Videos
|
National

ନୋଏଡାରେ AC ବ୍ଲାଷ୍ଟ ହୋଇ ଲାଗିଲା ଭୟଙ୍କର ନିଆଁ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନୋଏଡାରେ AC ବ୍ଲାଷ୍ଟ ହୋଇ ଲାଗିଲା ଭୟଙ୍କର ନିଆଁ...

ଅର୍ଗସ ବ୍ୟୁରୋ: ଏସି ଫାଟି ନୋଏଡାର ଏକ ସୋସାଇଟିରେ ଲାଗିଲା ଭୟଙ୍କର ନିଆଁ। ସତର୍କ ହୋଇଯାଆନ୍ତୁ ଭୁଲରେ କରନ୍ତୁନି ଏହି କାମ। ନୋଏଡାର ଏକ ହାଇରାଇଜ ସୋସାଇଟିରେ ଏସି ବ୍ଲାଷ୍ଟ ପାଇଁ ଭିଷଣ ନିଆଁ ଲାଗିଯାଇଥିଲା। ହେଲେ ପ୍ରଶ୍ନ ଉଠୁଛି କି ଏସିରେ ବ୍ଲାଷ୍ଟ କାହିଁକି ହେଲା।  ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏସି ବ୍ଲାଷ୍ଟର କାରଣ ଜଣାପଡିନାହିଁ। କିନ୍ତୁ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି। ବେଙ୍ଗାଲୁରୁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ଏସି ବ୍ଲାଷ୍ଟ ହେବା କାରଣରୁ ତିନି ଜଣ ଲୋକ ଆହତ ହୋଇଥିଲେ।

ଏସି ବ୍ଲାଷ୍ଟ ହେବା କାରଣରୁ ବହୁତ ବଡ ଦୁର୍ଘଟଣା ମଧ୍ୟ ହୋଇଯାଇଥାନ୍ତା। ଆମକୁ ପ୍ରଥମେ ବ୍ଲାଷ୍ଟ ହେବାର କାରଣ ଜାଣିବାକୁ ପଡିବ। ଏହାର ଅନେକ କାରଣ ହୋଇପାରେ, ଯେଉଁଥିରେ ଗୋଟେ କାରଣ ରେଫ୍ରିଜରେଟର ଲିକ ହେବା। ଯଦି ରେଫ୍ରିଜରେଟର ଲିକ ହୋଇଥାଏ। ଯଦି ରେଫ୍ରିଜରେଟର ଲିକ ହେଉଥାଏ, ତେବେ ନିଆଁ ପାଇଁ ଏସିରେ ବ୍ଲାଷ୍ଟ ହୋଇପାରେ। ଏହାବ୍ୟତୀତ ସର୍ଟସର୍କିଟ ମଧ୍ୟ ବ୍ଲାଷ୍ଟର କାରଣ ହୋଇପାରେ। ଏସିର ଖରାପ ମେଣ୍ଟେନାନ୍ସ ମଧ୍ୟ ଦୁର୍ଘଟଣାର କାରଣ ପାଲଟିପାରେ। ଯଦି ଆପଣ ଏସିର ରେଗୁଲାର ସର୍ଭିସ କରିପାରୁନାହାନ୍ତି, ସେଥିରେ ମଇଳା ଭର୍ତ୍ତି ହୋଇଯାଏ ଏବଂ ଶୀଘ୍ର ଖରାପ ହୋଇଯାଏ। ଏକ୍ସପଟଙ୍କୁ ଏସି ଠିକ କରିବା ପାଇଁ ଡାକନ୍ତୁ। ଯାହା ଆପଣଙ୍କ ପାଇଁ ଭଲ ହୋଇଥାଏ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
AC blast causes fire at Noida high-rise flat | Argus News