Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ଥରେ ବିବାହ କରିବେ କି ଅଭିଶେକ ? 

Manini Pattanayak
Browse all articles by Manini Pattanayak
·1 year ago·1 min read
ପୁଣି ଥରେ ବିବାହ କରିବେ କି ଅଭିଶେକ ? 

ନୂଆଦିଲ୍ଲୀ:  ବଚ୍ଚନ ପରିବାରକୁ ଆସୁଛି ନୂଆବୋହୂ ?  ଅଭିଶେକ ଐଶ୍ୱର୍ଯ୍ୟାଙ୍କର ହେବ କି ଛାଡପତ୍ର ? ପୁଣି ଥରେ ବିବାହ କରିବେ କି ଅଭିଶେକ ? କିଛି ଏମିତି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ବଢିଲାଣି ।  ଅଭିଶେକ ଏବଂ ଐଶର୍ଯ୍ୟାଙ୍କ  ମଧ୍ୟରେ  ଲାଗିଥିବା ତିକ୍ତତା ଖବର ମଧ୍ୟରେ ଏକ ଭିଡିଓ ଫ୍ୟାନ୍ସଙ୍କ ସନ୍ଦେହକୁ ଆହୁରି ବଢାଇଦେଇଛି । ପ୍ରକୃତରେ ଏହି ଭିଡିଓରେ ଏମିତି କାହାକୁ ଦେଖିବାକୁ ପାଇଥିଲେ ଯେ   ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ପାଲଟିଲା।  ତେବେ ଚାଲନ୍ତୁ ପୁରା  ଘଟଣା ସମ୍ପର୍କରେ ...  ପ୍ରକୃତରେ ଅମିତାଭ ବଚ୍ଚନଙ୍କର ନାତି  ଅଗସ୍ତ୍ୟ ନନ୍ଦା ତାଙ୍କ ରୁମର୍ଡ ଗର୍ଲ ଫ୍ରେଣ୍ଡ  ସୁହାନା  ଖାନ୍‌ଙ୍କ ସହ ସ୍ପଟ୍‌ ହୋଇଥିଲେ।  

ଏହି ସମୟରେ ଅଭିଶେଷକ ବଚ୍ଚନ ଏବଂ  ନବ୍ୟା ନବେଲି ନନ୍ଦା ମଧ୍ୟ   ସ୍ପଟ ହୋଇଥିଲେ।  ତେବେ ଭିଡିଓ ସହ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି ଯାହା କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହ ଭିଡିଓରେ ଅଗସ୍ତ୍ୟ ନନ୍ଦା  ଏବଂ ସୁହାନା ଖାନ  ଏକା ସାଙ୍ଗରେ ନଜର ଆସିଥିଲେ।  ମୁମ୍ବାଇରେ ବର୍ଷା  ହେଉଥିବା ସମୟରେ  ଅଗସ୍ତ୍ୟ ନନ୍ଦା ନିଜ   ମାମୁଁଙ୍କର ଲକ୍‌ଜରୀ କାରରେ ବସିଥିବାର  ନଜର ଆସିଥିଲେ।  ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମାନେ କହିବା ଆରମ୍ଭ କରିଲେଣି ଯେ  ସୁହାନା ଏବଂ ଅଗସ୍ତ୍ୟା ନନ୍ଦାଙ୍କ ମଧ୍ୟରେ  ଲଭ୍‌ ଅଫେୟର୍ସ ଖବର ମିଛ ନୁହେଁ ସତ..  ୟୁଜର୍ସ ମାନେ କମେଣ୍ଟ ଦେଉଛନ୍ତି ଯେ ବହୁତ ଶୀଘ୍ର ସୁହାନା ବଚ୍ଚନ ପରିବାରର ବୋହୂ ହେବାକୁ ଯାଉଛନ୍ତି ?  

ଅଧିକ  ଦେଖନ୍ତୁ: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Abhishek bachchan will marry again ? | Argus News