Videos
|
National

ଅଭିଷେକ କହିଲେ, 'ମୁଁ ଏବେ ବି ବିବାହିତ' ..  

Manini Pattanayak
Browse all articles by Manini Pattanayak
·2 years ago·2 min read
ଅଭିଷେକ କହିଲେ, 'ମୁଁ ଏବେ ବି ବିବାହିତ' ..  

ନୂଆଦିଲ୍ଲୀ:  ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ନେଇ ଅନେକ ଖବର ଆସୁଛି।  ଦୁହିଁଙ୍କ ବିବାହ ବିଚ୍ଛେଦ ଖବରକୁ ଖୋରାକ ଯୋଗାଇଥିଲା  ଯେତେବେଳେ  ଏକ  ହାଇପ୍ରୋଫାଇଲ୍‌  ବିବାହ ଉତ୍ସବରେ  ଅଲଗା ଅଲଗା ଏଣ୍ଟ୍ରୀ କରିଥିଲେ କପଲ ।  ଯାହା  ବିବାହ ବିଚ୍ଛେଦ ଚର୍ଚ୍ଚାକୁ ଆହୁରି ମସଲା ଯୋଗାଇଥିଲା।  ଏହା ପରେ ଅଭିଷେକ ବଚ୍ଚନ ଗ୍ରେ ଛାଡପତ୍ର ବଢୁଥିବା ମାମଲା ବିଷୟରେ ଏକ  ଇନଷ୍ଟାଗ୍ରାମ ପୋଷ୍ଟକୁ  ଲାଇକ୍‌  କରିଥିଲେ।  ଯାହା ଛାଡପତ୍ର ଖବରକୁ ଆହୁରି ଚର୍ଚ୍ଚାକୁ ନେଇଆସିଥିଲା। କିନ୍ତୁ ଏସବୁର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅଭିଷେକ ବଚ୍ଚନ ।  ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ  ନିଜର ବାହାଘରର ମୁଦି ଦେଖାଇ କହିଥିଲେ ମୁଁ  ଏବେ ବି ବିବାହିତ।  ଏହାପରେ ଅଭିଷେକ କହିଥିଲେ  ମୋତେ  ଏ ବିଷୟରେ  ଆଉ  କିଛି  କହିବାର ନାହିଁ।  ଆଉ ମୋତେ ଦୁଃଖ ଲାଗୁଛି ଯେ  ମିଛ  ବିବାହ ବିଚ୍ଛେଦ ଖରବକୁ  ନେଇ  ମିଡିଆରେ ବଢେଇଚଢେଇ  ପ୍ରକାଶ କରାଯାଉଛି।  

ଏପରି ନକରିବାକୁ  ସେ କହିଛନ୍ତି।  ଅଭିଷେକଙ୍କ ଏହି ସାକ୍ଷାତକାରରେ ଜଣେ ୟୁଜର  କମେଣ୍ଟ ଦେଇ କହିଛନ୍ତି,  ଆମେ ମାନେ ଏଇଟା ହିଁ ଚାହୁଁଛୁ ଅଭିଷେକ।  ନିଜ ବାହାଘର  କେବେ ଭାଙ୍ଗିବାକୁ ଦିଅନ୍ତୁ ନାହିଁ। ଐଶ୍ୱର୍ଯ୍ୟା  ଅଭିଷେକ ଯୋଡି  ସର୍ବଦା ବଜାୟ ରହୁ।  ଅନ୍ୟ ଏକ ୟୁଜର ଲେଖିଛନ୍ତି ଯେ ଅଭିଷେକ ଏବେ ସମସ୍ତଙ୍କ ମୁହଁ ବନ୍ଦ କରିଦେଲେ। କିଛି ଦିନ ପୂର୍ବରୁ ଅଭିଷେକ ବଚ୍ଚନଙ୍କର ଏକ ଡିପ୍‌ଫେକ ଭିଡିଓ ଭାଇରାଲ ହୋଇଥିଲା  ଯେଉଁଥିରେ  ତାଙ୍କ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦିଆଯାଇଲା।  କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ଥିଲା।  ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ  ୨୦୦୭ରେ ହୋଇଥିଲା।  ଏହାପରେ ୨୦୧୧ରେ ଆରାଧ୍ୟା ବଚ୍ଚନଙ୍କ  ପିତା ମାତା ହୋଇଥିଲେ।   ତେବେ ଅଭିଷେକଙ୍କ ଏହି ସାକ୍ଷାତକାର ପରେ ଏହା ସ୍ପଷ୍ଟ ହେଉଛି ଦୁହିଁଙ୍କ ମଧ୍ୟରେ  ସେମିତି କିଛି  ମନମାଳିନ୍ୟ ନାହିଁ।   ବିବାହ ବିଚ୍ଛେଦକୁ ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ବୋଧ୍‌ ହୁଏ  ସେଥିରୁ ବିରାମ ପଡିବ  । 

ଅଧିକ ଦେଖନ୍ତୁ 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: