ଶିବସେନାରେ ମିଶିଲେ ଅଭିନେତା ଗୋବିନ୍ଦା
·2 years ago

ଅର୍ଗସ ବ୍ୟୁରୋ: ଶିବସେନା ଦଳ ସହ ମିଶିଲେ ଅଭିନେତା ଗୋବିନ୍ଦା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟି ଦଳରେ ଔପଚାରିକ ଭାବେ ମିଶିଲେ। ଏବେ ଚର୍ଚ୍ଚା ଜୋର ଧରିଛି ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ। ଗୋବିନ୍ଦାଙ୍କୁ ନିର୍ବାଚନ ଲଢ଼ିବାକୁ ସିନ୍ଦେ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସୂଚନା ଥାଉ କି, ଗୋବିନ୍ଦାଙ୍କ ପାଇଁ ଏହି ନିର୍ବାଚନ ପ୍ରଥମ ନୁହେଁ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳରୁ ସାଂସଦ ଥିଲେ। ଗୋବିନ୍ଦା ସେତେବେଳେ ଉତ୍ତର ମୁମ୍ବାଇରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: