ହେଲମେଟ୍ ପିନ୍ଧି ନଥିବାରୁ ଆସିଲା ୧୦ ଲକ୍ଷର ଇ-ଚାଲାଣ, ୧୧ ମାସ ହେଲା କାଟୁଛନ୍ତି ପୋଲିସ ଚକ୍କର

୨ ଚକିଆ ଯାନ ଚଳାଇବା ବେଳେ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଡ୍ରାଇଭର ସହ ପଛରେ ବସିଥିବା ଯାତ୍ରୀ ବି ହେଲମେଟ୍ ପିନ୍ଧିବାକୁ ନିୟମ ରହିଛି । ଆଉ ଅନେକ ଏହାକୁ ନ ମାନି ଜରିମାନା ଭରୁଛନ୍ତି । ହେଲେ ଗୁଜରାଟ ଅହମଦାବାଦର ଜଣେ ଗାଡ଼ି ଚାଳକ ହେଲମେଟ ପିନ୍ଧି ନଥିବାରୁ ଟ୍ରାଫିକ୍ ପୋଲିସ ତାଙ୍କୁ ୧୦ ଲକ୍ଷ ୫୦୦ ଟଙ୍କାର ଚାଲାଣ ପଠାଇଛି ।
ଆଉ ଅସାମାନ୍ୟ ଓ ବିପୁଳ ମାତ୍ରାର ଜରିମାନାକୁ ନେଇ ଗାଡ଼ି ଚାଳକ ଚିନ୍ତାରେ । ୧୧ ମାସ ହେଲା ଗାଡ଼ି ମାଲିକ କୋର୍ଟ ଓ ପୋଲିସର ଚକ୍କର କାଟୁଛନ୍ତି ସିନା କିନ୍ତୁ କିଛି ସୁଫଳ ମିଳୁନି । ଅହମଦାବାଦର ବସ୍ତ୍ରାଲର ଅନିଲ ନରୋଡ଼ା ଆଇନ୍ ମହାବିଦ୍ୟାଳୟରେ ପଢ଼ନ୍ଚି । ଆଉ ଘର ଖର୍ଚ୍ଚ ଚଳାଇବା ଲାଗି ଘରଠୁ କିଛି ଦୂରରେ ଛୋଟିଆ ପାନ ଦୋକାନଟିଏ କରିଛନ୍ତି ।
ଅନିଲଙ୍କ ଅନୁସାରେ, ୨୦୨୪ ଏପ୍ରିଲ୍ ୧୧ ସନ୍ଧ୍ୟାରେ ସେ ତାଙ୍କ ଆକ୍ଟିଭା ନେଇ ଶାନ୍ତିପୁରା ଛକକୁ କିଛି ସାମଗ୍ରୀ ଆଣିବାକୁ ଯାଇଥିଲେ । ସେତେବେଳେ ଟ୍ରାଫିକ୍ ପୋଲିସ ତାଙ୍କୁ ଅଟକାଇ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରିଥିଲା । ଆଉ ଯାଞ୍ଚ ପରେ ପୋଲିସ ଯିବାକୁ ଦେଇଥିଲା । କିନ୍ତୁ ଘରେ ପହଞ୍ଚୁ ପହଞ୍ଚୁ ୫୦୦ ଟଙ୍କାର ଚାଲାଣ କଟିଥିବା ମେସେଜ ଆସିଥିଲା ।
📱 Get Argus News App
✨
ସଙ୍ଗେ ସଙ୍ଗେ ପୋଲିସ ସହ ସମ୍ପର୍କ କରିଥିଲେ ଅନିଲ । କହିଥିଲେ, ନ ଜଣାଇ କାହିଁକି ଚାଲାଣ କାଟିଲ ? ଯଦି କାଟିବାର ଥିଲା ମୋତେ କାହିଁକି ସେହି ସ୍ଥାନରେ ଫାଇନ୍ ମାଗିଲନି । ପୋଲିସ ଚାଲାଣ ଅର୍ଥ ନେବାକୁ ମନା କରିବା ସହ ଅନଲାଇନ୍ ଭରିବାକୁ କହିଥିଲା । ଏହା ପରେ ଜଣାପଡ଼ିଥିଲା ୫୦୦ ନୁହେଁ ୧ ଲକ୍ଷ ୫୦୦ ଟଙ୍କା ଚାଲାଣ କଟାଯାଇଛି । ଏହା ପରେ ଅନିଲ ଅହମଦାବାଦରୁ ମିର୍ଜାପୁର କୋର୍ଟ ଓ ପୋଲିସର ଚକ୍କର କାଟୁଛନ୍ତି ।
ଅନିଲ କହିଛନ୍ତି, ସେ ଏହି ଆକ୍ଟିଭା ତାଙ୍କ ବାପାଙ୍କ ନାଁରେ ଲୋନ୍ରେ ଆଣିଥିଲେ । ଋଣ ଶୁଝିବା ପରେ ତାଙ୍କ ନାଁକୁ ଗାଡ଼ି ଟ୍ରାନ୍ସଫର କରିଥାନ୍ତେ । କିନ୍ତୁ ଏହି ଚାଲାଣ ପାଇଁ ପ୍ରକ୍ରିୟା ବନ୍ଦ ରହିଛି । ସେ ଆହୁରି କହିଛନ୍ତି, ଯେତିକି ଚାଲାଣ କଟିଛି ଏଥିରେ ୧୦ଟି ଆକ୍ଟିଭା କିଣି ହେବ ।