Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସର୍ଭେ ରିପୋର୍ଟରୁ ମିଳିଲା ଏପରି ତଥ୍ୟ, ୪୫ ପ୍ରତିଶତ ମହିଳା ରହିବେ ଅବିବାହିତ

National

ସର୍ଭେ ରିପୋର୍ଟରୁ ମିଳିଲା ଏପରି ତଥ୍ୟ, ୪୫ ପ୍ରତିଶତ ମହିଳା ରହିବେ ଅବିବାହିତ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସର୍ଭେ ରିପୋର୍ଟରୁ ମିଳିଲା ଏପରି ତଥ୍ୟ, ୪୫ ପ୍ରତିଶତ ମହିଳା ରହିବେ ଅବିବାହିତ

ଅର୍ଗସ ବ୍ୟୁରୋ : ଆମ ସମାଜରେ ଦିନକୁ ଦିନ ଅନେକ କିଛି ପରିବର୍ତ୍ତନ ହେବାରେ ଲାଗିଛି । ପରିବର୍ତ୍ତନ ହେଇଛି ମଣିଷର ସ୍ବଭାବରେ, ମଣିଷର ପ୍ରକୃତିରେ ଏବଂ ଚିନ୍ତାଧାରାରେ । ବିଶେଷ ଭାବେ ଯଦି ମହିଳାଙ୍କ କଥା ବିଚାରକୁ ନିଆଯାଏ, ତେବେ ମହିଳାଙ୍କୁ ନେଇ ସମାଜରେ ଥିବା ଚିନ୍ତାଧାରରେ ଅନେକ ପରିର୍ତ୍ତନ ଦେଖିବାକୁ ମିଳିଛି । ପୂର୍ବରୁ ଏପରି ଥିଲା, ଯେ ମହିଳାମାନେ କେବଳ ରୋଷାଇ ଘରେ ଚୁଲି ପାଖରେ ସୀମିତ ରହିଯାଉଥିଲେ । କିନ୍ତୁ ପରିବର୍ତ୍ତିତ ସମାଜରେ ମହିଳାଙ୍କୁ ଆଗକୁ ବଢିବା ପାଇଁ ଅନେକ ପ୍ରୋତ୍ସାହିତ କରାଯାଉଛି । କିପରି ମହିଳାମାନେ ଅଧିକରୁ ଅଧିକ ଉଚ୍ଚଶିକ୍ଷିତ ହୋଇପାରିବେ, ନିଜେ ସ୍ବାଧିନ ଭାବେ ବଞ୍ଚିପାରିବେ । କିନ୍ତୁ ଏ ଭିତରେ ଧିରେଧିରେ ସମାଜରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି ।

ଏକ ସର୍ଭେରୁ ଜଣାପଡିଛି , ୨୦୩୦ ସୁଦ୍ଧା ୪୫ ପ୍ରତିଶତ ମହିଳା ନିସନ୍ତାନ ରହିବେ ଏବଂ ସିଙ୍ଗଲ ରହିବାକୁ ପସନ୍ଦ କରିବେ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ପ୍ରକାଶ ପାଇଛି ପ୍ରାୟ ୨୫ରୁ ୪୪ ବର୍ଷ ପର୍ଯ୍ୟନ୍ତ ଥିବା ମହିଳା ମାନେ ଆଗାମୀ ୨୦୨୩୦ ରେ ଅବିବାହିତ ରହିବା ପସନ୍ଦ କରିବେ । ଏହି ପରିବର୍ତ୍ତନ ସାମାଜିକ ଏବଂ ଆର୍ଥିକ କାରଣରୁ ହୋଇପାରେ ବୋଲି ଅନୁମାନ କରାଯାଉଛି । ମହିଳାମାନେ ଏବେ ବିବାହ କରିବା ପରିବର୍ତ୍ତେ ନିଜର କ୍ୟାରିଅର ଗ୍ରୋଥ ଏବଂ ନିଜର ବ୍ୟକ୍ତିଗତ ଜୀବନ ଉପରେ ଅଧିକ ଧ୍ୟାନ ଦେବେ । ଅବିବାହିତ ରହିବା ମହିଳାଙ୍କୁ ଖୁବ ବେଶି ପସନ୍ଦ ଆସୁଛି । ଏବଂ ଏହା କେବଳ ଭାରତ ନୁହେଁ, ଅନ୍ୟ ଦେଶରେ ମଧ୍ୟ ଏପରି ପରିବର୍ତ୍ତନ ଦେଖିବାକୁ ମିଳୁଛି ।

ଏହି ସର୍ଭେରୁ ଆହୁରି ମଧ୍ୟ ଜଣାପଡିଛି କି, ବିବାହ ପରେ ୩୦ ରୁ ୪୦ ବର୍ଷ ବୟସରେ ମହିଳା ମାନେ ବିଭିନ୍ନ କାରଣରୁ ବିବାହ ବିଚ୍ଛେଦ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ଏବଂ ପୁଣିଥରେ ବିବାହ ନକରି ଅବିବାହିତ ରହୁଛନ୍ତି । ଯାହାର କାରଣ ଆର୍ଥିକ ସ୍ବତନ୍ତ୍ରତା ଏବଂ ବ୍ୟକ୍ତିଗତ ପ୍ରାଥମିକତା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଆଗାମୀ ଦିନରେ ମହିଳାମାନେ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହେବେ, ଯାହାର ସିଧା ପ୍ରଭାବ ସମାଜ ଏବଂ ଅର୍ଥବ୍ୟବସ୍ଥା ଉପରେ ପଡିବ ବୋଲି କୁହାଯାଉଛି ।

ବର୍ତ୍ତମାନର ସମାଜରେ ମହିଳାମାନେ ପ୍ରାୟ ୩୦ରୁ ୪୦ ବର୍ଷ ପରେ ଗର୍ଭବତୀ ହେବାକୁ ପସନ୍ଦ କରୁଛନ୍ତି । ନିଜର ଅଫିସ କାର୍ଯ୍ୟ, ନିଜର ବ୍ୟକ୍ତିଗତ ବୃଦ୍ଧିକୁ ଅଧିକ ପ୍ରାଧାନ୍ୟ ଦେବାପାଇଁ ସେମାନେ ଏପରି ନିଷ୍ପତ୍ତି ନେଉଛନ୍ତି । ଏବଂ ଅଧିକାଂଶ ପରିବାରରେ ମହିଳାମାନେ ମୁଖ୍ୟ ରୋଜଗାର କରୁଥିବା ଉତ୍ସ ବୋଲି ମଧ୍ୟ ଦେଖିବାକୁ ମିଳିଥାଏ । ବିଶେଷ ଭାବେ ମହିଳାମାନେ ସମାଜର ବିଭିନ୍ନ କୁପ୍ରଥାକୁ ଖାତିର ନକରି ଉପରକୁ ଉଠୁଛନ୍ତି ଏବଂ ଅଧିକରୁ ଅଧିକ ନିର୍ଭରଶୀଳ ହେଉଛନ୍ତି , ଯାହା ଦ୍ବାରା ସମାଜରେ ଆଗାମୀ ଦିନରେ ଏକ ବିଶେଷ ପ୍ରଭାବ ପଡିବାକୁ ଯାଉଥିବା ଏହି ସର୍ଭେରୁ ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
According to the survey report, 45 percent of women will remain single in 20230 | Argus News