ଇ-ରିକ୍ସା ଚଳାଇ ପାଠ ପଢ଼ାରେ ସଫଳ ହୋଇ ଦେଖାଇଛନ୍ତି ଅଭିଜିତ

ଅର୍ଗସ ବ୍ୟୁରୋ: ଅଭିଜିତ ରୟ ନାଁଟା ଆପଣ ଜାଣିଛନ୍ତି କି ନାହିଁ ଆମେ ଜାଣିନୁ କିନ୍ତୁ ଆପଣ ଶୁଣିଲେ ନିଶ୍ଚିତ କହିବେ ସତରେ ବହୁ କଷ୍ଟରେ ଥାଇ ମଧ୍ୟ ପାଠ ପଢ଼ି ଅନ୍ୟଙ୍କ ପ୍ରେରଣା ପାଇଁ ପାଲଟିଛନ୍ତି। ଯେତେ ସୁବିଧା କିମ୍ବା ପଇସା ପତ୍ର ଥିଲେ ଜଣେ ପାଠ ପଢ଼ି ଭଲ ମଣିଷ ହେବ ଏହା ଏକଦମ ଭୁଲ ଧାରଣା। ପାଠ ପଢ଼ିବା ପାଇଁ ଏକାଗ୍ରତା ଥିବା ଦରକାର। ବହୁ ସମସ୍ୟାରେ ଥାଇ ମଧ୍ୟ ପାଠ ପଢ଼ି ପରିବାର ପାଇଁ ସବୁ ଦାୟିତ୍ବ ଉଠାଇଛନ୍ତି।
ଅଭିଜିତ ହେଉଛନ୍ତି ପଶ୍ଚିମବଙ୍ଗ ମାଳଦା ଜିଲ୍ଲାର ଜଣେ ଛାତ୍ର। ଯାହାଙ୍କ ପରିବାର ହେଉଛି ସମସ୍ୟାରେ ଘେରା। ବାପା କେଉଁଆଡେ ଚାଲିଯାଇଛନ୍ତି। ମା'ଙ୍କର ମାନସିକ ସ୍ଥିତି ଠିକ ନାହିଁ। ଅଭିଜିତଙ୍କର ଛୋଟବେଳୁ ଇଚ୍ଛା ଥିଲା ପାଠ ପଢ଼ି ଭଲ ମଣିଷ ହେବି। କିନ୍ତୁ ତାଙ୍କର ଆର୍ଥିକ ସମ୍ବଳ ସେତେ ଭଲ ନ ଥିଲା। ଅଭିଜିତଙ୍କ ଜେଜେବାପା ଏକ ଇ-ରିକ୍ସା ଚଲାଇ ତାଙ୍କ ପରିବାରର ଭରଣ ପୋଷଣ କରୁଥିଲେ।। ସେମାନେ ପ୍ରତିଦିନ ସାମ୍ନା କରୁଥିବା କଠୋର ବାସ୍ତବତାକୁ ସଂଘର୍ଷ କରୁଥିଲେ। ଗୋଟିଏ ଛୋଟ ଚାଳଘରେ ୪ ପ୍ରାଣୀ ବାସ କରୁଥିଲେ। କିନ୍ତୁ ତା'ମଧ୍ୟରେ ରହି ସବୁ ବାଧାବିଘ୍ନକୁ ଏଡ଼ାଇ ସବୁବେଳେ ପାଠ ପଢ଼ନ୍ତି। ଯେତେ କଷ୍ଟରେ ଥିଲେ ବି ଅଭିଜିତ୍ ତାଙ୍କ ମନୋବଳକୁ କେବେ ବି ଦୁର୍ବଳ ହେବାକୁ ଦେଇନଥିଲେ।
JEE ପରି ପରୀକ୍ଷା ପାଇଁ ଛାତ୍ରମାନେ ସର୍ବୋତ୍ତମ କୋଚିଂ, ଟପ୍ ଷ୍ଟଡି ଏବଂ ବିଶେଷଜ୍ଞ ଶିକ୍ଷକଙ୍କ ସାହାଯ୍ୟ ନିଅନ୍ତି। ତଥାପି, ସଫଳତା ପାଆନ୍ତି ନାହିଁ। କିନ୍ତୁ କିଛି ପ୍ରତିଭାଶାଳୀ ଏବଂ ପରିଶ୍ରମୀ ପିଲାମାନେ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କଳ ଲକ୍ଷ୍ୟ ହାସଲ କରନ୍ତି। ପାରିବାରିକ କଠିନ ପରିସ୍ଥିତି ମଧ୍ୟରେ JEE ରେ 191 ରାଙ୍କ ସହିତ ଆଇଆଇଟି ଖଡଗପୁରରେ ଆଡମିଶନ କରିବାର ସୌଭାଗ୍ୟ ପାଇଲେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର