ଆଜି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର !
·2 years ago·1 min read

ନୂଆଦିଲ୍ଲୀ: ପୁଣି ଓଲଟିବାକୁ ଯାଉଛି ବିହାର ରାଜନୀତି । ଲାଲୁ-ନୀତୀଶ ମେଣ୍ଟର ଅନ୍ତ ସହ ଇଣ୍ଡି ମେଣ୍ଟ ଛାଡି ନୀତୀଶ ଏନଡିଏରେ ସାମିଲ ନେଇ ମିଳୁଛି ସ୍ପଷ୍ଟ ସଙ୍କେତ । ଖାଲି ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି । ଆଜି ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର । ଗତ ସପ୍ତାହେ ହେଲା ବିହାର ରାଜନୀତିରେ ଘଟୁଥିବା ଘଟଣା ଏହାର ସ୍ପଷ୍ଟ ଇଙ୍ଗିତ କରୁଛି । ସେପଟେ ଯୋଡତୋଡ କରି ସରକାର ଗଢିବା ପ୍ରୟାସରେ ଲାଗିଛି ଆରଜେଡି ।
ଜେଡିୟୁର ବରିଷ୍ଠ ନେତା ତଥା ନୀତୀଶଙ୍କ ଖାସ କେସି ତ୍ୟାଗି ଇଣ୍ଡି ମେଣ୍ଟକୁ ଟାର୍ଗେଟ କରି କହିଛନ୍ତି, ଭାଙ୍ଗିବା ଦ୍ବାରରେ ରହିଛି ଇଣ୍ଡି ଆଲାଏନ୍ସ, ଆଉ ଏଥିପାଇଁ କଂଗ୍ରେସର ଗର୍ବ ଏବଂ ଜିଦ୍ ହିଁ ଦାୟୀ। ୟୁପିରେ ଅଖିଳେଶ ନାରାଜ, ପଶ୍ଚିମବଙ୍ଗରେ ଟିଏମସି-କଂଗ୍ରେସର ଟସଲ୍, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କଂଗ୍ରେସ ଚାହୁଁଛି ବୋଲି କହିଛନ୍ତି କେସି।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: