Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଇଫୋନ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ କେମିତି ସଞ୍ଚୟ କରିବେ ବ୍ୟାଟେରୀ ...

National

ଆଇଫୋନ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ କେମିତି ସଞ୍ଚୟ କରିବେ ବ୍ୟାଟେରୀ ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆଇଫୋନ ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ କେମିତି ସଞ୍ଚୟ କରିବେ ବ୍ୟାଟେରୀ ...

ଅର୍ଗସ ବ୍ୟୁରୋ: ଫୋନର ବ୍ୟାଟେରୀ ଯଦି ସରିଯାଇଥିବ ତେବେ ଏମିତି ଲାଗେ ଯେମିତି ସବୁ କାମ ଅଟକି ଯାଇଛି। କୁହାଯାଉଛି କି ଆଣ୍ଡ୍ରଏଡ ତୁଳନାରେ ଆଇଫୋନର ବ୍ୟାଟେରି ଶୀଘ୍ର ସରିଯାଏ। ବାସ୍‌ ଏହି କାରଣ ପାଇଁ ଆଇଫୋନ ବ୍ୟବହାର କରୁଥିବା ଲୋକ ପଛରେ ପଡିଯାଆନ୍ତି। ଆଣ୍ଡ୍ରଏଡ ଫୋନ ମଧ୍ୟ ପୁରୁଣା ଯେତେବେଳେ ହେଇଯାଏ, ବ୍ୟାଟେରୀ ଶୀଘ୍ର ସରିଯାଏ । କିନ୍ତୁ ଆଇଫୋନ ବ୍ୟବହାର କରୁଥିବା ଲୋକେ ସବୁ  ଟେନସନରେ ଥାନ୍ତି, ଏମିତି କଣ କରାଯାଇପାରିବ ଯେମିତି କି ବ୍ୟାଟେରୀକୁ ଦିନସାରା ବ୍ୟବହାର କରିପାରିବେ। ଆଇଫୋନ କମ୍ପାନୀ ନିଜେ ହିଁ କିଛି ଏମିତି ଉପାୟ ବାହାର କରିଛି ଯାହାଦ୍ୱାରା ଆଇଫୋନ ବ୍ୟାଟେରୀକୁ ସଞ୍ଚୟ କରାଯାଇପାରିବ।

ଯଦି ଆପଣ ଆଇଫୋନ ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କ ଫୋନର ବ୍ୟାଟେରୀ ସରିଯାଉଛି ତେବେ ଆପଣଙ୍କ ଫୋନ ଲ୍ୟାଟେଷ୍ଟ ସପ୍ଟଓ୍ୱେୟାର ଅପଡେଟ ହୋଇନାହିଁ। ଯଦି ଚାହୁଁଛନ୍ତି କି ଫୋନ ଠିକରେ କାମ କରୁ ତେବେ ଲ୍ୟାଟେଷ୍ଟ ସପ୍ଟଓ୍ୱେୟାରରେ ଅପଡେଟ କରିନିଅନ୍ତୁ। ଏଥିପାଇଁ ଆପଣଙ୍କୁ Settings>General>Software Update କରିବାକୁ ପଡିବ।

ଏହାସହ ଆପଲ କହୁଛି କି ନିଜର ଡିଭାଇସର ବ୍ୟବାହର କେମିତି କରିବ। ବାସ ଦୁଇଟି ଜିନିଷ ମନେରଖନ୍ତୁ। ପ୍ରଥମେ ନିଜ ସ୍କ୍ରିନର ବ୍ରାଇଟନେସ୍‌ କମ୍‌ କରନ୍ତୁ।
ଅନ୍ୟଟି ହେଲାକି ଆପଣ ଯଦି ଇଣ୍ଟରନେଟ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଓ୍ୱାଇଫାଇ କନେକସନ୍‌, ସେଲୁଲାର୍ ନେଟୱାର୍କ ଅପେକ୍ଷା କମ୍ ଶକ୍ତି ବ୍ୟବହାର କରେ । ଏଥିପାଇଁ ଓ୍ୱାଇଫାଇକୁ ସବୁ ସମୟରେ ବ୍ୟବହାର କରିବା ଦରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:
 

Sponsored
accessories iphone battery saving tips apple tells what is a secret rule for mobile battery to last long | Argus News