Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାୟୁସେନା ଏୟାର୍ ସୋ ବେଳେ ଅଘଟଣ, ହିଟଷ୍ଟ୍ରୋକରେ ୫ ଦର୍ଶକଙ୍କ ମୃତ୍ୟୁ 

Smruti Parija
Browse all articles by Smruti Parija
·1 year ago·1 min read
ବାୟୁସେନା ଏୟାର୍ ସୋ ବେଳେ ଅଘଟଣ, ହିଟଷ୍ଟ୍ରୋକରେ ୫ ଦର୍ଶକଙ୍କ ମୃତ୍ୟୁ 

ଅର୍ଗସ ବ୍ୟୁରୋ: ଚେନ୍ନାଇରେ ବାୟୁସେନା ଏୟାର୍ ସୋ ବେଳେ ଅଘଟଣ । ହିଟଷ୍ଟ୍ରୋକରେ ୫ ଦର୍ଶକଙ୍କ ମୃତ୍ୟୁ । ସେହିପରି ୨ଶହରୁ ଅଧିକ ଅସୁସ୍ଥ ହୋଇ ଡାକ୍ତରାଖାନାରେ ଚିକିତ୍ସିତ ହେଉଛନ୍ତି । ଭୀଷଣ ଖରା, ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଅସମ୍ଭବ ଭିଡ଼ ଯୋଗୁଁ ୨ ଶହରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ । ସେହିପରି ଟ୍ରାଫିକ ପରିଚାଳନାରେ ଅବ୍ୟବସ୍ଥା ଓ ପିଇବା ପାଣି ସୁବିଧା ନଥିବା ନେଇ ଅଭିଯୋଗ ହୋଇଛି । 

ଚେନ୍ନାଇର ମରିନା ବିଚରେ ଏୟାର ସୋ ହୋଇଥିଲା । ଏଥିରେ ସାମିଲ ହୋଇଥିଲ ଲଢୁଆ ଯୁଦ୍ଧବିମାନ ସୁଖୋଇ-30 ସହ ସାରଙ୍ଗ ହେଲିକପ୍ଟର।  ଆସନ୍ତାକାଲି ୯୨ତମ ଏୟାର ଫୋର୍ସ ଡେ ଅବ୍ୟବହିତ ପୂର୍ବରୁ ଏହି ଏୟାର ସୋ ଆୟୋଜିତ ହୋଇଛି। ଏଥିରେ ସାମିଲ ହୋଇଥିଲେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏପି ସିଂହ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ । ମରିନା ବିଚରେ ଏୟାର ସୋ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା। ପ୍ରାୟ ୧୬ ଲକ୍ଷ ଲୋକଙ୍କୁ ଏକାଠି କରି ଲିମକା ବୁକ୍ ଅଫ ରେକର୍ଡରେ ସାମିଲ ହେବାକୁ ଲକ୍ଷ୍ୟ ରଖାଯାଇଥିଲା । ଏୟାର ସୋ ଦିନ ୧୧ଟାରେ ଅପରାହ୍ଣ ୧ଟା ଯାଏଁ ଆୟୋଜନ ହୋଇଥିଲେ ବି, ଲୋକମାନେ ସକାଳ ୮ଟାରୁ ଭିଡ଼ ଜମାଇଥିଲେ ।

ଆହୁରି ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident during Air Force air show, 5 spectators died due to heat stroke | Argus News