Videos
|
National

ରାଜନୀତି କରିବେ ଥାଲାପତି ବିଜୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାଜନୀତି କରିବେ ଥାଲାପତି ବିଜୟ

ଅର୍ଗସ ବ୍ୟୁରୋ:  ରାଜନୀତିରେ ଫିଲ୍ମ ଷ୍ଟାରଙ୍କ ଏଣ୍ଟ୍ରି। ଜଣଙ୍କ ପରେ ଜଣେ କଳାକାର ରାଜନୀତି ମୁହାଁ ହେଉଛନ୍ତି। କମଲ ହାସନ ଏବଂ ପୱନ କଲ୍ୟାଣଙ୍କ ପରେ ରାଜନୀତି ଦୁନିଆରେ ପାଦ ଥାପିଛନ୍ତି ସାଉଥ ସୁପରଷ୍ଟାର ଥାଲାପତି ବିଜୟ । ତାମିଲ ସିନେମାର ସୁପରଷ୍ଟାର ବିଜୟଙ୍କ ରାଜନୈତିକ ପାର୍ଟି ‘ତାମିଲଗା ବେତ୍ରୀ କଝଗମ’ (TVK)କୁ ନିର୍ବାଚନ ଆୟୋଗ ତରପରୁ ମାନ୍ୟତା ମିଳିସାରିଛି । ଏଥର ସିନେମା ଥିଏଟରରେ ନୁହେଁ, ନିର୍ବାଚନ ମଇଦାନରେ ଲଢିବେ ସୁପରଷ୍ଟାର ବିଜୟ । ଏହି ମାନ୍ୟତା ମିଳିବା ପରେ ବିଜୟଙ୍କ ଦଳ ଏବେ ନିର୍ବାଚନ ଲଢିବା ପାଇଁ ମଧ୍ୟ ଅନୁମତି ପାଇଛି । ତେବେ ରାଜନୀତିକୁ ଆସିଲେ କଣ ବିଜୟ ଫିଲ୍ମ ଦୁନିଆ ଛାଡିଦେବେ ବୋଲି ମଧ୍ୟ ଅନେକ ଚର୍ଚ୍ଚା କରୁଛନ୍ତି। ଏହା ସତ କି ମିଛ ସେନେଇ ସୁପରଷ୍ଟାର କୌଣସି ମତ ପ୍ରକାଶ କରିନାହାନ୍ତି।

କିନ୍ତୁ ରାଜନୀତିକୁ ଆସିବା ପରେ ଅନେକ କର୍ତ୍ତବ୍ୟ ତାଙ୍କ ମୁଣ୍ଡ ଉପରେ ରହିପାରେ। ତେବେ ପାର୍ଟି ତରଫରୁ ରାଜ୍ୟ ସମ୍ମିଳନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି ଏବଂ ଏ ନେଇ ଖୁବଶୀଘ୍ର ଘୋଷଣା କରାଯିବ । ଗତ ଫେବୃଆରୀରେ ବିଜୟ ନିଜର ନୂଆ ପାର୍ଟିର ନାମ ଘୋଷଣା କରିଥିବା ବେଳେ ରାଜନୀତିରେ ପ୍ରବେଶ କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ସୂଚନା ଦେଇ ରାଜନୀତିରେ ଏଣ୍ଟ୍ରି ସମ୍ପର୍କରେ ସୂଚନା ଦେଇଛନ୍ତି ଥାଲାପତି ବିଜୟ । ଏହି ପୋଷ୍ଟରେ ସେ କହିଛନ୍ତି ଯେ, ‘ତାମିଲଗା ବେତ୍ରୀ କଝଗମ’କୁ ରାଜନୈତିକ ଦଳ ଭାବରେ ପଞ୍ଜିକୃତ କରିବା ପାଇଁ ଫେବୃଆରୀ ୨ ତାରିଖରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଆବେଦନ କରାଯାଇଥିଲା । ଆଜି ନିର୍ବାଚନ ଆୟୋଗ ଏହାକୁ ଆଇନ ଅନୁସାରେ ଭାବରେ ସ୍ୱୀକାର କରିଛନ୍ତି ଏବଂ ଏହାକୁ ଏକ ରାଜନୈତିକ ଦଳ ଭାବରେ ପଞ୍ଜୀକୃତ କରିଛନ୍ତି । ଅର୍ତାତ୍ ପଞ୍ଜୀକୃତ ଦଳ ମାନ୍ୟତା ପାଇବା ପରେ ଦଳର ସଦସ୍ୟ ଏଣିକି ରାଜନୈତିକ ନିର୍ବାଚନ ଲଢିପାରିବେ ।

ଏହାପରେ ବିଜୟ କହିଛନ୍ତି ଯେ, ପାର୍ଟି ପାଇଁ ଭବିଷ୍ୟତର ବିଭିନ୍ନ ଚାଲେଞ୍ଜ ଦିଗରେ ପ୍ରଥମ ପଦକ୍ଷେପ ଉଠାଇବାକୁ ଆମେ ପ୍ରସ୍ତୁତ ଅଛୁ । ଯେଉଁଭଳି ଭାବରେ ବିଜୟଙ୍କ ସମସ୍ତ ଫିଲ୍ମ ସୁପରଡୁପର ହିଟ୍‌ ହୋଇଥାଏ ଏବଂ ତାଙ୍କୁ ଫ୍ୟାନ୍ସ ଖୁବ ପସନ୍ଦ ମଧ୍ୟ କରନ୍ତି, ତେବେ ରାଜନୀତି ଜଗତରେ ତାଙ୍କର କ୍ରେଜ କେମିତି ରହୁଛି, ତାଙ୍କୁ ସାଧାରଣ ଜନତା କେତେ ପସନ୍ଦ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର: 
 

Actor Vijay Thalapathy Enters Politics, Announces His Party Name | Argus News