Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଡାଲ ହ୍ରଦରେ ଦୁର୍ଘଟଣା: ପ୍ରବଳ ପବନ ଯୋଗୁଁ ଓଲଟିଲା ଡଙ୍ଗା

National

ଡାଲ ହ୍ରଦରେ ଦୁର୍ଘଟଣା: ପ୍ରବଳ ପବନ ଯୋଗୁଁ ଓଲଟିଲା ଡଙ୍ଗା

Ritu Das
Browse all articles by Ritu Das
·1 year ago·1 min read
ଡାଲ ହ୍ରଦରେ ଦୁର୍ଘଟଣା: ପ୍ରବଳ ପବନ ଯୋଗୁଁ ଓଲଟିଲା ଡଙ୍ଗା

ଜମ୍ମୁ ଓ କଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ହ୍ରଦରେ ଏକ ଶିକାରା (ନୌକା) , ଯେଉଁଥିରେ ପର୍ଯ୍ୟଟକମାନେ ଥିଲେ, ସେହି ଡଙ୍ଗାଟି ପ୍ରବଳ ପବନ ଯୋଗୁଁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ପର୍ଯ୍ୟଟକ ହ୍ରଦକୁ ଖସି ପଡିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଆସିଥିବା ଏକ ଭିଡିଓରେ ଦେଖାଯାଇଛି ଯେ, କେତେକ ଲୋକ ହ୍ରଦ ମଧ୍ୟରେ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି। ସ୍ଥାନୀୟ ଲୋକଙ୍କ ସହ ପୋଲିସ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏକ ରିପୋର୍ଟ ଅନୁସାରେ, ଜଣେବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି, କିନ୍ତୁ ଅନ୍ୟ ଜଣେ ବୁଡି ଯାଇଥିବା ସନ୍ଦେହ କରାଯାଉଛି।


ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଘଟଣା ହବ୍ବାକ ନିକଟବର୍ତ୍ତୀ ଡାଲ ହ୍ରଦରେ ଘଟିଥିବା ଜଣାପଡ଼ିଛି। ପ୍ରବଳ ପବନ ଯୋଗୁଁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିବା ସୂଚନା ମିଳିଛି। ଏହା ପୂର୍ବରୁ ମଧ୍ୟ ଜମ୍ମୁ ଓ କଶ୍ମୀରରେ ନୌକା ଦୁର୍ଘଟଣା ଘଟିଥିଲା। ଗତ ବର୍ଷ ଏପ୍ରିଲ ୧୬, ୨୦୨୪ରେ ଶ୍ରୀନଗରର ଝେଲମ ନଦୀରେ ଏକ ନୌକା ଓଲଟି ପଡ଼ିଥିଲା, ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଲୋକ ନିଖୋଜ ଥିଲେ। କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏବଂ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
accident-in-dal-lake-boat-capsizes-due-to-strong-winds | Argus News