡ଼ିଥିଲା ନିଜ ଛୁଆ

Ritu Das
Browse all articles by Ritu Das
·9 months ago·2 min read
ଜଙ୍ଗଲରୁ ପରିତ୍ୟକ୍ତ ଅବସ୍ଥାରେ ଶିଶୁ ଉଦ୍ଧାର ଘଟଣା: ମା'ହିଁ ଫୋପାଡ଼ିଥିଲା ନିଜ ଛୁଆ

Key Points

ମା' ଶବ୍ଦ କେତେ ଯେ ପବିତ୍ର। ମା' ତ ନିଜ ଛୁଆ ପାଇଁ କିଛି ଗୋଟେ ବିପଦ ଆସିବା ପୂର୍ବରୁ ନିଜେ ଛିଡ଼ା ହୋଇଯାଏ। କାରଣ ସେ ଚାହେଁ ମୋ ଛୁଆକୁ ଟିକେ ହେଲେ ଆଞ୍ଚ କେବେ ନ ଆସୁ।

ମା' ଶବ୍ଦ କେତେ ଯେ ପବିତ୍ର। ମା' ତ ନିଜ ଛୁଆ ପାଇଁ କିଛି ଗୋଟେ ବିପଦ ଆସିବା ପୂର୍ବରୁ ନିଜେ ଛିଡ଼ା ହୋଇଯାଏ। କାରଣ ସେ ଚାହେଁ ମୋ ଛୁଆକୁ ଟିକେ ହେଲେ ଆଞ୍ଚ କେବେ ନ ଆସୁ। ଛୁଆଟେ କାନ୍ଦିଲେ ମା'ର ଛାତି ଫାଟିଯାଏ। କିନ୍ତୁ ଇଏ କେମିତିକା ମା' ନିଜର ଅବୈଧ ସମ୍ପର୍କ ଲୁଚାଇବା ପାଇଁ ମା' ନିଜ ଛୁଆ ପାଇଁ ରାକ୍ଷସୀ ପାଲଟିଯାଇଛି କହିଲେ ଭୁଲ ହେବନାହିଁ। ନିଜ ଛୁଆର ପାଟିରେ ଗରମ ପଥର ଭର୍ତ୍ତି କରି ଓଠକୁ ଅଠାରେ ସିଲ କରି ଫୋପାଡ଼ିଦେଇଛି। କାରଣ ଛୁଆ କାନ୍ଦିଲେ କାଳେ ଦୁନିଆଁ ଲୋକ ନିଜ ପାପ ସମ୍ପର୍କ ଜାଣିଦେବେ। ଏମିତି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଅଞ୍ଚଳରେ। ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିଦେବ କିନ୍ତୁ ଏହା ସତ।


ରାଜସ୍ଥାନର ଭିଲୱାଡ଼ାର ଏକ ଜଙ୍ଗଲରେ ଏକ ନବଜାତ ଶିଶୁ ପରିତ୍ୟକ୍ତ ଅବସ୍ଥାରେ ମିଳିଛି। ଶିଶୁଟିର ଓଠକୁ ଗ୍ଲୁ ଭଳି ଅଠା ଏବଂ ପଥରରେ ବନ୍ଦ କରାଯାଇଥିବା ଅବସ୍ଥାରେ ପୋଲିସ ଉଦ୍ଧାା କରିଛି। ପୋଲିସ ଶିଶୁଟିର ମାଆ ଏବଂ ଜେଜେବାପାଙ୍କୁ ଅଟକ ରଖିଛି। ଦୁଇ ଦିନ ପୂର୍ବରୁ ଶିଶୁଟି ମିଳିଥିଲା ​​ଛୁଆଟି ମାତ୍ର ୧୯ ଦିନର ବୋଲି ଜଣାପଡ଼ିଛି। ସେ କାଳେ କାନ୍ଦିଲେ କେହି ଜାଣିଦେବେ ସେଥିପାଇଁ ତା' ପାଟିରେ ଗରମ ପଥର ଜବରଦସ୍ତି ଭର୍ତ୍ତି କରାଯାଇଛି।


ନମାଜ ପାଠ ପରେ ଆରମ୍ଭ ହୋଇଗଲା ହିଂସା, ପୋଲିସ୍ କଲା ଲାଠିଚାର୍ଜ


ପୋଲିସ କହିଛି ଯେ ଶିଶୁଟି ଅବୈଧ ସମ୍ପର୍କରୁ ଜନ୍ମ ହୋଇଛି। ସମାଜର ଗଞ୍ଜଣା ଭୟରେ ମହିଳା ଏବଂ ତାଙ୍କ ବାପା ମିଛ ପରିଚୟ ଦେଖାଇଏକ ଘର ଭଡ଼ା ନେଇଥିଲେ ଏବଂ ସେଠାରେ ମହିଳା ଜଣକ ନିଜର ପ୍ରସବ କରାଇଥିଲେ। ସେମାନେ ଶିଶୁଟିକୁ ବିକ୍ରି କରିବାକୁ ମଧ୍ୟ ଚେଷ୍ଟା କରିଥିଲେ, କିନ୍ତୁ ଯୋଜନା ସଫଳ ନ ହେବାରୁ, କିଛି ସପ୍ତାହ ପରେ ସେମାନେ ଶିଶୁଟିକୁ ବାହାର ଏଭଳି ମୁହଁ ହାତ ବନ୍ଦ କରି ଛାଡ଼ିଆସିଥିଲେ।
ସୂଚନା ଆଧାରରେ ଆମେ ଜଣେ ମହିଳାଙ୍କୁ ଅଟକ ରଖିଛୁ। ତାଙ୍କୁ ପଚରାଉଚରା କରାଯାଉଛି। ପ୍ରାଥମିକ ସୂଚନାରୁ ଜଣାପଡୁଛି ଯେ ତାଙ୍କର ଜଣେ ପୁରୁଷଙ୍କ ସହିତ ସମ୍ପର୍କ ଥିଲା। ସେମାନଙ୍କ ସମ୍ପର୍କରୁ ଶିଶୁଟି ଜନ୍ମ ହୋଇଥିଲା। ତା'ପରେ ସେ ଶିଶୁଟିକୁ ସମାଜ ଭୟରେ ବାହାରେ ଛାଡ଼ିଦେଇଆସିଥିଲେ ବୋଲି ଭିଲୱାରାର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଧର୍ମେନ୍ଦ୍ର ସିଂହ ଯାଦବ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଭାରତ ଖବର ...


ମହିଳାଙ୍କ ସହିତ ଶିଶୁଟିର ସମ୍ପର୍କ ନିଶ୍ଚିତ କରିବା ପାଇଁ ଏକ ଡିଏନଏ ପରୀକ୍ଷା ମଧ୍ୟ କରାଯିବ। ମଣ୍ଡଳଗଡ଼ରେ ଛେଳି ଚରାଉଥିବା ସମୟରେ ଜଣେ କୁଆଁ କୁଆଁ କାନ୍ଦ ଶୁଣି ଜଣେ ଛେଳି ଚରାଳି ଶିଶୁଟିକୁ ଦେଖିଥିଲେ। ସେ ଦେଖିକି ସଙ୍ଗେ ସଙ୍ଗେ ଭୟଭୀତ ହୋଇପଡ଼ିଥିଲେ। ସେ ତୁରନ୍ତ ପୋଲିସ ଏବଂ ଗାଁ ଲୋକଙ୍କୁ ଖବର ଦେଇଥିଲେ। ପୋଲିସ ଶିଶୁଟିକୁ ଉଦ୍ଧାର କରି ମହାତ୍ମା ଗାନ୍ଧୀ ହସ୍ପିଟାଲର ନ୍ୟୁ ବର୍ଣ୍ଣ ୟୁନିଟ କେୟାରରେ ଭର୍ତ୍ତି କରିଛି।
ଶିଶୁଟି ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛି, ଏବଂ ତା'ର ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଛି। ତଥାପି, ଭିଲୱାରା ମେଡିକାଲ କଲେଜର ଜଣେ ଡାକ୍ତର କହିଛନ୍ତି ଯେ ନବଜାତ ଶିଶୁଟିର ଅବସ୍ଥା ପୁରା ଭଲ ନାହିଁ। କିଛି କହିହେବନି। ଆମେ ଚେଷ୍ଟା କରୁଛୁ ଏବଂ ତାର ପ୍ରପର କେୟାର ନିଆଯାଉଛି। ଆଶା କରୁଛୁ ଶୀଘ୍ର ସୁସ୍ଥ ହୋଇଯିବ।


"ଶିଶୁଟି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ତାକୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ଗରମ ପଥର ସଂସ୍ପର୍ଶରେ ଆସିବା ପରେ ସେ ପୋଡ଼ି ମଧ୍ୟ ଯାଇଛି। ଭିଲୱାରା ମେଡିକାଲ କଲେଜର ମା' ଏବଂ ଶିଶୁ କେନ୍ଦ୍ରର ଇନଚାର୍ଜ ଡାକ୍ତର ଇନ୍ଦ୍ର ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

Sponsored
Abandoned Baby Rescued from Forest, Mother Confesses to Desertion | Argus News | Argus News