ବାଂଲାଦେଶରେ ଆକ୍ଟିଭ୍ ଦୁଶମନ, ଭାରତ ଟେନସନ୍ !

ଅର୍ଗସ ବ୍ୟୁରୋ: ବାଂଲାଦେଶର ଚିତ୍ର ଦେଖି ପ୍ରତି ହିନ୍ଦୁପ୍ରାଣ ଆଜି ଛଟପଟ, ଡହଳବିକଳ । ଦିନେ ୭୫୦ କୋଷ ଦୂରରୁ ଜଣେ ମୁସଲମାନର ପ୍ରେମରେ ପଡ଼ି ଯେଉଁ ଦେବତା ରଥ ଅଟକାଇଥିଲା, ଆଜି ତାର ଅବସ୍ଥା ବାଂଲାଦେଶରେ କଟ୍ଟରପନ୍ଥୀମାନେ କଣ କରିଛନ୍ତି ଦେଖନ୍ତୁ । ଯାହା ପାଖରେ ଦିନେ କରିମ୍ ଖାଁ, ସୁର ଦାସ ପାଲଟିଯାଇଥିଲା, ରାମଚନ୍ଦ୍ର ଦେବ ଯାହାର ସୁରକ୍ଷା ପାଇଁ ହାଫିଜ କାଦେରବେଗ ବନିଥିଲା, ସେଇ ବଡ଼ଦିଅଁ, ବଡ଼ଦେବତାକୁ ଇସଲାମ କଟ୍ଟରପନ୍ଥୀମାନେ କେମିତି, କେଉଁ ଅବସ୍ଥାରେ ପକାଇଛନ୍ତି ଥରେ ଦେଖନ୍ତୁ । ଇଏ ବାଂଲାଦେଶର ମେହରପୁର ଇସ୍କନ ମନ୍ଦିରର ଚିତ୍ର । ଦଙ୍ଗାକାରୀମାନେ ସେଠାରେ ଭଙ୍ଗାରୁଜା କରିବା ପରେ ମନ୍ଦିରରେ ନିଆଁ ଲଗାଇ ଦେଇଛନ୍ତି। ଭୂପତିତ ହୋଇଛନ୍ତି କାଳିଆ ସାଆନ୍ତ ।
ନୌତନ କାଳୀ ମନ୍ଦିର, ଚିଟ୍ଟାଗଙ୍ଗ ନବଗ୍ରହ ମନ୍ଦିର, ନୋଆଖାଲି ହିନ୍ଦୁ ମନ୍ଦିର ସବୁଠି ଉତ୍ପାତ, ସବୁଠି ଆତଙ୍କ । ହିଂସା ମୁଖା ଭିଡ଼ ଖୋଜି ଖୋଜି ହିନ୍ଦୁମାନଙ୍କୁ ଟାର୍ଗେଟ୍ କରୁଛି । ସଂଖ୍ୟାଲଘୁ ହିନ୍ଦୁଙ୍କ ଘରେ ନିଆଁ ଲଗାଇ ଦେଉଛନ୍ତି । ଦୋକାନ ଲୁଟ୍ କରାଯାଉଛି । ୟା ଭିତରେ । ବାଂଲାଦେଶୀ ଗଣମାଧ୍ୟମ ଦି ଡେଲି ଷ୍ଟାରର ରିପୋର୍ଟ ଅନୁସାରେ ଦେଶର 27ଟି ଜିଲ୍ଲାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଘର ଓ ଦୋକାନକୁ ଟାର୍ଗେଟ୍ କରାଯାଉଛି। କାଳିଗଞ୍ଜ ଉପଜିଲ୍ଲାର ଚନ୍ଦ୍ରପୁର ଗାଁରେ 4ଟି ହିନ୍ଦୁ ପରିବାରଙ୍କ ଘରେ ଭଙ୍ଗାରୁଜା ଓ ଲୁଟପାଟ କରାଯାଇଛି। ହାତିବନ୍ଧା ଉପଜିଲ୍ଲାର ପୁରବୋ ସରଦୁବୀ ଗାଁରେ 12 ଜଣ ହିନ୍ଦୁଙ୍କ ଘରେ ନିଆଁ ଲଗାଇ ଦିଆଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ନେଇ ତାଙ୍କ ପାଖକୁ ଖବର ଆସୁଛି। ହିନ୍ଦୁମାନଙ୍କୁ ଘରୁ ବାହାର କରି କେମିତି ଗୋଇଠା ପରେ ଗୋଇଠା ମରାଯାଉଛି ଦେଖନ୍ତୁ । ବାଂଲାଦେଶରେ ମୋଟ୍ ଜନସଂଖ୍ୟା ୧୭ କୋଟି ୪୮ ଲକ୍ଷ । ଯାହା ମଧ୍ୟରେ ୯୧ ପ୍ରତିଶତ ମୁସଲିମ୍ । ରିପୋର୍ଟ ଅନୁସାରେ ବାଂଲାଦେଶରେ ୮ ପ୍ରତିଶତ ହିନ୍ଦୁ ରହୁଛନ୍ତି । ତେଣୁ ହିନ୍ଦୁଙ୍କ ସଂଖ୍ୟା 1 କୋଟି 31 ଲକ୍ଷରୁ ଅଧିକ । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ମଧ୍ୟରେ ବୌଦ୍ଧ ଓ ଖ୍ରୀଷ୍ଟ ଧର୍ମାବଲମ୍ବୀ ବି ସାମିଲ। ବାଂଲାଦେଶରେ ଅଛନ୍ତି 10 ଲକ୍ଷରୁ ଅଧିକ ବୌଦ୍ଧ ଧର୍ମାବଲମ୍ବୀ। ବାଂଲାଦେଶରେ ପ୍ରାୟ 5 ଲକ୍ଷ ଖ୍ରୀଷ୍ଟ ଧର୍ମାବଲମ୍ବୀ ମଧ୍ୟ ଅଛନ୍ତି। ତେଣୁ ସେମାନଙ୍କୁ ଏବେ ଆକ୍ରମଣ ନେଇ ଚାରିଆଡ଼େ ଚିନ୍ତା । ଘର ଭିତରେ ମହିଳାମାନେ କେମିତି କାକୁତିମୀନତି ହେଉଛନ୍ତି ଦେଖନ୍ତୁ ।
ସେପଟେ ଶେଖ୍ ହସିନା ଦେଶ ଛାଡ଼ିବା ବେଳକୁ ଇନସାଫ ପାଇଁ ଇନକିଲାଭ କରୁଥିବା ଭିଡ଼ ଲୁଟପାଟରେ ଜୁଟିଛନ୍ତି । ପିଏମଙ୍କ ଘରେ କଳାକନା ବୁଲାଇବା ସହ ବଙ୍ଗବନ୍ଧୁ ଶେଖ ମୁଜୀବୁର୍ ରେହମାନଙ୍କ ମୂର୍ତ୍ତି ଭାଙ୍ଗିଛନ୍ତି ଉପଦ୍ରବକାରୀ । ତେବେ ଏତେ ସବୁ ନାଟକ ପଛରେ ମୁଖ୍ୟ ଶକ୍ତି ଚୀନ୍ ଆଉ ପାକିସ୍ତାନ ବୋଲି ଆଶଙ୍କା କରାଯାଉଛି । ଛାତ୍ରଙ୍କୁ ମୋହରା କରି ପୂରା ଖେଳ ଖେଳିଛି ISI । ବାଂଲାଦେଶ ବିଦ୍ରୋହ ପଛରେ ଇସଲାମିକ ଛାତ୍ର ଶିବିର(ICS)ର ହାତ ଥିବା ବେଳେ ICSର ISI ସହ ଡାଇରେକ୍ଟ ଲିଙ୍କ ରହିଛି । ISIର ସଦସ୍ୟ ମିଛ ଛାତ୍ର ଆନ୍ଦୋଳନରେ ସାମିଲ ଥିଲେ । ଫେକ୍ ଡିପି ବ୍ୟବହାର କରି ଛାତ୍ର ଆନ୍ଦୋଳନରେ ସେମାନେ ସାମିଲ ହୋଇଥିଲେ । ଇଏ ହେଉଛନ୍ତି ନାହିଦ ଇସଲାମ ଯିଏ ଷ୍ଟୁଡେଣ୍ଟସନ ଏଗନେଷ୍ଟ ଡିସକ୍ରିମନେସନ ମୁଭମେଣ୍ଟ ଚଳାଇଥିଲେ । ବାଂଲାଦେଶରେ ଗାଦି ପରିବର୍ତ୍ତନ ପଛରେ ୟାଙ୍କର ହାତ ଅଛି ବୋଲି ସମସ୍ତେ ଭାବୁଛନ୍ତି, ହେଲେ ଅସଲ ଖେଳ ଖେଳିଛି ସେନା ଆଉ ତାର ଆକ୍କା ଭାବେ ପାକିସ୍ତାନ ଓ ଚୀନ୍ ।
📱 Get Argus News App
✨ବର୍ତ୍ତମାନ ସ୍ଥିତିରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରସ୍ତାବ ଦିଆଯାଇଛି । ସେପଟେ ଇସଲାମ କଟ୍ଟରପନ୍ଥୀ ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଓ ବିରୋଧୀ ଦଳ ନେତା ଖାଲେଦା ଜିଆଙ୍କୁ ଜେଲରୁ ମୁକ୍ତ କରାଯାଇଛି । ତେଣୁ ପୂରା ଖେଳ ପାକିସ୍ତାନ କଣ୍ଟ୍ରୋଲରେ ରହିଛି । ଏଭଳି ସ୍ଥିତିରେ ଚୀନ୍, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, ମିଆଁମାର । ସବୁପଟୁ ଭାରତ ପାଇଁ ବିପଦ ବଢ଼ିଛି । ଚୀନର ଭାରତ ବିରୋଧୀ ନୀତି ସହ ବିସ୍ତାରବାଦୀ ଚିନ୍ତାଧାରା ଭାରତ ପାଇଁ ବଡ଼ ବିପଦ । ସେହିପରି ପାକିସ୍ତାନର ଚୀନ୍ ସହ ମିଶି ଷଡ଼ଯନ୍ତ୍ର ଓ ଆତଙ୍କବାଦକୁ ପ୍ରୋତ୍ସାହନ, ଶ୍ରୀଲଙ୍କାର ଚୀନ୍ ପ୍ରେମ ଓ ଚୀନ୍ ଗୁଇନ୍ଦା ଜାହାଜକୁ ପ୍ରବେଶ ଅନୁମତି, ନେପାଳରେ ଚୀନ୍ ସମର୍ଥକ ସରକାର ଓ ଭାରତ ବିରୋଧୀ ଚୁକ୍ତି ସ୍ବାକ୍ଷର ଭାରତ ପାଇଁ ଟେନସନ୍ ଛିଡ଼ା କରିଛି । ମିଆଁମାରରେ ବି ଚୀନ୍ ସମର୍ଥକ ସୈନ୍ୟ ସରକାର ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ମିଳୁଥିବା ବେଳେ ଏବେ ବାଂଲାଦେଶରେ ଶେଖ ହସୀନା ଗାଦି ଛାଡ଼ିବା ପରେ କଟ୍ଟରପନ୍ଥୀ ଶକ୍ତି ଶକ୍ତିଶାଳୀ ହେବା ନୂଆଁ ଚ୍ୟାଲେଞ୍ଜ ନିଶ୍ଚୟ ।
ଅଧିକ ପଢ଼ନ୍ତୁ ଦେଶ ଖବର: