Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲେହରେ ଦୁର୍ଘଟଣା: ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ

Ritu Das
Browse all articles by Ritu Das
·1 year ago·1 min read
ଲେହରେ ଦୁର୍ଘଟଣା: ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ

ଅର୍ଗସ ବ୍ୟୁରୋ: ଲଦାଖର ଲେହରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି। ପୋଲିସର ସୂଚନା ଅନୁସାରେ ବସଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଖବର ପାଇ ସୁରକ୍ଷାବାହିନୀର ଟିମ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

୨୮ ଜଣ ଯାତ୍ରୀଙ୍କୁ ନେଇ ଏକ ସ୍କୁଲବସଟି ଲେହରୁ ଦୁର୍ବୁକ୍ ଅଭିମୁଖେ ଯାଉଥିଲା। ପାହାଡ଼ିଆ ଅଞ୍ଚଳର ଡୁକ୍ବୁକ୍ ନିକଟରେ ଏହି ଦୁର୍ଘଟଣା ଘଟି ତାହା ୨୦୦ ମିଟର ଗଭୀରତାକୁ ଖସି ପଡ଼ିଥିଲା। ବସଟି ଖାଇକୁ ଖସି ପଡ଼ିବାରୁ ବସରୁ ଯାତ୍ରୀମାନଙ୍କ ଆର୍ତ୍ତଚିତ୍କାର ଶୁଣାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଭାରତୀୟ ସେନାର ଯବାନ ପହଞ୍ଚିଥିଲେ। ସେମାନେ ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରିବା ପରେ ଦଉଡ଼ି ସାହାଯ୍ୟରେ ରାସ୍ତା ଉପରକୁ ନେଇଯାଇଥିଲେ। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Accident in | Argus News