Videos
|
National

October 1 Price Hike / ଏସି, ଟିଭି ଏବଂ ୱାସିଂମେସିନ୍ ହେବ ମହଙ୍ଗା....ଅକ୍ଟୋବର ୧ରୁ ୮% ପର୍ଯ୍ୟନ୍ତ ବଢ଼ିବ ଦାମ

Ritu Das
Browse all articles by Ritu Das
·2 hours ago·3 min read
ଏସି, ଟିଭି ଏବଂ ୱାସିଂମେସିନ୍ ହେବ ମହଙ୍ଗା....ଅକ୍ଟୋବର ୧ରୁ ୮% ପର୍ଯ୍ୟନ୍ତ ବଢ଼ିବ ଦାମ
India

Key Points

ଏଥର ଏସି, ଟିଭି ଠାରୁ ଆରମ୍ଭ କରି ୱାସିଂ ମେସିନ୍ ପର୍ଯ୍ୟନ୍ତ କିଣିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ
କାରଣ ଅକ୍ଟୋବର ୧ରୁ ସେଗୁଡ଼ିକର ମୂଲ୍ୟରେ ବୃଦ୍ଧି ଘଟିବାକୁ ଯାଉଛି
ଦେଶରେ ପାର୍ବଣ ଋତୁ ବା ଫେଷ୍ଟିଭ୍ ସିଜନ୍ ଆରମ୍ଭ ହେବାକୁ ଯାଉଛି ଏବଂ ବିଶେଷକରି ଦଶହରା ଓ ଦୀପାବଳି ଅବସରରେ ଲୋକମାନେ ନୂଆ ଘରକରଣା ସାମଗ୍ରୀ କିଣନ୍ତି। ଏଥିରେ ଟିଭି, ଫ୍ରିଜ୍, ଏସି ସମେତ ଅନ୍ୟାନ୍ୟ ଗୃହୋପକରଣ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଅନ୍ତର୍ଭୁକ୍ତ, ଯାହାର ବିକ୍ରି ବିଶେଷକରି ପର୍ବପର୍ବାଣୀ ସମୟରେ ବୃଦ୍ଧି ପାଇଥାଏ। କିନ୍ତୁ


ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ପର୍ବଣ ଋତୁରେ ଗ୍ରାହକଙ୍କୁ ଝଟକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଧାତୁଗୁଡ଼ିକର ବର୍ଦ୍ଧିତ ମୂଲ୍ୟ, ମୁଦ୍ରା ବଜାରରେ ପ୍ରବଳ ଅସ୍ଥିରତା ଏବଂ ପଶ୍ଚିମ ଏସିଆରେ ଯୁଦ୍ଧ ଜନିତ ଅସ୍ଥିରତା ମିଳିତ ଭାବେ ଭାରତୀୟ ଗ୍ରାହକଙ୍କ ପାଇଁ ପର୍ବପର୍ବାଣୀ ସମୟରେ ମହଙ୍ଗା ମାଡ଼ ସାବ୍ୟସ୍ତ ହେବାକୁ ଯାଉଛି। ଯାହା ଗ୍ରାହକଙ୍କ ପାଇଁ ବଡ଼ କ୍ଷତିର କାରଣ ପାଲଟିପାରେ। ପ୍ରମୁଖ ଘର ଉପକରଣ ଏବଂ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ନିର୍ମାତା କମ୍ପାନୀଗୁଡ଼ିକ ଅକ୍ଟୋବର ୧ ରୁ ଏୟାର କଣ୍ଡିସନର, ଏଲଇଡି ଟିଭି ଏବଂ ୱାସିଂ ମେସିନର ମୂଲ୍ୟ ବୃଦ୍ଧି କରିବା ପାଇଁ ଅଣ୍ଟା ଭିଡ଼ି ସାରିଛନ୍ତି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ଦ୍ୱାରା ଅକ୍ଟୋବର 1 ରୁ କରାଯିବାକୁ ଥିବା ମୂଲ୍ୟ ବୃଦ୍ଧି, ଏହି ଶିଳ୍ପରେ ୨୦୨୬ ମସିହାରେ ମୂଲ୍ୟ ବୃଦ୍ଧିର ତୃତୀୟ ପର୍ଯ୍ୟାୟ ଅଟେ। ଏହା ସିଧାସଳଖ ତମ୍ବା, ଇସ୍ପାତ, ଆଲୁମିନିୟମ ଏବଂ କ୍ରୁଡ୍ ଅଏଲ୍ ରୁ ପ୍ରସ୍ତୁତ ଉତ୍ପାଦ ଭଳି ପ୍ରମୁଖ କଞ୍ଚାମାଲର ଖର୍ଚ୍ଚରେ ଦ୍ରୁତ ବୃଦ୍ଧି ସହିତ ପରିବହନ ଶୁକ୍ଳରେ ବୃଦ୍ଧି ଯୋଗୁଁ ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ ଫେଷ୍ଟିଭ୍ ସିଜନ୍ ବିକ୍ରି ସମୟରେ ଆଗାମୀ ମାସର ପ୍ରଥମ ତାରିଖ ଅର୍ଥାତ୍ ଅକ୍ଟୋବର ୧ରୁ ଏସି, ଟିଭି ଏବଂ ଅନ୍ୟାନ୍ୟ ଗୃହୋପକରଣର ମୂଲ୍ୟରେ ୮% ପର୍ଯ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିପାରେ। ଯେଉଁଠାରେ ଏୟାର କଣ୍ଡିସନରର ମୂଲ୍ୟରେ ତତକ୍ଷଣାତ୍ ୫-୮% ବୃଦ୍ଧି ଦେଖିବାକୁ ମିଳିବ, ସେହିପରି ଅନେକ ନିର୍ମାତା ୱାସିଂ ମେସିନ୍, ରେଫ୍ରିଜରେଟର୍ ଏବଂ ଏଲଇଡି ଟିଭିର ମୂଲ୍ୟରେ ମଧ୍ୟ ୩-୪% ବୃଦ୍ଧି କରିବାକୁ ଯାଉଛନ୍ତି। ଏହାସହ ଅନ୍ୟାନ୍ୟ ଉତ୍ପାଦ ନିର୍ମାତାମାନେ ମଧ୍ୟ ସମୁଦାୟ ପ୍ରଭାବ ଆକଳନ କରିବା ପାଇଁ ସ୍ଥିତିର ମୂଲ୍ୟାୟନ କରୁଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବ୍ଲୁ ଷ୍ଟାର, ଗୋଦରେଜ୍ ଆପ୍ଲାଏନ୍ସେସ୍, ହାୟର୍, ଡାଇକିନ୍ ଏବଂ ସୁପର ପ୍ଲାଷ୍ଟ୍ରୋନିକ୍ସ ସମେତ ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀଗୁଡ଼ିକ ମୂଲ୍ୟରେ ୪-୧୦% ପର୍ଯ୍ୟନ୍ତ ବୃଦ୍ଧିକୁ ନିଶ୍ଚିତ କରିଛନ୍ତି କିମ୍ବା ଏହାକୁ କାର୍ଯ୍ୟକାରୀ କରିସାରିଛନ୍ତି। ହିଟାଚି ତାର ଏସିର ମୂଲ୍ୟରେ ପ୍ରାୟ ୫% ବୃଦ୍ଧି କରିଛି। ସେପଟେ ପାନାସୋନିକ୍ ଏହି ସମ୍ବନ୍ଧରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୂଲ୍ୟାୟନ କରୁଛି।

ବ୍ଲୁ ଷ୍ଟାରର ଏମଡି ବି.ଥିଆଗରାଜନଙ୍କ କହିବା କଥା ଯେ ଯୁଦ୍ଧ କାରଣରୁ ସମସ୍ତ ସାମଗ୍ରୀର ମୂଲ୍ୟ ବଢ଼ୁଛି। ତମ୍ବା, ଇସ୍ପାତ ଏବଂ ପ୍ଲାଷ୍ଟିକ୍ ସବୁ ମହଙ୍ଗା ହୋଇଯାଇଛି। ଗତ ବର୍ଷର ପର୍ବପର୍ବାଣୀ ସିଜିନ୍ ତୁଳନାରେ ଖର୍ଚ୍ଚ ପ୍ରାୟ ୧୫% ବଢ଼ିଛି, କିନ୍ତୁ ଜିଏସଟିର ପ୍ରାୟ ୧୦% ଲାଭ ଯୋଗୁଁ କ୍ରେତାମାନଙ୍କ ଉପରେ ସମୁଦାୟ ପ୍ରଭାବ ପ୍ରାୟ ୫% ପର୍ଯ୍ୟନ୍ତ କମ ହେବ। ସେପଟେ ଗୋଦରେଜ୍ ଏଣ୍ଟରପ୍ରାଇଜେସ୍ ଗ୍ରୁପ୍ର ବିଜନେସ୍ ହେଡ୍ ଆପ୍ଲାଏନ୍ସେସ୍ ଙ୍କ ମଧ୍ୟ କହିବା କଥା ଯେ ସମସ୍ତ କ୍ୟାଟେଗୋରୀରେ ୫-୭% ମୂଲ୍ୟ ବୃଦ୍ଧି ହେବ। ଏହାର ସମୟ ବ୍ରାଣ୍ଡ ଅନୁସାରେ ଅଲଗା ଅଲଗା ହୋଇପାରେ, କିଛି ବ୍ରାଣ୍ଡ ଅକ୍ଟୋବରରୁ ଏବଂ କିଛି ନଭେମ୍ବରରୁ ଏହାକୁ ଲାଗୁ କରିବେ, କିନ୍ତୁ ଏହା ହେବା ନିଶ୍ଚିତ।

ହାୟର୍ ଇଣ୍ଡିଆର ଅଧ୍ୟକ୍ଷ ଏନ.ଏସ୍. ସତୀଶ ମାର୍ଜିନ ଉପରେ ଚାପର କଥା କହି ଅକ୍ଟୋବର ୧ରୁ ରୁମ୍ ଏୟାର କଣ୍ଡିସନରର ମୂଲ୍ୟରେ ୫% ବୃଦ୍ଧି, ଏଲଇଡି ଟିଭି ଏବଂ ୱାସିଂ ମେସିନର ମୂଲ୍ୟରେ ୨-୩% ବୃଦ୍ଧି କରିବାର ଯୋଜନା ପ୍ରକାଶ କରିଛନ୍ତି, ଯାହାଫଳରେ ଜାନୁଆରୀ ସୁଦ୍ଧା ମୋଟ ଉପରେ ୧୫% ର ପ୍ରାଇସ୍ ହାଇକ୍ ଦେଖିବାକୁ ମିଳିବ। ସେ ମୂଲ୍ୟ ବୃଦ୍ଧିର କାରଣ ଦର୍ଶାଇ ଏକ ଉଦାହରଣ ଦେଇଛନ୍ତି ଯେ ତମ୍ବାର ମୂଲ୍ୟ ଗତ ବର୍ଷ ୮,୦୦୦-୯,୦୦୦ ଡଲାର ପ୍ରତି ମେଟ୍ରିକ୍ ଟନ୍ ରୁ ବୃଦ୍ଧି ପାଇ ୧୪,୫୦୦ ଡଲାର ହୋଇଯାଇଛି।

ଡାଇକିନ୍ କମ୍ପାନୀ ସେପ୍ଟେମ୍ବର ୧୬ ତାରିଖରେ ମୂଲ୍ୟରେ ୮-୧୦% ବୃଦ୍ଧିର ଘୋଷଣା କରିଥିଲା, ତମ୍ବାର ମୂଲ୍ୟରେ ପ୍ରାୟ ୨୫-୩୫% ବୃଦ୍ଧି ହୋଇଛି ଏବଂ କମ୍ପାନୀଗୁଡ଼ିକ ପ୍ରବଳ ଚାପରେ ଅଛନ୍ତି। ସେହିପରି ଭାରତରେ ଥମ୍ସନ୍, କୋଡାକ୍ ଟେଲିଭିଜନ୍ ନିର୍ମାଣ କରୁଥିବା ଏସପିପିଏଲ୍ ଅକ୍ଟୋବର ପରେ ଟିଭିର ମୂଲ୍ୟରେ ୭% ବୃଦ୍ଧି କରିବାକୁ ପ୍ରସ୍ତୁତି କରୁଛି, ଏହା ପୂର୍ବରୁ ହିଁ କମ୍ପାନୀ ଗୃହୋପକରଣର ମୂଲ୍ୟରେ ୪-୫% ବୃଦ୍ଧି କରିସାରିଛି।