Videos
|
National

ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ

Ritu Das
Browse all articles by Ritu Das
·1 year ago·1 min read
ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ବୁଧବାର ଦେହାନ୍ତ ହୋଇଯାଇଛି। ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମସ୍ତିଷ୍କ ରକ୍ତସ୍ରାବ ପରେ, ସେ ଲକ୍ଷ୍ନୌର ପିଜିଆଇରେ ଚିକିତ୍ସାଧୀନ ଥିଲେ। ହସ୍ପିଟାଲ ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ କୁହାଯାଇଛି ଯେ, ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀ ସତେନ୍ଦ୍ର ଦାସ ଜୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଫେବୃଆରୀ ୩ରେ ଷ୍ଟ୍ରୋକ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନ୍ୟୁରୋଲୋଜି ୱାର୍ଡର ଏଚ୍‌ଡିୟୁରେ ଭର୍ତ୍ତି କରାଯାଇଥିଲା।


ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ୮୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ନିଧନରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ସୋସିଆଲ ମିଡିଆ ସାଇଟ ଏକ୍ସରେ ଲେଖିଛନ୍ତି- ଭଗବାନ ରାମଙ୍କ ପରମ ଭକ୍ତ ଏବଂ ଶ୍ରୀ ରାମ ଜନ୍ମଭୂମି ମନ୍ଦିର, ଶ୍ରୀ ଅଯୋଧ୍ୟା ଧାମର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ଶ୍ରୀ ସତ୍ୟେନ୍ଦ୍ର କୁମାର ଦାସ ଜୀ ମହାରାଜଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦ ଏବଂ ସାମାଜିକ ଏବଂ ଆଧ୍ୟାତ୍ମିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି! ମୁଁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଦିବଂଗତ ଆତ୍ମାକୁ ତାଙ୍କ ଚରଣ କମଳରେ ସ୍ଥାନ ଦିଅନ୍ତୁ ଏବଂ ଶୋକଗ୍ରସ୍ତ ଶିଷ୍ୟ ଏବଂ ଅନୁଗାମୀମାନଙ୍କୁ ଏହି ଅପାର କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ। ଓମ୍‌ ଶାନ୍ତି!

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Acharya Satyendra Das, chief worshipper of Ram Temple, passes away | Argus News