Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆପଣଙ୍କ ଏହି ଭୂଲ ପାଇଁ ଫୋନ୍‌ ବ୍ୟାଟେରୀ ହୋଇଥାଏ ଖରାପ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଆପଣଙ୍କ ଏହି ଭୂଲ ପାଇଁ ଫୋନ୍‌ ବ୍ୟାଟେରୀ ହୋଇଥାଏ ଖରାପ 

 ନୂଆଦିଲ୍ଲୀ: ଫୋନ୍‌ ଆମ ସମସ୍ତଙ୍କ ପାଇଁ ଜରୁରୀ।  ନୂଆ ଫୋନ  ଆଣିବା ମାତ୍ରେ ତାର କଭର ପକାଇବା ପାଖରୁ ଆରମ୍ଭ କରି କିପରି ସ୍କାର୍ଚ୍ଚ ନହେବ ସେନେଇ  ଯତ୍ନ ନେବା ଏବଂ ସ୍କ୍ରୀନ ଗାର୍ଡ ଲଗାଇଦେଇଥାନ୍ତି ଯାହାଦ୍ୱାରା ଡିସପ୍ଲେ  ଖରାପ ଯେମିତି ନହେବ।  ପ୍ରାୟତଃ ସମସ୍ତଙ୍କର ଏପରି ଫୋନ ପ୍ରତି ଦୂର୍ବଳତା ଥାଏ।  କିନ୍ତୁ ଯେତେବେଳେ ଫୋନ୍‌ ପୁରଣା ହେବାକୁ ଲାଗିଥାଏ  ସେତେବେଳେ କିଛି ସାଧାରଣ ସମସ୍ୟା ସାମ୍ନା କରିବାକୁ ପଡିଥାଏ। ତେବେ ସବୁଠାର  ସାଧାରଣ ସମସ୍ୟା ହେଉଛି ଚାର୍ଜିଙ୍ଗ ସମସ୍ୟା।   ଫୋନ  ସ୍ଲୋ ଚାର୍ଜ  ହେବାକୁ ଲାଗିଥାଏ କିମ୍ବା  ବ୍ୟାଟେରୀ ଶୀଘ୍ର ଶୀଘ୍ର ଶେଷ ହେବାକୁ ବସିଥାଏ।   ଅଧିକାଂଶ ଲୋକଙ୍କୁ ଏପରି ଲାଗିଥାଏ ଯେ, ଯଦି ଏପରି ସମସ୍ୟା ଫୋନ୍‌ ରେ ଆସୁଛି ତେବେ ଫୋନ୍‌ ପୁରୁଣା ହୋଇଗଲା।  ଏବଂ ଫୋନ  ଭିତରେ କିଛି  ଗଡବରୀ ଅଛି ଯେଉଁଥିପାଇଁ ଏପରି ଫୋନରେ ସମସ୍ୟା ଦେଖାଦେଉଛି।  କିନ୍ତୁ  ଏଠି କହିରଖୁଛୁ ଯେ,  ସବୁବେଳେ ଏପରି ହୋଇନଥାଏ।  ଆପଣଙ୍କର କିଛି ଖରାପ ଅଭ୍ୟାସ ଯୋଗୁ  ମଧ୍ୟ ଫୋନର ବ୍ୟାଟେରୀରେ ସମସ୍ୟା ଦେଖାଦେଇଥାଏ।  ଆଉ ବ୍ୟାଟେରୀ ଶୀଘ୍ର ଶୀଘ୍ର ସରିଯାଇଥାଏ। 

ତେବେ ଆସନ୍ତୁ ଜାଣିବା  ଆମର କେଉଁ ଭୂଲ ପାଇଁ ଫୋନର ବ୍ୟାଟାରୀରେ ସମସ୍ୟା ଆସିଥାଏ ।  ଗରମ ଦିନରେ  ଫୋନରେ ଓଭରହିଟିଙ୍ଗର ସମସ୍ୟା ହୋଇଥାଏ। ଆଉ ଆପଣ ଏହା ଜାଣିଥିବେ ମଧ୍ୟ ଚାର୍ଜିଙ୍ଗ ସମସ୍ୟାରେ ମଧ୍ୟ ଫୋନ୍‌ ହିଟିଙ୍ଗ ହୋଇଥାଏ।  ତେବେ ଯତେବେଳେ  ଫୋନକୁ ଚାର୍ଜିଙ୍ଗରେ ବସାଉଛନ୍ତି  ସେତେବେଳେ ମନେକରି ଫୋନରୁ କଭର ବାହାର କରିଦିଅନ୍ତୁ। କାରଣ କଭର କାରଣରୁ  ହିଟ୍‌ ବାହାରକୁ ବାହାରି ଆସିପାରେନା।  ତେଣୁ ବ୍ୟାଟେରୀ ହିଟ୍‌ ହେବାକୁ ଚାର୍ଜିଙ୍ଗ ମଧ୍ୟ ବନ୍ଦ ହୋଇଯାଇଥାଏ।  ତେଣୁ କେବେ ବି ଫୋନ୍‌ ଚାର୍ଜ ସମୟରେ କଭର ସହ ବସାଅନ୍ତୁ ନାହିଁ।    ଅନେକ ଥର  ଲୋକମାନେ ଫୋନ ର ବ୍ୟାଟେରୀ ଏକଦମ କମ ହେବା ପରେ  ଚାର୍ଜିଙ୍ଗରେ ବସାଇଥାନ୍ତି।  ଯାହା ଏପରି କରିବା କଥା ନୁହେଁ।  ଜାଣିବା ଦରକାର ଯେ  ଫୋନରେ କେତେ ପର୍ରସେଣ୍ଟ ଚାର୍ଜ ଥାଇ ଚାର୍ଜ କରିବା ଦରକାର।  ପ୍ରାୟତଃ ଲୋକମାନେ  ଫୋନ ର ବ୍ୟାଟେରୀ ୧୦-୧୫%  ହେବା ପରେ ଚାର୍ଜରେ ବସାଇଥାନ୍ତି। ଏହା କରିବାଦ୍ୱାରା ବ୍ୟାଟେରୀରେ ଖରାପ ପ୍ରଭାବ ପଡିଥାଏ।  ଆଉ ଧିରେ ଧିରେ ବ୍ୟାଟେରୀ ନଷ୍ଟ ହୋଇଯାଇଥାଏ।   ଫୋନ୍‌ କୁ ରାତିସାରା ଚାର୍ଜିଙ୍ଗରେ ବସାଇବା ଫୋନ୍‌ ପାଇଁ ଭଲ ହୋଇନଥାଏ।

ଅଧିକ ପଢନ୍ତୁ ଭାରତ ଖବର    

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
accessories reasons why phone battery drains fast-samsung summer charging tips never do this for healthy mobile | Argus News