Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ହ୍ୟାଟ୍ରିକ

National

ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ହ୍ୟାଟ୍ରିକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବୁଥ୍ ବାହୁଡ଼ା ମତରେ ମୋଦିଙ୍କ ହ୍ୟାଟ୍ରିକ

ଅର୍ଗସ ବ୍ୟୁରୋ:  ଆସନ୍ତା ୪ରେ ଆସିବ ଏକଜାଟ୍ ପୋଲ । ମୋଦିଙ୍କ ନେତୃତ୍ବରେ ବିଜେପି ଓ NDAକୁ ମିଳିବ ଅଭୁତ ପୂର୍ବ ସଫଳତା । ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଦିଲ୍ଲୀ ଭଳି  ରାଜ୍ୟରେ ପ୍ରତିପକ୍ଷଙ୍କୁ ନିଶ୍ଚିହ୍ନ କରି ସାରା ରାଜ୍ୟରେ ମୋଦି ହିଁ ମୋଦି । ଏ ରାଜ୍ୟ ଗୁଡ଼ିକ ପାରମ୍ପରିକ ବିଜେପିର । ୧୯ ଭଳି ୨୪ରେ ବି ବଡ଼ ବିଜୟ ଧାରାକୁ ବଜାୟ ରଖିବା ଆକଳନ, ମୋଦିଙ୍କ ୨ ପାଳି ପରେ ବି ତାଙ୍କ ପ୍ରତି ଜନବିଶ୍ବାସ ଶୀର୍ଷରେ ଏକଜିଟ୍ ପୋଲ୍ ଦେଇଛି ପ୍ରାକ୍ ସୂଚନା ।

ପାରମ୍ପରିକ ଦୁର୍ଗ ଛାଡ଼ି ଏଥର ବିଜେପି ପାଦ ଥାପୁଛି ନୂଆ ଅଞ୍ଚଳରେ । ମୋଦିଙ୍କୁ ବଡ଼ ସଫଳତାର ଆଧାର-ପୂର୍ବ ଓ ଦକ୍ଷିଣ ଭାରତ । ମୋଦିଙ୍କ ପୂର୍ବୋଦୟ ଆଣିଲା କି ବଡ଼ ସଫଳତା । ଓଡ଼ିଶା ନବୀନଙ୍କ ସବୁଜ ଗଡ଼ରେ, ଗେରୁଆ ବନ୍ୟା । ମମତା ଦିଦିଙ୍କ ବେଙ୍ଗଲରେ ଏଥର ଫୁଟିଛି ପଦ୍ମ । ତେଲେଙ୍ଗାନା, ଆନ୍ଧ୍ରରେ ଭଲ ପ୍ରଦର୍ଶନ । କେରଳ, ତାମିଲନାଡୁରେ ପ୍ରଥମ ଥର ପାଦ ଥାପିବ ଗେରୁଆ ବାହିନୀ । ଉତ୍ତର ଓ ପଶ୍ଚିମରେ ଗଡ଼ ରକ୍ଷା, ପୂର୍ବ ଓ ଦକ୍ଷିଣରେ ଗଡ଼ ବିଜୟ । ସମ୍ଭବ କରିପାରେ ମୋଦିଙ୍କ ୪୦୦ ପାର୍‌ ନାରା ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
According to Booth, Modi hat-trick | Argus News