Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Acid Attack / ସ୍କୁଲରୁ ଫେରୁଥିବା ବେଳେ ୬ ବର୍ଷର ଝିଅକୁ ଏସିଡ୍ ଆଟାକ୍

Rashmita Mishra
Browse all articles by Rashmita Mishra
·3 months ago·1 min read
ସ୍କୁଲରୁ ଫେରୁଥିବା ବେଳେ ୬ ବର୍ଷର ଝିଅକୁ ଏସିଡ୍ ଆଟାକ୍
Acid Attack

Key Points

୬ ବର୍ଷର ଝିଅକୁ ଏସିଡ୍ ମାଡ଼ ।
ସ୍କୁଲରୁ ଫେରୁଥିବା ବେଳେ ୬ ବର୍ଷର ଝିଅକୁ ଏସିଡ୍ ଆଟାକ୍ 

ମହାରାଷ୍ଟ୍ରର ଅହଲ୍ୟାନଗର ଜିଲ୍ଲା ଭାଡଗାଓଁ ପାନ ଗାଁରେ ଘଟିଛି ବଡ଼ ଦୁଖଃର ଘଟଣା । ଜଣେ ଛଅ ବର୍ଷର ଝିଅ ଉପରେ ଏସିଡ୍ ଆଟାକ୍ ହୋଇଛି ଯାହା ଅଞ୍ଚଳକୁ ଚକିତ କରିଦେଇଛି । ଝିଅଟି ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଆକ୍ରମଣ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇ ଯାଇଛି ପରେ ପୋଲିସ ତାକୁ ଖୋଜୁଛି।

ରିପୋର୍ଟ ଅନୁଯାୟୀ, ଘଟଣାଟି ବୁଧବାର ଅପରାହ୍ନରେ ଘଟିଛି । ଝିଅଟି ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଏକ ଅଜଣା ବ୍ୟକ୍ତି ମୋଟରସାଇକେଲରେ ଆସି ତାଙ୍କୁ ଅଟକାଇଥିଲେ । ଆକ୍ରମଣକାରୀ ପ୍ରଥମେ ତାଙ୍କୁ ଠିକଣା ପଚାରିବାର ଅଭିନୟ କରିଥିଲେ ଏବଂ ସେ ଅଟକିବା ମାତ୍ରେ ତାଙ୍କ ମୁହଁରେ ଏସିଡ୍ ଫିଙ୍ଗି ଦେଇଥିଲେ ।

ହଠାତ୍ ଏପରି ଆକ୍ରମଣରେ ଝିଅଟି ଗୁରୁତର ଭାବରେ ପୋଡ଼ି ଯାଇଥିଲା । ଆକ୍ରମଣ ପରେ, ଝିଅଟି ସେଠାରୁ ପଳାଇଯାଇ ତାଙ୍କ ସ୍କୁଲକୁ ପହଚିଂଥିଲା , ଯେଉଁଠାରେ ଶିକ୍ଷକମାନେ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଇଥିଲେ ଏବଂ ତା'ପରେ ତାଙ୍କୁ ଲୋନିର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।

ଏହି ଘଟଣା ପରେ ଗାଁରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ଗ୍ରାମବାସୀମାନେ ଲୋନି-ସଙ୍ଗମନେର ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ । ଗାଁର ବାସିନ୍ଦାମାନେ କହିଛନ୍ତି ଯେ ଏପରି ଘଟଣା ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠାଇଛି ।

ପଢନ୍ତୁ ଏହି ଖବର: ଭୟାବହ ଅଗ୍ନିକାଣ୍ଡ: ଇଲେକ୍ଟ୍ରିକ୍ ଯାନ ଚାର୍ଜିଂରୁ ସର୍ଟସର୍କିଟ, ୭ ଜଣଙ୍କ ମୃତ୍ୟୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Acid Attack | 6-Year-Old Girl Attacked with Acid While Returning from School | Argus News